ରାଜନୀତି

ଜେଏମ୍ଏମ୍ ର ବିଧାନସଭା ପ୍ରାର୍ଥୀଙ୍କୁ ପରିବର୍ତ୍ତନ ପାଇଁ ଦାବି – Kalinga News

[ad_1]

ରାଇରଙ୍ଗପୁର: ମୟୂରଭଞ ଜିଲ୍ଲା ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ପ୍ରାୟ ସମସ୍ତ ରାଜନୈତିକ ଦଳର ପ୍ରାର୍ଥୀ ଘୋଷଣା ହୋଇ ସାରିଛି। ତେବେ ଦୁଇଦିନ ପୂର୍ବରୁ ଘୋଷଣା ହୋଇଥିବା ବେଳେ ଯେଉଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି, ତାଙ୍କୁ ନେଇ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ସମସ୍ତ ବ୍ଲକର ସଭାପତି,ସମ୍ପାଦକଙ୍କ ସମେତ ସମସ୍ତ କର୍ମୀ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ଜେମଏମଏମ୍ ପ୍ରାର୍ଥୀ ସୁନାରାମ୍ ଟୁଡୁ ଦଳ ପାଇଁ ଯୋଗ୍ୟ ନୁହଁନ୍ତି ଏବଂ ତାଙ୍କର ଜନ ସମ୍ପର୍କ ମଧ୍ୟ ଭଲ ନାହିଁ । ତେବେ ତାଙ୍କ ତୁଳନାରେ ଅନ୍ୟ ଜଣେ ଆଶାୟୀ ପ୍ରାର୍ଥୀ ଥିବା ନାରାୟଣ ମୁର୍ମୁ ଜଣେ ଉଚ୍ଚ ଶିକ୍ଷିତ ଏବଂ ତାଙ୍କ ଜନ ସମ୍ପର୍କ ମଧ୍ୟ ଭଲ ରହିଛି । ଏହାବ୍ୟତୀତ ସେ ଆଦିବାସୀ ସଂଗଠନର ଅଧିକାଂଶ ସଂଗଠନ ସହିତ ଜଡ଼ିତ ମଧ୍ୟ ଅଛନ୍ତି ।

ଏଣୁ ସୁନ୍ଦଋଗଡ଼ ଜିଲ୍ଲାର ବୀରମିତ୍ରପୁର ନିର୍ବଚାନ ମଣ୍ଡଳୀର ଜେମଏମଏ୍ ପ୍ରାର୍ଥୀଙ୍କ ଟିକଟ ଯେପରି ରଦ୍ଧ କରାଗଲା ସେହିପରି ସୁନାରାମ୍ ଟୁଡୁଙ୍କ ଟିକଟକୁ ରଦ୍ଧ କରି ପୂର୍ବତନ ଏଡିଏମ୍ ନାରାୟଣ ମୁର୍ମୁଙ୍କୁ ଟିକଟ ପ୍ରଦାନ କରାଯାଉ ବୋଲି ଜେଏମଏମର ରାଜ୍ୟ ସଭାପତି ଅଞନୀ ସୋରେନଙ୍କ ନିକଟରେ ଦାବି କରିଛନ୍ତି। ଯଦି ନାରାୟଣ ମୁର୍ମୁଙ୍କୁ ଟିକଟ ଦିଆନଯାଏ ତାହେଲେ ନିର୍ବାଚନ ମଣ୍ଡଳୀର ବୁଥ ସ୍ତରୀୟ କମିଟୀର କର୍ମୀମାନେ ନିର୍ବାଚନ ସମୟରେ କୌଣସି ସହଯୋଗ କରିବେ ନାହିଁ ବୋଲି କହିଛନ୍ତି। ଉକ୍ତ ଦାବିପତ୍ରରେ ରାଇରଙ୍ଗପୁରରେ ନିର୍ବାଚନ ମଣ୍ଡଳୀର ଜେଏମଏମର ରାଇରଙ୍ଗପୁର ବ୍ଲକର ସଭାପତି ସୁଜିତ ମୁର୍ମୁ,ଉପ ସଭାପତି କାଳୀଚରଣ ଟୁଡୁ, ଉପଦେଷ୍ଟା ମନୋଜ କୁମାର ବାରିକ, କର୍ମୀ ଅନନ୍ତ ଚରଣ ଟୁଡୁ, ବୁଢାନ ମାରାଣ୍ଡି, ରାଇସେନ୍ ମାଝୀ,ଦିଲ୍ଲୀପ କୁମାର ବାରିକ,ବହଳଦା ବ୍ଲକର ସଭାପତି ସୁରେଶ ଚନ୍ଦ୍ର ମୁର୍ମୁ,ସମ୍ପାଦକ ବୁଧରାୟ ହାଁସଦାଃ,ଉପସଭାପତି ସୁଗଦା ମାଝୀ,କର୍ମୀ ଗୁମଦା ନାଏକ,ଧନେଶ୍ୱର ପୂର୍ତି, ଯଜ୍ଞେଶ୍ୱର ନାଏକ, ତିରିଂ ବ୍ଲକର ସଭାପତି ରୁପାୟ ମୁର୍ମୁ, ସମ୍ପାଦକ ଜିତରାୟ ସୋରେନ୍,ଉପ ସଭାପତି ମହା ମାରାଣ୍ଡି,ଉପଦେଷ୍ଟା ଦିକୁ ମାରାଣ୍ଡି,କର୍ମୀ ସାଉନା ବେଶ୍ରା,କର ବାସ୍କେ,ବୁଧରାୟ ମାଝୀ ,ଘାସିରାମ ମାରାଣ୍ଡି,ଶ୍ୟାମ ମୁର୍ମୁ ଏବଂ ଜାମଦା ବ୍ଲକର ସମ୍ପାଦକ ଚନ୍ଦ୍ର ମହୋନ ପିଙ୍ଗୁଆ,ଉପ ସଭାପତି କିଣିରାମ୍ ଆଲଦା,ଉପଦେଷ୍ଟା ମଦନ ମାରାଣ୍ଡି,କର୍ମୀ କାର୍ତିକ ସୋରେନ,କାଦେ ଟୁଡୁ,ଲକ୍ଷ୍ମଣ ମାରାଣ୍ଡି,ବାବଲୁ ହାଁସଦାଃଙ୍କ ସମେତ ବହୁ କର୍ମୀ ଉପସ୍ଥିତ ରହି ଜେଏମଏମର ରାଜ୍ୟ ସଭାପତି ଅଞନୀ ସୋରେନଙ୍କ ନିକଟରେ ଦାବିପତ୍ର ପ୍ରଦାନ କରିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button