ଅପରାଧ

ରାଜଧାନୀରେ ନକଲି ଏନ୍‌ସିଇଆର୍‌ଟି ବହି: ୧୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ବହି ଜବତ, ୪ ଅଟକ – Kalinga News

[ad_1]

ବଡ଼ଗଡ଼ରୁ ଗୋଦାମ ଠାବ

ଭୁବନେଶ୍ବର: ରାଜଧାନୀରେ ନକଲି ଏନ୍‌ସିଇଆର୍‌ଟି ବହିର ଭଣ୍ଡାରକୁ ଠାବ କରିଛି କମି‌ସନରେଟ୍ ପୁଲିସ। ପ୍ରାୟ ୧୦ ଲକ୍ଷ ଟଙ୍କାର ଏଭଳି ନକଲି ବହି ଜବତ କରିଛି। ରାକେଟ୍‌ର ମ‌ାଷ୍ଟରମାଇଣ୍ଡ୍ ଫେରାର ହୋଇଯାଇଥିଲେ ମଧ୍ୟ ଅନ୍ୟ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ଏସବୁ ବହି କେଉଁଠି ଛପା ହେଉଥିଲା ଏବଂ କେବେଠୁ ଏହା ବଜାରକୁ ଆସୁଥିଲା? ଭୁବନେଶ୍ବର ବାହାରେ ଅନ୍ୟ କେଉଁ ସହରରେ ଏହାର କାରବାର ଚାଲିଛି ? ସେନେଇ ପୁଲିସ ଖୋଳତାଡ଼ ଆରମ୍ଭ କରିଛି। ପୁଲିସ ସୂଚନା ମୁତାବକ ନକଲି ବହି ନେଇ ଏନ୍‌ସିଇଆର୍‌ଟି ପକ୍ଷରୁ ଅଭିଯୋଗ ହୋଇଥିଲା। ଏହାକୁ ଭିତ୍ତି କରି ଖାରବେଳନଗର ଥାନା ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଥିଲା। ଚଢ଼ଉ ବେଳେ ପ୍ରାୟ ୧୦ ଲକ୍ଷରୁ ଅଧିକ ମୂଲ୍ୟର ୩୦୦ରୁ ଊର୍ଦ୍ଧ୍ବ ନକଲି ବହି ଜବତ କରାଯାଇଛି।

ପୂର୍ବରୁ ପ୍ରତିବର୍ଷ ଓଡ଼ିଶାକୁ ଯେଉଁ ପରିମାଣର ଏନ୍‌ସିଇଆର୍‌ଟି ବହି ଆସୁଥିଲା, ତାହା ଗତ କିଛି ବର୍ଷ ହେଲା ହଠାତ୍‌ କମିଯାଇଥିଲା। ପ୍ରାୟ ୫୦ ପ୍ରତିଶତରୁ କମ୍‌ ବହି ବିକ୍ରି ହୋଇଥିଲା। ଏହାକୁ ନେଇ ଏନ୍‌ସିଇଆର୍‌ଟି ଦ୍ବନ୍ଦ୍ବରେ ପଡ଼ିଥିଲା। ରାଜଧାନୀର ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ ବହି ବିକ୍ରି କାହିଁକି କମୁଥିଲା। ଏଭଳି ସ୍ଥିତି ଉପୁଜିବାର କାରଣ ଖୋଜୁଖୋଜୁ ବଜାରରେ ନକଲି ଏନ୍‌ସିଇଆର୍‌ଟି ବହି ମିଳୁଥିବା ଜଣାପଡ଼ିଥିଲା। ପଶ୍ଚିମବଙ୍ଗରୁ ଏନ୍‌ସିଇଆର୍‌ଟିର ଏକ ୪ ଜଣିଆ ଟିମ୍‌ ଓଡ଼ିଶା ଆସି ଛାନ୍‌ଭିନ କରିଥିଲା। ଗ୍ରାହକ ବେଶରେ ଥିବା ଏହି ଟିମ୍‌ ରାଜଧାନୀର କିଛି ବୁକ୍‌ ଷ୍ଟୋର୍‌ ବୁଲି ବହି କିଣିବା ବାହାନାରେ ଯାଞ୍ଚ କରିଥିଲା। ପ୍ରଥମେ ମାଷ୍ଟରକ୍ୟାଣ୍ଟିନ୍‌ସ୍ଥିତ ବିଦ୍ୟାର୍ଥୀ ବୁକ୍ ଷ୍ଟୋରରୁ ବହି କିଣିଥିଲେ। ସେଠାରେ ସେମାନଙ୍କ ହାତରେ ଦୁଇଟି ନକଲି ବହି ଲାଗିଥିଲା। ବହିର କାଗଜ ଓ ହଲୋଗ୍ରାମ୍‌ରୁ ତାହା ନକଲି ବୋଲି ଜଣାପଡ଼ିଥିଲା। ତେଣୁ ସେହି ଟିମ୍‌ ତୁରନ୍ତ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ।

