ଅପରାଧ

ଦିନରେ ପ୍ରେମିକାଙ୍କ ସହ ତାଙ୍କ ଝିଅମାନଙ୍କୁ ଖୁଆଇଲେ, କିଣାକିଣି କରାଇଲେ; ସଂଧ୍ୟାରେ ନେଲେ ଜୀବନ – Kalinga News

[ad_1]

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ପ୍ରେମିକା ବିବାହ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବାରୁ ଜଣେ କ୍ୟାବ୍‌ ଡ୍ରାଇଭର୍‌ ପ୍ରେମିକ ତାଙ୍କୁ ଏକାଧିକ ବାର୍‌ ଛୁରୀ ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି। ୩୫ ବର୍ଷୀୟ ଡ୍ରାଇଭର୍‌ ଜଣକ ଘଟଣା ଘଟାଇବା ପରେ ପୁଲିସ୍‌ ଷ୍ଟେସନ୍‌କୁ ଯାଇ ନିଜ ଅପରାଧ ସ୍ବୀକାର କରିଛନ୍ତି।

ଶନିବାର ସନ୍ଧ୍ୟାରେ ସହରର ସାଲିନି ଗ୍ରାଉଣ୍ଡ ଅଞ୍ଚଳରେ ଏହି ଘଟଣା ଘଟିଛି। ଅଭିଯୁକ୍ତ ଗିରିଶ ବେଙ୍ଗାଲୁରୁର ଜୟନଗରର ବାସିନ୍ଦା ହୋଇଥିବା ବେଳେ ତାଙ୍କ ୪୨ ବର୍ଷୀୟା ପ୍ରେମିକା ପଶ୍ଚିମବଙ୍ଗର। ସେ ସହରର ଏକ ସ୍ପାରେ ନିଯୁକ୍ତ ଥିଲେ।

ପୁଲିସର ସୂଚନାନୁସାରେ, ନିଜ ଭଉଣୀଙ୍କ ପାଇଁ ଉପଯୁକ୍ତ ବର ଖୋଜିବାରେ ଅସୁବିଧା ହେତୁ ଗିରିଶ ୨୦୧୧ ମସିହାରେ ଇସଲାମ ଧର୍ମ ଗ୍ରହଣ କରିଥିଲେ। ମାର୍ଚ ୨୯ ତାରିଖରେ ଗିରିଶଙ୍କ ଜନ୍ମଦିନ ପୂର୍ବରୁ ଫରିଦା ତାଙ୍କ ଝିଅମାନଙ୍କ ସହ ପଶ୍ଚିମବଙ୍ଗରୁ ବେଙ୍ଗାଲୁରୁ ଫେରିଥିଲେ।

ଫରିଦା ବେଙ୍ଗାଲୁରରୁ ଗିରିଶଙ୍କ ଜନ୍ମଦିନ ପାଳନ କରିବା ସହ ନିଜର ଏକ ଝିଅ ପାଇଁ କଲେଜ୍‌ ଖୋଜିବାକୁ ବି ଯାଇଥିଲେ। ଘଟଣା ଘଟିବା ଦିନ ଗିରିଶ ଫରିଦା ଓ ତାଙ୍କ ଝିଅମାନଙ୍କୁ କିଣାକିଣି କରାଇବା ସହ ମଧ୍ୟାହ୍ନ ଭୋଜନ କରାଇଥିଲେ। ପରେ ସେମାନେ ନିଜ ହୋଟେଲକୁ ଫେରିଥିଲେ। ସନ୍ଧ୍ୟାରେ, ସାଲିନି ଗ୍ରାଉଣ୍ଡରେ ଥିବାବେଳେ ଗିରିଶ ଫରିଦାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ, କିନ୍ତୁ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏଥିରେ ରାଗିଯାଇ ଗିରିଶ ତାଙ୍କୁ ଏକାଧିକ ଥର ଛୁରୀରେ ଆକ୍ରମଣ କରି ହତ୍ୟା କରି ପରେ ଜୟନଗର ପୁଲିସ ଷ୍ଟେସନରେ ଆତ୍ମସମର୍ପଣ କରିଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button