ସାଂସଦ ଓ ବିଧାୟକମାନଙ୍କୁ ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାକୁ ଆହ୍ୱାନ ଦେଲେ ଶରଦ – Kalinga News

[ad_1]
ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ଆଉ ମାସ କେଇଟା ବାକି ଥିବା ବେଳେ ଏବେଠୁ ନିର୍ବାଚନୀ ଉଷ୍ମତା ବାରି ହୋଇ ପଡିଲାଣି । ଲୋକସଭା ନିର୍ବାଚନରେ ମହାବିକାଶ ଅଘାଡି ଦମଦାର ପ୍ରଦର୍ଶନ କରିଥିବା ବେଳେ ବିଧାନସଭା ନିର୍ବାଚନ ପୂର୍ବରୁ ମହାବିକାଶ ଅଘାଡି ମେଣ୍ଟ ସହ ଜଡିତ ଥିବା ଶରଦ ପାୱାରଙ୍କ ଗୋଷ୍ଠୀ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି । ଲୋକସଭା ନିର୍ବାଚନ ଭଳି ବିଧାନସଭା ନିର୍ବାଚନରେ ଦଳ କମ ଆସନରେ ଲଢିବନି ବୋଲି ସ୍ପଷ୍ଟ କରିଛି । ଲୋକସଭା ନିର୍ବାଚନ ସମୟରେ ମହାବିକାଶ ଅଘାଡିର ସହଯୋଗୀ ଦଳ ତୁଳନାରେ ଶରଦ ପାୱାରଙ୍କ ଗୋଷ୍ଠୀ କମ ଆସନରେ ଲଢିବାକୁ ସହମତ ହୋଇଥିଲା । କିନ୍ତୁ ବିଧାନସଭା ନିର୍ବାଚନରେ ସ୍ଥିତି ଅଲଗା ହେବ ବୋଲି ଏନସିପି(ଏସ) ଗୋଷ୍ଠୀ ପକ୍ଷରୁ କୁହାଯାଇଛି।

Sambad is now on WhatsApp
Join and get latest news updates delivered to you via WhatsApp
ଶରଦ ପାୱାର ଶୁକ୍ରବାର ପୁଣେରେ ୨ଟି ବୈଠକ କରିଥିଲେ । ଦଳୀୟ କର୍ମୀ, ନେତା, ସାଂସଦ ଓ ବିଧାୟକଙ୍କୁ ନେଇ ବୈଠକ କରିଥିଲେ ଶରଦ ପାୱାର । ବୈଠକରେ ସାମିଲ ଥିବା ନେତାଙ୍କ କହିବା ଅନୁଯାୟୀ, ଶିବସେନା (ଉଦ୍ଧବ ଗୋଷ୍ଠୀ) ଓ କଂଗ୍ରେସ ସହ ମେଣ୍ଟ ବଜାୟ ରଖିବାକୁ ଲୋକସଭାରେ କମ ଆସନରେ ନିର୍ବାଚନ ଲଢିବାକୁ ଦଳ ସହମତ ହୋଇଥିଲା ବୋଲି ଶରଦ ପାୱାର କହିଛନ୍ତି । କିନ୍ତୁ ବିଧାନସଭାରେ ଭିନ୍ନ ସ୍ଥିତି ଦେଖିବାକୁ ମିଳିବ ବୋଲି ସଂକେତ ଦେଇଛନ୍ତି ଶରଦ ।
ସେହିଭଳି ଦଳର ସମସ୍ତ ସାଂସଦ ଓ ବିଧାୟକଙ୍କୁ ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାକୁ ଆହ୍ୱାନ ଦେଇଛନ୍ତି ଶରଦ । ତେବେ ଦଳ କେତୋଟି ଆସନରେ ନିର୍ବାଚନ ଲଢିବ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ସେହିଭଳି ଦଳର ବରିଷ୍ଠ ନେତା ଅନିଲ ଦେଶମୁଖ କହିଛନ୍ତି, ମହାବିକାଶ ଅଘାଡିରେ କେହି ବଡ କି ଛୋଟ ନୁହନ୍ତି ବରଂ ସମସ୍ତେ ସମାନ । ଚଳିତ ଲୋକସଭା ନିର୍ବାଚନରେ ଶରଦ ପାୱାରଙ୍କ ଦଳ ୧୦ଟି ଆସନରୁ ୮ଟିରେ ବିଜୟୀ ହୋଇଛି।
[ad_2]