ମନୋରଞ୍ଜନ

କରଣଙ୍କ ଅଫର୍‌କୁ ଅଙ୍କିତାଙ୍କ ନା! – Kalinga News

[ad_1]

ଟେଲିଭିଜନ୍‌ର ଜଣାଶୁଣା ଅଭିନେତ୍ରୀ ତଥା ‘ବିଗ୍‌ ବସ୍‌-୧୭’ର ପ୍ରତିଯୋଗୀ ଅଙ୍କିତା ଲୋଖଣ୍ଡେ ମନୋରଞ୍ଜନ ଦୁନିଆର ଜଣେ ଚର୍ଚ୍ଚିତ ଚେହେରା। କେବେ ଅଭିନୟକୁ ନେଇ ତ ପୁଣି କେବେ ବ୍ୟକ୍ତିଗତ ଜୀବନ ପାଇଁ ଏହି ଅଭିନେତ୍ରୀ ଖବରକୁ ଆସିଯାଆନ୍ତି। ତାଙ୍କୁ ନିୟମିତ ଭାବେ ନୂଆନୂଆ ପ୍ରକଳ୍ପରେ କାମ କରିବାର ସୁଯୋଗ ମିଳିଆସିଛି। ନିକଟରେ ତାଙ୍କ ବିଷୟରେ ଏପରି ଏକ ଖବର ହସ୍ତଗତ ହୋଇଛି ଯାହାକୁ ଶୁଣି ତାଙ୍କ ପ୍ରଶଂସକମାନେ ହୁଏତ ଆଶ୍ଚର୍ଯ୍ୟ ହୋଇଯିବେ। ଚର୍ଚ୍ଚା ହେଉଛି ଯେ ଅଙ୍କିତାଙ୍କୁ ସିନେନିର୍ମାତା କରଣ ଜୋହରଙ୍କ ୱେବ୍‌ ସିରିଜ୍‌ ‘ଷ୍ଟୁଡେଣ୍ଟ୍‌ ଅଫ୍‌ ଇୟର୍‌-୩’ ପାଇଁ ଅଭିନୟ ଅଫର୍‌ ମିଳିଥିଲା। ହେଲେ ଅଙ୍କିତା ଏହି ପ୍ରସ୍ତାବକୁ ଗ୍ରହଣ କରିନାହାନ୍ତି। ସେ କରଣଙ୍କ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି ବୋଲି ଜଣାପଡ଼ିଛି। ତେବେ ଏହାର ପ୍ରକୃତ କାରଣ କ’ଣ ତାହା ଏଯାଏ ପ୍ରକାଶ କରିନାହାନ୍ତି ସେ। କିନ୍ତୁ ଅଙ୍କିତା କାହିଁକି ଏପରି ନିଷ୍ପତ୍ତି ନେଲେ ତାହା ଜାଣିବାକୁ ତାଙ୍କର କିଛି ପ୍ରଶଂସକ କୌତୂହଳ ବ୍ୟକ୍ତ କରୁଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button