ଖେଳ ଖବର

କ୍ରିକେଟ ବଲ ନେଲା ୧୧ବର୍ଷ ବାଳକଙ୍କ ଜୀବନ – Kalinga News

[ad_1]

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୁଣେରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। କ୍ରିକେଟ ଖେଳୁଥିବା ବେଳେ ଜଣେ ବାଳକଙ୍କ ଗୁପ୍ତାଙ୍ଗରେ ବଲ ବାଜିଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି। ମୃତ ବାଳକଙ୍କ ନାମ ସୌର୍ଯ୍ୟ ଓରଫ ସମ୍ଭୁ କାଲିଦାସ ଖାଣ୍ଡୱେ ବୟସ ୧୧ବର୍ଷ।

ସୂଚନାମୁତାବକ, ପୁ‌ଣେର ‌ଲୋହଗ୍ରାମରେ ସୌର୍ଯ୍ୟ କ୍ରିକେଟ ଖେଳିବାକୁ ଯାଇଥିଲେ। ସେଠାରେ ସେ ବଲିଂ କରୁଥିବା ବେଳେ ତାଙ୍କର ସାଙ୍ଗ ବ୍ୟାଟିଂ କରୁଥିଲେ। ସୌର୍ଯ୍ୟ ଯେମିତି ବଲ ପିଙ୍ଗିଛନ୍ତି ସାଙ୍ଗ ଜଣକ ଅଜଣାରେ ସୌର୍ଯ୍ୟ ଆଡକୁ ବଲ ମାରିଥିଲେ। ଫଳରେ ଉକ୍ତ ବଲଟି ସୌର୍ଯ୍ୟଙ୍କ ଗୁପ୍ତାଙ୍ଗରେ ଆସି ବାଜିଥିଲା।

ଛଟପଟ ହୋଇ ସେ ତଳେ ପଡ଼ିଯାଇଥିଲେ। ସାଙ୍ଗମାନେ ଆଖପାଖଲୋକଙ୍କ ସାହାଯ୍ୟରେ ସୌର୍ଯ୍ୟଙ୍କୁ ସଙ୍ଗେସଙ୍ଗେ ହସ୍ପିଟାଲ ନେଇଯିବା ସହିତ ପରିବାରଲୋକଙ୍କ ଏ ଘଟଣା ବିଷୟରେ ଖବର ଦେଇଥିଲେ।

ଦୁଃଖର ବିଷୟ ଡାକ୍ତରଖାନାରେ ଡାକ୍ତର ସୌର୍ଯ୍ୟଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାରେ ପୁଲିସ ଆକସ୍ମିକ ମୃତ୍ୟୁର ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

 

ସୌର୍ଯ୍ୟଙ୍କ ମୃତ୍ୟୁକୁ ନେଇ ପରିବାରଲୋକ କହିଛନ୍ତି, ’ପୁଅର କ୍ରିକେଟ ଖେଳ ପ୍ରତି ଖୁବ ଦୁର୍ବଳତା ରହିଥିଲା। ସେ ସବୁବେଳେ କହୁ୍‌ଥିଲା ପାଠପଢ଼ା ସହିତ କ୍ରିକେଟରେ ତାର କ୍ୟାରିୟର ଗଢ଼ିବ। ତେଣୁ ଆମେ ବି ତାର ଇଚ୍ଛାରେ ବାଧା ଦେଇ ନଥିଲୁ। ସେ ଯେତେବେଳେ ଚାହୁଁଥିଲା ଖେଳିବାକୁ ଯାଉଥିଲା। କାରଣ ପାଠପଢ଼ାରେ ସେ ହେଳା କରେ ନାହିଁ। କିନ୍ତୁ ଏ କ୍ରି‌କେଟ ବଲ ଯେ ତାର କାଳ ହେବ ସେ କଥା ଆମେ ସ୍ବପ୍ନରେ ବି ଭାବି ନଥିଲୁ।’



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button