ଖେଳ ଖବର

ସିଲି ପଏଣ୍ଟ୍‌: ପ୍ରୀତି ଖୁଆଇଲେ ୧୨୦ ଆଳୁ ପରଟା – Kalinga News

[ad_1]

ପଞ୍ଜାବ କିଙ୍ଗ୍ସ ମାଲିକାଣୀ ତଥା ବଲିଉଡ୍‌ ଅଭିନେତ୍ରୀ ପ୍ରୀତି ଜିଣ୍ଟାଙ୍କ ଉତ୍ସାହ ସବୁବେଳେ ଉଚ୍ଚରେ ରହିଥାଏ। ଯଦିଓ ତାଙ୍କ ଦଳ କେବେବି ଟ୍ରଫି ଜିତିନାହିଁ, କିନ୍ତୁ ଏହା ତାଙ୍କ ଉର୍ଜାକୁ କମ୍‌ କରିନାହିଁ। ବରଂ ଗ୍ୟାଲେରିରେ ଅଧିକ ଉଲ୍ଲସିତ ରହି ମ୍ୟାଚ୍‌କୁ ଉପଭୋଗ କରିଥା’ନ୍ତି ପ୍ରୀତି। ମ୍ୟାଚ୍‌ ପରେ ଦର୍ଶକଙ୍କ ସହିତ ମିଶିବା କିମ୍ବା ଟେଲିଭିଜନ୍‌ କ୍ୟାମେରା ଆଗରେ କିଛି କହିବା ତାଙ୍କୁ ଖୁବ୍‌ କମ୍‌ ଦେଖିବାକୁ ମିଳେ। ହେଲେ ତାଙ୍କ ଏକ ଟେଲିଭିଜନ୍‌ ସାକ୍ଷାତକାର ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବାରେ ଲାଗିଛି। ଏହି ଭିଡିଓରେ ସେ ପଞ୍ଜାବ କିଙ୍ଗ୍ସ ଖେଳାଳିଙ୍କ ପାଇଁ‌ କେମିତି ୧୨୦ ଆଳୁ ପରଟା ତିଆରି କରାଇଥିଲେ ସେ ବିଷୟରେ କହିଥିଲେ।

ପ୍ରୀତି କହିଥିଲେ, ‘ମୁଁ ଆଳୁ ପରଟା ଖାଇବାକୁ ଚାହେ। କିନ୍ତୁ ହୋଟେଲ୍‌ ତରଫରୁ ମରିଯାଇଥିବା, ଥକିଯାଇଥିବା ଓ ସଢିଯାଇଥିବା ଭଳି ପରଟା ଦେଇଥିଲେ। ତେଣୁ ମୁଁ ତାଙ୍କୁ ପରଟା ତିଆରି ଶିଖାଇବି ବୋଲି ମନସ୍ଥ କରିଥିଲି। ଦଳର ଖେଳାଳିମାନେ ମଧ୍ୟ ପରଟା କରିକି ଦେଲେ ଖାଇବେ ବୋଲି କହିଥିଲେ। ତେଣୁ ସେମାନଙ୍କୁ କହିଥିଲି, ମୁଁ ଏପରି ପରଟା ତ କରିପାରିବିନି। କିନ୍ତୁ ଯଦି ଦଳ ଜିତିବ ତାହେଲେ ମୁଁ ନିଶ୍ଚୟ କରିବି। ଏହାପର ମ୍ୟାଚ୍‌ରେ ଦଳ ଜିତିଯାଇଥିଲା। ତେଣୁ କଥା ରଖିବାକୁ ଯାଇ ସେମାନଙ୍କ ପାଇଁ ମୋତେ ୧୨୦ ଆଳୁ ପରଟା ତିଆରି କରିବାକୁ ପଡ଼ିଥିଲା।’



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button