ଖେଳ ଖବର

ରଣଜୀ ଟ୍ରଫି: ୫ ବର୍ଷ ପରେ ବିପ୍ଳବଙ୍କ ଶତକ, ଓଡ଼ିଶା ୪୪୦, ଦିଲ୍ଲୀ ୧୮୭/୨ – Kalinga News

[ad_1]

ଭୁବନେଶ୍ବର: ଶୁଭ୍ରାଂଶୁ ସେନାପତିଙ୍କ ପରେ ପୂର୍ବତନ ଅଧିନାୟକ ବିପ୍ଳବ ସାମନ୍ତରାୟଙ୍କ ଶତକୀୟ ପାଳି ସହାୟତାରେ ଓଡ଼ିଶା ଚଳିତ ରଣଜୀ ଋତୁରେ ତୃତୀୟ ଥର ପାଇଁ ୪୦୦ରୁ ଊର୍ଦ୍ଧ୍ବ ସ୍କୋର କରିପାରିଛି। ଦିଲ୍ଲୀର ଜାମିଆ ମିଲିଆ ଇସ୍‌ଲାମିଆ କ୍ରିକେଟ୍‌ ପଡ଼ିଆରେ ଚାଲିଥିବା ଏଲିଟ୍‌ ଗ୍ରୁପ୍‌ ଡି’ ଶେଷ ପର୍ଯ୍ୟାୟ ମ୍ୟାଚ୍‌ର ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ଓଡ଼ିଶାର ୪୪୦ ରନ୍‌ ଜବାବରେ ଘରୋଇ ଦଳ ୧୮୭/୨ ସ୍କୋର କରିଛି। ଅନୁଜ ରାୱତ ୪୦ ଓ ଗଗନ ଭାଟ୍ସ ୬୬ ରନ୍‌ କରି ଆଉଟ୍‌ ହୋଇଥିଲା ବେଳେ ୟଶ ଧୂଲ୍‌ (୫୭*) ଓ ଆୟୁଷ ବଦୋନି (୧୫*) ଅପରାଜିତ ଅଛନ୍ତି।

ଶନିବାର ସକାଳେ ୩୧୪/୪ରୁ ଓଡ଼ିଶା ଦ୍ବିତୀୟ ଦିନ ଖେଳିବା ଆରମ୍ଭ କରିଥିଲା। ଦୁଇ ଓଭର‌ ପରେ ଶତକ ଅର୍ଜନକାରୀ ଶୁଭ୍ରାଂଶୁ ସେନାପତି ୨ ରନ୍‌ ଯୋଡ଼ିବା ପରେ ଆଉଟ୍‌ ହୋଇଥିଲେ। ଆଶୀର୍ବାଦ ସ୍ବାଇଁଙ୍କୁ ସାଥୀ କରି ବିପ୍ଳବ ସାମନ୍ତରାୟ ଶତକୀୟ ଭାଗୀଦାରି (୧୧୧ ରନ୍‌, ୧୯୯ ବଲ୍‌) ଗଢିବା ସହ ବ୍ୟକ୍ତିଗତ ଶତକ (୧୧୦ ରନ୍‌, ୨୧୭ ବଲ୍‌, ୧୨ ଚୌକା, ୧ ଛକା) ମଧ୍ୟ ଅର୍ଜନ କରିଥିଲେ। ବିପ୍ଳବ ୫ ବର୍ଷ ପରେ ରଣଜୀ ଟ୍ରଫିରେ ଶତକ ପାଇଥିଲେ। ଶେଷ ଥର ପାଇଁ ୨୦୧୮ ନଭେମ୍ବର ୪ ତାରିଖରେ ହରିୟାଣା ବିପକ୍ଷରେ ସେ ଶତକ (୧୦୩*) ମାରିଥିଲେ। ଶନିବାର ଏହି ଭାଗୀଦାରି ଦ୍ବାରା ଓଡ଼ିଶା ୪୦୦ ଅତିକ୍ରମ କରିଥିଲା। କିନ୍ତୁ ଆଶୀର୍ବାଦ ଅର୍ଦ୍ଧଶତକଠୁ ୪ ରନ୍‌ ଦୂରରେ ଥିବା ବେଳେ ନିଜ ୱିକେଟ୍‌ ହରାଇଥିଲେ। ଆଶୀର୍ବାଦଙ୍କ ପରେ କେବଳ ରାଜେଶ ମହାନ୍ତି (୬)ଙ୍କୁ ଛାଡ଼ିଦେଲେ ଅନ୍ୟମାନେ କେହି ଖାତା ଖୋଲି ପାରି ନଥିଲେ।

ସଂକ୍ଷିପ୍ତ ସ୍କୋର: ଓଡ଼ିଶା ପ୍ରଥମ ପାଳି: ୧୨୯.୨ ଓଭରରେ ୪୪୦/୧୦ (ଶୁଭ୍ରାଂଶୁ‌ ସେନାପତି-୧୧୧, ବିପ୍ଳବ ସାମନ୍ତରାୟ-୧୧୦, ଶାନ୍ତନୁ ମିଶ୍ର-୭୬, ଆଶୀର୍ବାଦ ସ୍ବାଇଁ -୪୬, ସୁମିତ ମାଥୁର-୪/୯୭, ହିମ୍ମତ ସିଂହ-୩/୪୨, ପ୍ରାଂଶୁ ବିଜୟରନ୍‌-୩/୭୪)। ଦିଲ୍ଲୀ ପ୍ରଥମ ପାଳି: ୪୬ ଓଭରରେ ୧୮୭/୨ (ଗଗନ ଭାଟ୍ସ-୬୬, ୟଶ ଧୂଲ-୫୭, ଅନୁଜ ରାୱତ-୪୦, ସୁନୀଲ ରାଉଳ-୧/୪୪)।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button