ବିଜେଡି ଆପେ ଆପେ ଭାଙ୍ଗିଯିବ: ପୀତାମ୍ବର ଆଚାର୍ଯ୍ୟ – Kalinga News

[ad_1]
ଭୁବନେଶ୍ବର: ଓଡ଼ିଶାବାସୀ ୨୫ ବର୍ଷ ଧରି ବିଜେଡିକୁ ଭୋଟ ଦେଇ ନିର୍ବାଚିତ କରିଆସୁଛନ୍ତି। ବିଜେଡିର ନେତା ଲୋକଙ୍କ ସେବା କରିବାକୁ ଶପଥ ନେଇଥିଲେ। ଏବେ ସେମାନେ ମଞ୍ଚରେ ଦେଖାଯାଉ ନାହାନ୍ତି। ମୁଖ୍ୟମନ୍ତ୍ରୀ ଗ୍ରାଉଣ୍ଡ ନେତା ନୁହେଁ ବରଂ ରାଉଣ୍ଡ ନେତା ସାଜିଛନ୍ତି। ବିଜୁ ବାବୁଙ୍କୁ ଭାରତରତ୍ନ ଦେବା ପାଇଁ ଦାବି କରୁଥିବା ବିଜେଡିର ପୋଷ୍ଟର ଓ ବ୍ୟାନରରେ ଗୁମାସ୍ତାଙ୍କ ଫଟୋ ଲାଗିଛି। ଆମଦାନୀ ନେତା, କ୍ରୀତଦାସ ଓ ଗୁମାସ୍ତାଙ୍କ ଉପରେ ବିଜେଡି ନିର୍ଭରଶୀଳ। ତେଣୁ ବିଜେଡିକୁ ଭାଙ୍ଗିବାର ଆବଶ୍ୟକ ନାହିଁ। ବିଜେଡି ଆପେ ଆପେ ଭାଙ୍ଗି ଚୁରମାର୍ ହୋଇଯିବ ବୋଲି କହିଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ।

Sambad is now on WhatsApp
Join and get latest news updates delivered to you via WhatsApp
ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଆଚାର୍ଯ୍ୟ କହିଥିଲେ, ବିଜେଡିକୁ ଭାଙ୍ଗିବାର ବିଜେପି ପ୍ରୟାସ କରୁଛି ବୋଲି ବିଜେଡିର ଦୁଇ ନମ୍ବର ନେତା ଗଣମାଧ୍ୟମରେ କହିବା ତାଙ୍କ ଅସହାୟତାକୁ ପ୍ରକାଶ କରୁଛି। ମୁଖ୍ୟମନ୍ତ୍ରୀ ନବୀନ ବାବୁ ସଖୀ କଣ୍ଡେଇ ପାଲଟିଛନ୍ତି, କିଛି ଅଣଓଡ଼ିଆ ଲୋକଙ୍କ ଦ୍ୱାରା ପରିଚାଳିତ ହେଉଛନ୍ତି। ଓଡ଼ିଆ ଅସ୍ମିତା କଥା ଦାବି କରୁଥିବା ବିଜେଡିର ସଭାପତି ତଥା ମୁଖ୍ୟମନ୍ତ୍ରୀଙ୍କୁ ଭାଷଣ ଦେବା ବେଳେ ପାରଳା ମହାରାଜାଙ୍କ ନାମ ଜଣା ନାହିଁ। ପଣ୍ଡିତ ଉତ୍କଳମଣି ଗୋପବନ୍ଧୁଙ୍କ ଗାଁ ସୁଆଣ୍ଡୋକୁ ଯାଇ ତାଙ୍କ ନାମକୁ ମଧ୍ୟ ଭୁଲି ଯାଇଥିଲେ। ରାଜ୍ୟ ରାଜସ୍ୱରୁ ୪୨ଶହ କୋଟି ଟଙ୍କା ଖର୍ଚ୍ଚ କରି ୪ଟି ପାଇଖାନା, ପୁରାତନ ମଠ ମନ୍ଦିର, ଐତିହ୍ୟକୁ ଧ୍ୱଂସ କରି ମୁଁ କରିଛି ବୋଲି କହିବା ପରିତାପର ବିଷୟ। ଯେଉଁ ଦିନ ବିଜେପି ସରକାର ଆସିବ, ସେଦିନ ଜଗନ୍ନାଥ ପ୍ରକଳ୍ପ ମହାଦୁର୍ନୀତିର ସିବିଆଇ ତଦନ୍ତ କରାଯିବ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି।
କ୍ଷମତାକୁ ଆସିବା ଦିନ ହିଁ ଜଗନ୍ନାଥ ପ୍ରକଳ୍ପର ସିବିଆଇ ତଦନ୍ତ
ମୁଖ୍ୟମନ୍ତ୍ରୀ ଗ୍ରାଉଣ୍ଡ ନେତା ନୁହେଁ ବରଂ ରାଉଣ୍ଡ ନେତା ସାଜିଛନ୍ତି
ସେ ଆହୁରି ମଧ୍ୟ କହିଥିଲେ ଯେ ଭ୍ରଷ୍ଟାଚାରୀ, ବିଜେଡିର ମୂଳଦୁଆ ଭୁଶୁଡ଼ି ପଡ଼ିଲାଣି। ବିଜେଡିର ନେତାଙ୍କ ମରୁଡି ପଡ଼ିଲାଣି। କେନ୍ଦ୍ରୀୟ ସହାୟତା ଓ ଅନୁଦାନ ଉପରେ ଓଡ଼ିଶାର ଆର୍ଥିକ ମେରୁଦଣ୍ଡ ନିର୍ଭରଶୀଳ। ମୋଦୀ ସରକାର ରାଜ୍ୟବାସୀଙ୍କୁ ମାଗଣା ଚାଉଳ ଦେଉଛନ୍ତି। ଭୋଟ ରାଜନୀତି କରୁଥିବା ଶାସକ ବିଜେଡି ଅଖା ବସ୍ତା କିଣି ଦେଇ ୨୭୮କୋଟି ଟଙ୍କା ଖାଇଦେଲେ। ସେହି ଅଖା ବସ୍ତା ଏବେ ମୁମ୍ବାଇ ଓ ଅନ୍ୟାନ୍ୟ ଅଞ୍ଚଳରେ ୫୦ ଟଙ୍କାରେ ବିକ୍ରି ହେଉଥିବାର ଦୃଶ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ବିଜେପି ସରକାର ଆସିଲେ ଅଖା ଘୋଟାଲର ବି ତଦନ୍ତ ହେବ। ଓଡ଼ିଶାରେ ସବୁ ଥାଇ ବି ଓଡ଼ିଆ ଲୋକର ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଯାଉଛନ୍ତି। ମହାମାରୀ କରୋନା ସଙ୍କଟରେ ବାହାର ରାଜ୍ୟର ଚଷମା ଦୋକାନରୁ ଶହ ଶହ କୋଟି ଟଙ୍କାର ମାସ୍କ କିଣି ମିଛ ବିଲ୍ କରି ରାଜ୍ୟବାସୀଙ୍କୁ ଠକିଥିବା ବିଜେଡିକୁ କେବେହେଲେ କ୍ଷମା ମିଳିବ ନାହିଁ। ଏହାର ଉଚିତ୍ ଜବାବ ରାଜ୍ୟବାସୀ ଦେବେ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି।
ଏହି ସାମ୍ବାଦିକ ସମ୍ମିଳନୀରେ ଦିଲୀପ ମଲ୍ଲିକ, ସୁଜିତ କୁମାର ଦାସ, ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ଓ ହିତେଶ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
[ad_2]