ରାଜନୀତି

ନିର୍ବାଚନୀ ରାଜନୀତିର ରୋଚକ ଚିତ୍ର: ୮ଟି ସ୍ଥାନରେ ନାମାଙ୍କନ ଭରିବେ ପାଣ୍ଡେ ଦମ୍ପତି – Kalinga News

[ad_1]

ଆଜି ପତ୍ନୀ ଶୋଭା ଦାଖଲ କଲେ ୪ ନାମାଙ୍କନପତ୍ର

କଟକ: କଟକରେ ଏବେ ଚର୍ଚ୍ଚାରେ ପାଣ୍ଡେ ଦମ୍ପତି। ସ୍ବାମୀ ଶ୍ରୀରାମ ପାଣ୍ଡେ ଓ ପତ୍ନୀ ଶୋଭା ପାଣ୍ଡେ। ଏଥର ସେମାନେ ରାଜ୍ୟର ୪ଟି ଲୋକସଭା ଆସନ ଓ ୪ଟି ବିଧାନସଭା ଆସନରେ ନାମାଙ୍କନପତ୍ର ଦାଖଲ କରିବେ। ଆଜି ଶୋଭା କଟକ ଲୋକସଭା ଓ ପୁରୀ ଲୋକସଭା ଆସନ ସହିତ ବାରବାଟୀ-କଟକ ଓ ଚୌଦ୍ବାର-କଟକ ବିଧାନସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେପଟେ ଶ୍ରୀରାମ ସମ୍ବଲପୁର ଓ କେନ୍ଦ୍ରାପଡା ଲୋକସଭା ଆସନରୁ ସାଂସଦ ପ୍ରାର୍ଥୀ ଭାବେ ତଥା ମାହାଙ୍ଗା ଓ ଆଳିରୁ ବିଧାନସଭା ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିବେ ବୋଲି ସୂଚନା ଦେଇଛନ୍ତି।

ଶ୍ରୀରାମଙ୍କ ସୂଚନା ଅନୁସାରେ, ସେ ବିଜେଡିର ସାଧାରଣ ସମ୍ପାଦକ ଓ ତାଙ୍କ ପତ୍ନୀ ଶୋଭା କଟକ ଜିଲ୍ଲା ବିଜେଡିର ଉପ-ସଭାପତି ଅଛନ୍ତି। ଶୋଭା ପୌର ନିର୍ବାଚନରେ ବିଜେପି ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଥିଲେ। ସେହି ସମୟରେ ବିଜେଡି ପକ୍ଷରୁ ତାଙ୍କୁ ବାରବାଟୀ-କଟକ ବିଧାନସଭା ଟିକେଟ୍ ଦେବା ପାଇଁ ପ୍ରତିଶ୍ରୁତି ଦିଆଯାଇ ନାମାଙ୍କନପତ୍ର ପ୍ରତ୍ୟାହାର କରିବାକୁ କୁହାଯାଇଥିଲା। ହେଲେ, ବିଜେଡି ଏବେ ବାହାର ନେତାଙ୍କୁ ଆଣି ବାରବାଟୀ-କଟକ ପାଇଁ ପ୍ରାର୍ଥୀ କରି ଆମକୁ ଅଣଦେଖା କଲା। ଆମେ ଟିକେଟ୍‌ ପାଇଁ ଆବେଦନ କରିଥିଲୁ, ଆମ କଥା କେହି ଶୁଣିଲେନି କି ଡାକି ପଚାରିଲେନି। ମୋ ପତ୍ନୀଙ୍କୁ ଟିକେଟ ଦେବା ପାଇଁ ସିଏମ୍‌ ଅଫିସ ପ୍ରତିଶ୍ରୁତି ଦେଇଥିଲା, କିନ୍ତୁ ଦେଲାନି। ସେଇଥିପାଇଁ ଶୋଭା କଟକ ଲୋକସଭା, ପୁରୀ ଲୋକସଭା ସହ ବାରବାଟୀ-କଟକ ଓ ଚୌଦ୍ବାର-କଟକ ବିଧାନସଭା ଭଳି ୪ଟି ଆସନରୁ ଆଜି ନାମାଙ୍କନପତ୍ର ଦାଖଲ କରିଛନ୍ତି।

ସେହିପରି ମୁଁ ସମ୍ବଲପୁର ଓ କେନ୍ଦ୍ରାପଡା ଲୋକସଭା ଆସନ ତଥା କଟକ ଜିଲ୍ଲାର ମାହାଙ୍ଗା ବିଧାନସଭା ଆସନ ଓ କେନ୍ଦ୍ରାପଡା ଜିଲ୍ଲାର ଆଳି ବିଧାନସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରିବି। ୩୯ ବର୍ଷ ହେଲା ମୁଁ ରାଜନୀତି ସହ ଜଡିତ ଅଛି। ତେଣୁ ସବୁ ଆସନରେ ମୋର ଭଲ ସ୍ଥିତି ରହିଛି। ଯେହେତୁ ମୁଁ ସବୁ ସ୍ଥାନରେ ପର୍ଯ୍ୟବେକ୍ଷକ ଭାବେ କାମ କରିଛି, ତେଣୁ ମୋତେ ସମସ୍ତେ ଜାଣିଛନ୍ତି। ମୁଁ ଦେଖାଇ ଦେବାକୁ ଚାହୁଁଛି ଯେ, ସାରା ରାଜ୍ୟରେ ମୋର ସଙ୍ଗଠନ ରହିଛି ଓ ଭୋଟ ବି ଅଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button