ଖେଳ ଖବର

୭୦୮୭କୋଟି ଟଙ୍କାର ଦଳରୁ କେତେ ରୋଜଗାର କରନ୍ତି ପ୍ରୀତି? – Kalinga News

[ad_1]

ନୂଆଦିଲ୍ଲୀ: ଏବେ ଆଇପିଏଲକୁ ନେଇ ଚାରିଆଡେ ଚର୍ଚ୍ଚା। ସିଜିନ୍ ଆରମ୍ଭ ହେବା ପରଠୁ ସମଗ୍ର ଦଳ ଫାଇନାଲରେ ପହଞ୍ଚିବା ପାଇଁ କଠିନ ପରିଶ୍ରମ କରୁଛନ୍ତି। ଷ୍ଟାଡିୟମରେ ବଲିଉଡ ସେଲିବ୍ରିଟିମାନେ ମଧ୍ୟ ସେମାନଙ୍କର ପ୍ରିୟ ଦଳକୁ ଉତ୍ସାହିତ କରୁଥିବା ଦେଖିବାକୁ ମିଳୁଛି। କ୍ରିକେଟ୍ ପ୍ରତି ବଲିଉଡ ସେଲିବ୍ରିଟମାନଙ୍କର ମଧ୍ୟ ବହୁତ ଆଗ୍ରହ ରହିଛି, ସେଥିପାଇଁ କିଛି କଳାକାର ଆଇପିଏଲ୍ ଦଳ ମଧ୍ୟ କିଣିଛନ୍ତି। ଏହି ତାଲିକାରେ ଶାହାରୁଖ ଖାନ, ଜୁହି ଚାୱଲାଙ୍କ ବ୍ୟତୀତ ପ୍ରୀତି ଜିଣ୍ଟା ମଧ୍ୟ ରହିଛନ୍ତି। ସେ ଏକ ଆଇପିଏଲ୍ ଦଳ ପଞ୍ଜାବ କିଙ୍ଗସର ମାଲିକାଣୀ ଅଟନ୍ତି। ଦୀର୍ଘ ସମୟ ଧରି ଅଭିନୟ ଜଗତରୁ ଦୂରରେ ରହିଥିଲେ ମଧ୍ୟ ସେ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି। ୭୦୮୭କୋଟି ଟଙ୍କାର ଦଳରୁ ପ୍ରୀତି କେତେ ରୋଜଗାର କରନ୍ତି ଆପଣ ଜାଣନ୍ତି କି?

ପ୍ରୀତିଙ୍କ ପଞ୍ଜାବ କିଙ୍ଗ୍ସର ବ୍ରାଣ୍ଡ ମୂଲ୍ୟ ବହୁତ ଭଲ। ଏହି ଦଳକୁ ପ୍ରୀତି ଜିଣ୍ଟା, ନେସ୍ ୱାଡିଆ, କରଣ ପାଲ ଏବଂ ମୋହିତ ବର୍ମନ୍ ଏକାଠି କିଣିଥିଲ। ୨୦୦୮ରେ, ଏମାନେ ୨: ୧: ୧ର ଅଂଶଧନ ସହିତ ଦଳ କିଣିଥିଲେ। ଯେଉଁଥିରେ କରଣ ଏବଂ ମୋହିତଙ୍କ ଅଂଶଧନ ୨ ଏବଂ ନେସ୍ ଓ ପ୍ରୀତିଙ୍କ ଅଂଶଧନ ୧-୧ ଥିଲା। ୨୦୨୧ରେ ୩୫୦କୋଟି ଟଙ୍କା ଟିମରେ ନିବେଶ କରିଥିଲେ ପ୍ରୀତି। ଆୟର ସଠିକ୍ ସୂଚନା ମିଳିନଥିଲେ ବି ପ୍ରୀତି ନିବେଶ କରିଥିବା ଟଙ୍କାଠାରୁ ଢ଼େର ଅଧିକ ଆୟ କରୁଥିବା ଜାତୀୟ ଗଣମାଧ୍ୟମରେ ଦାବି କରାଯାଇଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button