ଅପରାଧ

ଦିଲ୍ଳୀରେ ୧୫ ଟନ୍ ନକଲି ମସଲା ଜବତ: କାଠଗୁଣ୍ଡ, ଏସିଡ୍‌ ମିଶାଇ ତିଆରି ହେଉଥିଲା – Kalinga News

[ad_1]

ନୂଆଦିଲ୍ଲୀ: ରୋଷେଇ ଘରେ ଗୃହିଣୀମାନେ ଯେଉଁ ହଳଦୀ ଗୁଣ୍ଡ, ଧନିଆ ଗୁଣ୍ଡ ଏବଂ ଅନ୍ୟାନ୍ୟ ମସଲା ବ୍ୟବହାର କରୁଛନ୍ତି ପ୍ରକୃତରେ ସେସବୁ ତାହା ହୋଇ ନଥାଇପାରେ। ଦିଲ୍ଲୀ ପୁଲିସ ୧୫ ଟନ୍‌ ଭଳି ବିପୁଳ ପରିମାଣର ବିଷାକ୍ତ ମସଲା ଜବତ କରିଛି। ଉତ୍ତରପୂର୍ବ ଦିଲ୍ଲୀର କରୱାଲ ନଗର ଅଞ୍ଚଳରେ ଥିବା ଦୁଇଟି କାରଖାନାରେ ଏହି ମସଲା ପ୍ରସ୍ତୁତ ହୋଇଛି। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରେ କାରଖାନାର ମାଲିକ ରହିଛନ୍ତି। ଦିଲୀପ ସିଂହ (୪୬), ସରଫରାଜ (୩୨) ଏବଂ ଖୁର୍ସିଦ ମଲିକ (୪୨) ଗିରଫ ହୋଇଛନ୍ତି। ଦିଲୀପ ଓ ସରଫରାଜ କାରଖାନାର ମାଲିକ ବୋଲି ଜଣାଯାଇଛି। ଅଭିଯୁକ୍ତମାନେ ଅପମିଶ୍ରିତ ମସଲାକୁ ସ୍ଥାନୀୟ ବଜାର ଏବଂ ଦିଲ୍ଲୀ/ଏନ୍‌ସିଆର୍‌ ଅଞ୍ଚଳର ବିକ୍ରେତାମାନଙ୍କୁ ଅସଲି ମସଲା ମୂଲ୍ୟରେ ବିକ୍ରି କରୁଥିଲେ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।

ପୁଲିସ ‌ଘଟଣାସ୍ଥଳରୁ ନକଲି ମସଲା ପ୍ରସ୍ତୁତି ପାଇଁ ବ୍ୟବହାର ହେଉଥିବା ପଚା ପତ୍ର, ଚାଉଳ, ନଷ୍ଟ ହୋଇଯାଇଥିବା ମିଲେଟ, କାଠ ଗୁଣ୍ଡ, ଲଙ୍କ‌ା ଡେମ୍ଫ. ଏସିଡ୍‌ ଏବଂ ଖାଦ୍ୟ ଅନୁପଯୋଗୀ ତେଲ ଆଦିକୁ ଜବତ କରିଛି ବୋଲି କ୍ରାଇମ ବ୍ରାଞ୍ଚ ଡିସିପି ରାକେଶ ପୱେରିୟା କହିଛନ୍ତି। ବିଭିନ୍ନ ବ୍ରାଣ୍ଡ୍‌ର ନକଲି ମସଲା ପ୍ରସ୍ତୁତିରେ ଉତ୍ତରପୂର୍ବ ଦିଲ୍ଲୀର କେତେକ ନିର୍ମାତା ଏବଂ ବ୍ୟବସାୟୀ ଜଡ଼ିତ ଥିବା ସେ କହିଛନ୍ତି। ସୂଚନା ପାଇବା ପରେ ଗତ ୧ ତାରିଖରେ ଚଢ଼ଉ କରାଯାଇଥିଲା। ଚଢ଼ଉ‌ବେଳେ ଅଭିଯୁକ୍ତମାନେ ବିଷାକ୍ତ ସାମଗ୍ରୀ ବ୍ୟବହାର କରି ନକଲି ମସଲା ପ୍ରସ୍ତୁତ କରୁଥିବା ଜଣାପଡ଼ିଛି। ପ୍ରଥମେ ଗୋଟିଏ କାରଖାନାରେ ଚଢ଼ଉ କରାଯାଇ ସିଂହ ଏବଂ ସରଫରାଜକୁ ଗିରଫ କରାଯାଇଥିଲା। ଅଧିକ ତଦନ୍ତ କରିବା ପରେ ଆଉ ଏକ ନକଲି ମସଲା ନିର୍ମାଣ ୟୁନିଟ କରୱାଲ ନଗରରେ ମିଳିଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button