୩୦ ଦିନରେ ହେବ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ: ଜଗନ୍ନାଥ – Kalinga News
[ad_1]
ଭୁବନେଶ୍ୱର: ବର୍ଷାକାଳରେ ଭୁବନେଶ୍ବରରେ ଜଳବନ୍ଦୀ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଅନେକ ଅଞ୍ଚଳ ଏଭଳି ଅଛି ଯେଉଁଠି ବର୍ଷା ଆସିଲେ ଲୋକେ ପ୍ରମାଦ ଗଣନ୍ତି। ବର୍ଷ ବର୍ଷ ଧରି ଜଣେ ନେତା ପ୍ରତିନିଧିତ୍ବ କରୁଥିଲେ ମଧ୍ୟ ଏହି ସମସ୍ୟାର ସମାଧାନ କରିପାରି ନାହାନ୍ତି। ଏହି ସମସ୍ୟାର ସମାଧାନ ୩୦ ଦିନ ଭିତରେ ହେବ। ଆଜି ନୂଆପଲ୍ଲୀ ଅଞ୍ଚଳରେ ଆୟୋଜିତ ବାଇକ୍ ଶୋଭାଯାତ୍ରାରେ ଯୋଗ ଦେବା ବେଳେ ଏଭଳି ପ୍ରତିଶ୍ରୁତି ଦେଇଛନ୍ତି ମଧ୍ୟ ବିଧାନସଭାମଣ୍ଡଳୀ ବିଜେପ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ। ଆଜି ନୂଆପଲ୍ଲୀ ସୁନାଦେଈ ମନ୍ଦିର ନିକଟରୁ ଶ୍ରୀ ପ୍ରଧାନ ଶୋଭାଯାତ୍ରା କରିଥିଲେ। ଶୋଭାଯାତ୍ରା ନୟାପଲ୍ଲୀ ଅଞ୍ଚଳର ୱାର୍ଡ ସଂଖ୍ୟା ୩୭, ୩୮, ୩୯, ୪୭ ଓ ୪୮ ପରିକ୍ରମା କରି ୟୁନିଟ୍-୮ ସ୍ଥିତ ତାରିଣୀମନ୍ଦିରରେ ଶେଷ ହୋଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
୧ ହଜାରରୁ ଊର୍ଦ୍ଧ୍ବ ଯୁବକ ବାଇକରେ ତାଙ୍କୁ ପାଛୋଟି ନେଇଥିଲେ। ଶୋଭାଯାତ୍ରାରେ ଯିବା ବେଳେ ଏହି ଜଳବନ୍ଦୀ ସମସ୍ୟାର ସମାଧାନ ସହ ଏକାଧିକ ସ୍ଥାନୀୟ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇ ସ୍ଥାନୀୟ ଅଧିବାସୀଙ୍କ ସମର୍ଥନ ସାଉଁଟିଥିଲେ। ସେ କହିଥିଲେ, ‘‘ରାଜ୍ୟ ସରକାରଙ୍କ ଅପାରଗତା ପାଇଁ ଇସ୍କନ ମନ୍ଦିର ସାମ୍ନାରେ କୃତ୍ରିମ ହ୍ରଦ ସୃଷ୍ଟି ହୋଇଥାଏ। ସ୍ଥାନୀୟ ବାସିନ୍ଦା ଘରୁ ବାହାରି ପାରନ୍ତି ନାହିଁ। ଜଳବନ୍ଦୀ ସମୟରେ ଏହି ଅଞ୍ଚଳରେ ମା’ର ଆଖି ସାମ୍ନାରେ ପୁଅ ପାଣିରେ ଭାସିଯାଇ ମୃତ୍ୟୁ ବରଣ କରିଥିଲା ଏଠାରେ ଜଳବନ୍ଦୀ ସମୟରେ ହଜାର ହଜାର ପରିବାର ବେଘର ମଧ୍ୟ ହୋଇଥାନ୍ତି। ଜୀବନ ବିକଳରେ ବୟସ୍କ ଲୋକ ଛଟପଟ ହେଉଥିବା ଦୃଶ୍ୟ ହୃଦୟ ବିଦାରକ। ଏହି ସବୁ ପାଇଁ ବିଜେଡି ସରକାର ହିଁ ଦାୟୀ। ସରକାର କେବଳ ମିଛ ପ୍ରତିଶ୍ରୁତି ଦେଇ ଆସୁଛନ୍ତି। ମୋତେ ସେବା କରିବାର ସୁଯୋଗ ମିଳିଲେ ନୂଆପଲ୍ଲୀ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ହେବ।’
[ad_2]