ଖେଳ ଖବର
ରେଫରିଙ୍କ ଉପରକୁ ହାତ ଉଠାଇଲେ ରୋନାଲ୍ଡୋ – Kalinga News

[ad_1]
ନୂଆଦିଲ୍ଲୀ: ବିଶ୍ବ ଫୁଟ୍ବଲ୍ରେ ଜଣେ ମହାନ୍ ଖେଳାଳିର ପରିଚୟ ବହନ କରୁଥିବା ପର୍ତ୍ତୁଗାଲ୍ର କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଉପରେ ପ୍ରଶଂସକମାନେ ଖପ୍ପା ହୋଇଛନ୍ତି। ସାଉଦି ସୁପର କପ୍ରେ ଅଲ୍ ନାସର ପାଇଁ ଅଲ୍ ହିଲାଲ୍ ବିପକ୍ଷରେ ଖେଳୁଥିବା ବେଳେ ରୋନାଲ୍ଡୋ ପ୍ରତିପକ୍ଷର ଜଣେ ଖେଳାଳିଙ୍କୁ କହୁଣିରେ ମାରିଥିଲେ। ଯେଉଁଥିପାଇଁ ରେଫରି ସିଧାସଳଖ ତାଙ୍କୁ ରେଡ୍ କାର୍ଡ ଦେଇଥିଲେ। କିନ୍ତୁ ରୋନାଲ୍ଡୋ ଏହି କାର୍ଡ ପାଇବା ପରେ ରାଗିଯାଇ ରେଫରିଙ୍କୁ କହୁଣିରେ ମାରିବାକୁ ଉଦ୍ୟମ କରିଥିଲେ। ଏହି ମ୍ୟାଚ୍ରେ ଅଲ୍ ନାସର ୧-୨ ଗୋଲ୍ରେ ପରାସ୍ତ ହୋଇଥିଲା। ସୂଚନାଯୋଗ୍ୟ, ରୋନାଲ୍ଡୋ ତାଙ୍କ ଖେଳଜୀବନ ମଧ୍ୟରେ ଦ୍ବାଦଶ ଥର ପାଇଁ ରେଡ୍ କାର୍ଡ ପାଇଛନ୍ତି।
[ad_2]




