ରାଜନୀତି

ବିଜେପିର ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀ ନିର୍ଣ୍ଣୟ କରିବେ: ଧର୍ମେନ୍ଦ୍ର ପ୍ରଧାନ – Kalinga News

[ad_1]

ରେଢ଼ାଖୋଲ: ଏବେ ସାରା ରାଜ୍ୟରେ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଆସ୍ଥା ବଢୁଛି। ରାଜ୍ୟରେ ପରିବର୍ତ୍ତନର ଲହର ଦେଖାଦେଇଛି। ୨୪ ବର୍ଷ ସରକାରର ଅପାରଗତା ଓ ଦୁର୍ନୀତି କରୁଥିବା ଲୋକମାନଙ୍କୁ ଶାସନ ଗାଦିରୁ ହଟାଇବା ପାଇଁ ଲୋକମାନେ ମନ ସ୍ଥିର କରି ସାରିଛନ୍ତି। ଓଡ଼ିଶାରେ ବିକଳ୍ପ ଭାବେ ବିଜେପି ଓଡ଼ିଶାର ସେବା କରିବାର ସୁଯୋଗ ପାଇବ। ବିଜେପିର ମୁଖ୍ୟମନ୍ତ୍ରୀ ଯିଏ ହେବ ତାହା ଓଡ଼ିଶାବାସୀ ନିର୍ଣ୍ଣୟ କରିବେ। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ରେଢ଼ାଖୋଲ ସମେତ ଓଡ଼ିଶାର ସର୍ବାଙ୍ଗୀନ ବିକାଶ ହେବ ବୋଲି କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ସମ୍ବଲପୁର ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ରେଢ଼ାଖୋଲରେ ବିଜେପିର ପରିବର୍ତ୍ତନ ସଂକଳ୍ପ ଯାତ୍ରାରେ ଆଜି କହିଛନ୍ତି।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି, ଓଡ଼ିଶା ସରକାର ସ୍କୁଲରେ ରଙ୍ଗ ମାରି ଶିକ୍ଷାର ବିକାଶ ହେଉଛି ବୋଲି ମିଛ ଡିଣ୍ଡିମ ପିଟୁଛନ୍ତି। ଶିକ୍ଷାର ମୂଳ ଦାୟିତ୍ୱ ରାଜ୍ୟ ସରକାରଙ୍କ ଉପରେ ନ୍ୟସ୍ତ ରହିଥିବା ବେଳେ ଓଡ଼ିଶାର ଅନେକ ସରକାରୀ ସ୍କୁଲରେ ଆବଶ୍ୟକ ଶିକ୍ଷକ ନାହାନ୍ତି। କ୍ଷମତାସୀନ ବିଜେଡି ସରକାର ମୂଳ ପ୍ରଶ୍ନର ଉତ୍ତର ନଦେଇ କେବଳ ଏଣେତେଣେ ଯୁକ୍ତି ବାଢୁଛନ୍ତି। ଚଳିତ ନିର୍ବାଚନରେ ପିଇବା ପାଣି, ଜଳସେଚନ, ଚିକିତ୍ସାସେବା, ଶିକ୍ଷାର ସୁବ୍ୟବସ୍ଥା, ମହିଳାଙ୍କ ସୁରକ୍ଷା, ଓବିସିଙ୍କୁ ସାମ୍ବିଧାନିକ ଅଧିକାର ପ୍ରଦାନ, ଆଦିବାସୀଙ୍କ ଧନ ଜୀବନ ସୁରକ୍ଷା ଓ ବଞ୍ଚିତ ବର୍ଗକୁ ସମ୍ମାନ ମିଳିବା ବିଜେପିର ପ୍ରମୁଖ ପ୍ରସଙ୍ଗ ହୋଇଛି। ମୋଦୀ ସରକାର ଓଡ଼ିଶାକୁ ୧୮ ଲକ୍ଷ କୋଟି ଟଙ୍କା ଦେଇଛନ୍ତି। ଏହାପରେ ବି ସବୁଠି ସମସ୍ୟାର ପାହାଡ଼ ଠିଆ ହୋଇଛି। କିନ୍ତୁ ଏ ସମସ୍ୟା ଉପରେ ପ୍ରଶ୍ନ କଲେ ସ୍ଥାନୀୟ ସରକାର ମୂଳ ପ୍ରଶ୍ନରୁ ବିଚ୍ୟୁତ ରହୁଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button