ରବେଳନଗର ଥାନା ପୁଲିସ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା। ଆଜି ବିଦ୍ୟାର୍ଥୀ ବହି ଦୋକାନକୁ ଯାଇ କିଛି କର୍ମଚାରୀଙ୍କୁ ପଚରାଉଚରା କରିଥିଲା। ସେମାନେ ୟୁନିଟ୍-୯ସ୍ଥିତ ମା’ ମଙ୍ଗଳା ବୁକ୍‌ଷ୍ଟୋରରୁ ଏହି ବହି ଆଣିଥିବା କହିଥିଲେ। ସେମାନଙ୍କ ତଥ୍ୟ ଆଧାରରେ ପୁଲିସ ଟିମ୍ ମା’ ମଙ୍ଗଳା ବୁକ୍ ଷ୍ଟୋରରେ ଚଢ଼ଉ କରିଥିଲା। ସେଠାରୁ ୩୦୦ ନକଲି ବହି ଜବତ କରିବା ସହ ୨ ଜଣଙ୍କୁ କାବୁ କରି ଥାନାକୁ ଅଣାଯାଇଥିଲା। ସେମାନଙ୍କୁ ଜେରା କରିବା ପରେ ‌ବହି ଗୋଦାମର ଗୁମର ଖୋଲିଥିଲା। ଏହାପରେ ଡିସିପି ପ୍ରତୀକ ସିଂଙ୍କ ନେତୃତ୍ବରେ ଆଇଆଇସି ରଜନୀକାନ୍ତ ମିଶ୍ର ଓ ତାଙ୍କ ଟିମ୍‌ ବଡ଼ଗଡ଼ସ୍ଥିତ ଶୁଭମ୍‌ ବୁକ୍‌ଷ୍ଟୋର୍‌ ଡିପୋରେ ଚଢ଼ଉ କରିଥିଲା। ସେଠାରୁ ବିପୁଳ ପରିମାଣର ନକଲି ବହି ଜବତ କରାଯାଇଥିଲା। ସେସବୁର ମୂଲ୍ୟ ୧୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ହେବ ବୋଲି ଆକଳନ କରାଯାଉଛି। ସେଠାରୁ ମାଲିକ ଓ କର୍ମଚାରୀଙ୍କୁ ପୁଲିସ ଉଠାଇ ଥାନାକୁ ଆଣିଥିଲା।

ସୂଚନାଯୋଗ୍ୟ ଯେ ନକଲି ବହିରେ ଅସଲ ବହିର ସବୁ ବିଷୟବସ୍ତୁ ଥିଲା। କିନ୍ତୁ ପେପର କ୍ବାଲିଟି କମ୍ ମାନର ଥିଲା। ପୁଣି ନକଲି ବହିର ଦାମ ଅସଲ ବହି ମୂଲ୍ୟର ଅଧା ଦାମରେ ମିଳୁଥିଲା। ବହି ଦୋକାନୀମାନେ ଭଲ କମିସନ ପାଇ ଏହି ବହି ବିକୁଥିଲେ। କିନ୍ତୁ ଅଭିଭାବକମାନେ ଏହାର ଟେର୍‌ ପାଉନଥିଲେ।
ଏନ୍‌ସିଇଆର୍‌ଟିର ଜଣେ ଅଧିକାରୀ କହିଛନ୍ତି ‌ଯେ ଏନ୍‌ସିଇଆର୍‌ଟି ବହି କଲିକତାରୁ ଆସେ। ପ୍ରତିବର୍ଷ ପ୍ରାୟ ୧୨ କୋଟି ଟଙ୍କାର ବହି ଓଡ଼ିଶା ବଜାରରେ ବିକ୍ରି ହୁଏ। କିନ୍ତୁ ଗତ କିଛି ବର୍ଷ ହେଲା ଏହି ପରିମାଣ କମି ୨ କୋଟି ଟଙ୍କାରେ ଆସି ପହଂଚିଛି। ଏହାକୁ ନେଇ ସନ୍ଦେହ ହେବାରୁ ଛାନ୍‌ଭିନ୍ କରାଯାଇଥିଲା। ଏହି ସମୟରେ ଓଡ଼ିଶା ବଜାରରେ ବିପୁଳ ପରିମାଣର ନକଲି ବହି ବିକ୍ରି ହେଉଥିବା ଜଣାପଡ଼ିଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button