ଅପରାଧ

ଚାକିରି ଦେବା ନାଆଁରେ ଠକେଇ ମାମଲା; ଓଡ଼ିଶାରୁ ୩ ଅଭିଯୁକ୍ତ ଗିରଫ – Kalinga News

[ad_1]

ଭୁବନେଶ୍ୱର: କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଓଡ଼ିଶାର ଆଉ ଏକ ବଡ଼ ଆନ୍ତଃରାଜ୍ୟ ଠକ ଦଳକୁ ଧରିବାରେ ସଫଳ ହୋଇଛି। ଇଓଡବ୍ଲୁ ଆଜି ଭୁବନେଶ୍ୱରରୁ ୩ ଜଣ ଠକଙ୍କୁ ଗିରଫ କରିଛି। ଏମାନେ ଚାକିରି ଦେବା ନାଆଁରେ ଲୋକଙ୍କୁ ଠକୁଥିଲେ। ଏମାନେ ପ୍ୟାନ୍ ଇଣ୍ଡିଆ ନାମରେ ଏକ ଜାଲି ଜବ୍ ରାକେଟର ଗୁରୁତ୍ବପୂର୍ଣ୍ଣ ପଦରେ ରହି କାମ କରୁଥିଲେ। ଏମାନେ  ମଧ୍ୟପ୍ରଦେଶ, ଜମ୍ମୁ ଏବଂ କଶ୍ମୀର, ଗୁଜୁରାଟ, ମହାରାଷ୍ଟ୍ର ଓ ଛତିଶଗଡ଼ରେ ସକ୍ରିୟ ଥିଲେ।

ଗିରଫ ୩ଜଣଙ୍କ ମଧ୍ୟରୁ ଦୁଇଜଣ ହାଇଦ୍ରାବାଦ ଏବଂ ଜଣେ ଓଡ଼ିଶାର ବୋଲି ଜଣାଯାଇଛି। ଅଭିଯୁକ୍ତମାନେ ହେଲେ ହାଇଦ୍ରାବାଦର ମହମ୍ମଦ ସାନୁଲ୍ଲା ଓ ସାକ୍ଷୀ ଜୈନ ଏବଂ ବାଲେଶ୍ବରର ସୁରତ ଦଳେଇ। ଦିଲ୍ଲୀ, ମୁମ୍ବାଇ ଏବଂ ହାଇଦ୍ରାବାଦରୁ ଏହି ରାକେଟ ଚାଲୁଥିଲା। ଏମାନେ କେତେକ ନିର୍ଦ୍ଧିଷ୍ଟ ଏକାଉଣ୍ଟରେ ୧.୭ କୋଟି ଟଙ୍କାର ନେଣଦେଣ କରିଥିବା ଜଣାଯାଇଛି। ଏମାନେ ଏଟିଏମରୁ ଅଧିକାଂଶ ସମୟରେ ଟଙ୍କା ଉଠାଉଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାଯାଇଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button