ରାଜନୀତି

ସବୁବେଳେ “କାହିଁକି ଧଳା ଟି-ସାର୍ଟ” ପ୍ରଶ୍ନର ଏପରି ଉତ୍ତର ଦେଲେ ରାହୁଲ – Kalinga News

[ad_1]

ନୂଆଦିଲ୍ଲୀ: କର୍ଣ୍ଣାଟକରେ ଏକ ପ୍ରଚାର ଅଭିଯାନ ସମୟରେ ରାହୁଲ ଗାନ୍ଧୀ ଏକ ପ୍ରଶ୍ନର ଉତ୍ତର ଦେଇ ସଭିଙ୍କ ମନ ଜିଣି ନେଇଛନ୍ତି। ୫୩ ବର୍ଷୀୟ ରାଜନେତା ସବୁବେଳେ “କାହିଁକି ଧଳା ଟି-ସାର୍ଟ” ପନ୍ଧନ୍ତି ବୋଲି ଏକ ପ୍ରଶ୍ନର ଉତ୍ତର ଦେଇ ରାହୁଲ ନିଜ ପକେଟ ଉପରେ ହାତ ରଖି ତାଙ୍କ ସରଳ ଓ ସ୍ବଚ୍ଛ ଜୀବନ ଜୀବନଯାପନ କରିବାକୁ ଭଲ ଲାଗେ ବୋଲି କହିଛନ୍ତି।
କଂଗ୍ରେସ ନେତା କହିଛନ୍ତି ଯେ “ସ୍ୱଚ୍ଛତା ଏବଂ ସରଳତା ମୋର ପସନ୍ଦ ଏବଂ ମୁଁ ପୋଷାକ ପ୍ରତି ଅଧିକ ଗୁରୁତ୍ୱ ଦେଉନାହିଁ। ମୁଁ  ସରଳ ପୋଷାକ ପରିଧାନ କରିବାକୁ ପସନ୍ଦ

କରେ।” ଏକ ସାକ୍ଷାତ୍‌କାରେ ରାପିଡ୍‌ ଫାୟାର୍‌ ରାଉଣ୍ଡରେ ପଚରା ଯାଇଥିବା ଏହି ପ୍ରଶ୍ନର ଉତ୍ତରରେ ଗାନ୍ଧୀ ଏପରି କହିଛନ୍ତି।

୨୦୦୪ ମସିହାରେ ନିର୍ବାଚନ ଡେବ୍ୟୁ କରିଥିବା ରାହୁଲ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖର୍ଗେ ଓ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୟାଙ୍କ ସହ ସାକ୍ଷାତ୍‌କାରେ ବିଭିନ୍ନ ପ୍ରସଂଗରେ ନିଜର ମତ ରଖିଥଲେ।

ରାୟବରେଲି ସଂସଦୀୟ ଆସନରୁ ଲୋକସଭା ନିର୍ବାଚନ ପାଇଁ ୨୪ ନାମାଙ୍କନପତ୍ର ଦାଖଲ କରାଯାଇଥିଲା। ଶନିବାର ଦିନ ନାମାଙ୍କନପତ୍ରର ଯାଞ୍ଚ ପରେ ୧୬ ନାମାଙ୍କନରେ ଆବଶ୍ୟକ ପ୍ରମାଣପତ୍ର‌ରେ ନ ଥିବାବେଳେ ୮ ନାମାଙ୍କନକୁ ବୈଧ ଘୋଷିତ କରାଯାଇଛି।

ଯାଞ୍ଚ୍ ପରେ କଂଗ୍ରେସ ପ୍ରାର୍ଥୀ ରାହୁଲ ଗାନ୍ଧୀ, ବିଜେପି ପ୍ରାର୍ଥୀ ଦୀନେଶ ପ୍ରତାପ ସିଂ, ବିଏସପି ପ୍ରାର୍ଥୀ ଠାକୁର ପ୍ରସାଦ ଯାଦବ, ମାନବବାଦୀ ସମାଜ ପାର୍ଟିର ରୋହିତାଶ, ଆପନା ଦଳର ମହମ୍ମଦ ମୋବିନ୍, ଅଖିଲ ଭାରତୀୟ ଆପନା ଦଳର ଦିଲୀପ ସିଂ, ଭାରତ ପଞ୍ଚଶୀଲ ପାର୍ଟିର ସୁଦର୍ଶନ ରାମ ଏବଂ ସ୍ବାଧୀନ ହୋରିଲାଲଙ୍କ ନାମାଙ୍କନକୁ ବୈଧ ଘୋଷଣା କରାଯାଇଛି। ଜିଲ୍ଲାପାଳ କାର୍ଯ୍ୟ‌ାଳୟରେ ନାମାଙ୍କନପତ୍ରର ଯାଞ୍ଚ ହୋଇଥିଲା। ୧୬ ନାମାଙ୍କନକୁ ଖାରଜ କରାଯାଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button