ମାନସଙ୍କ ମନକଥା: ଏବେ ଲକ୍ଷ୍ୟ ନିର୍ଦ୍ଦେଶନା – Kalinga News

[ad_1]
ଇଂଜିନିୟରିଂ ଶିକ୍ଷା ପରେ ଚାକିରି ନ କରି ଉଦ୍ୟୋଗଟିଏ ଆରମ୍ଭ କରିଥିଲେ ସେ। ହେଲେ ନିଜର ସୃଜନ ଅଭିଳାଷ ତାଙ୍କୁ ଓଡ଼ିଶାର ଲୋକପ୍ରିୟ ଏଫ୍ଏମ୍ ‘ରେଡିଓ ଚକ୍ଲେଟ୍’ ସହ ଯୋଡ଼ି ଦେଲା। ତାଙ୍କ କାହାଣୀରେ ଜୀବନ୍ୟାସ ପାଇଲା ‘ଜୀବନର କେତେ ରଙ୍ଗ’, ‘ଲଭ୍ ଷ୍ଟୋରି’ ଓ ‘ଭୟ’ ଭଳି ଲୋକପ୍ରିୟ ସିରିଜ୍। ପରିଚିତି ହାସଲ ପରେ ସିନେ-ଶିଳ୍ପରେ ପାଦ ଦେଲେ ମାନସ ପଢ଼ିଆରୀ। ଏବେ ସଂଳାପ ଏବଂ କାହାଣୀ ଓ ଚିତ୍ରନାଟ୍ୟ ରଚନା କ୍ଷେତ୍ରରେ ପ୍ରବେଶ କରି ବେଶ୍ ଚର୍ଚ୍ଚାରେ ଅଛନ୍ତି ସେ। ମାନସ ପଢ଼ିଆରୀ ଏବେ ଓଲିଉଡ୍ର ଜଣେ ଚିହ୍ନା ଚେହେରା।

Sambad is now on WhatsApp
Join and get latest news updates delivered to you via WhatsApp
ଖୁବ୍ କମ୍ ଦିନରେ ଓଲିଉଡ୍ରେ ଲେଖକ ଭାବେ ନାଅଁା କରିଛନ୍ତି ମାନସ ପଢ଼ିଆରୀ। ବେଶ୍ କେତୋଟି ସିନେମାର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ଲେଖି ସାରିଥିବା ମାନସଙ୍କ ଇଚ୍ଛା ନିର୍ଦ୍ଦେଶକ ହେବେ।
ନିର୍ଦ୍ଦେଶକ ବସନ୍ତ ସାହୁ ‘ସେଲ୍ଫିସ୍ ଦିଲ୍’ ଫିଲ୍ମରେ ପ୍ରଥମେ ମାନସଙ୍କୁ ସଂଳାପ ଲେଖିବାର ସୁଯୋଗ ଦେଇଥିଲେ। ଏହି ଛବି ମୁକ୍ତିଲାଭ କରିବା ପରେ ତାଙ୍କୁ ନିୟମିତ ଭାବେ ସିନେମା ମିଳିବାରେ ଲାଗିଲା। ଇତିମଧ୍ୟରେ ସେ ପୃଥ୍ବୀରାଜ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ‘ଗୁପ୍ଚୁପ୍’, ରାଜା ଡିଙ୍କ ନିର୍ଦ୍ଦେଶିତ ‘ପ୍ରସ୍ଥାନମ୍’ ଓ ‘ଆସିକ୍ ସରେଣ୍ଡର୍ ହେଲା’, ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ‘ରାତି ସରି ସରି ଯାଉଛି’ ଓ ‘ତ୍ରିକନ୍ୟା’ ଆଦି ବେଶ୍ କେତୋଟି ଫିଲ୍ମର ସଂଳାପ ରଚନା କରି ଦର୍ଶକୀୟ ସମର୍ଥନ ହାସଲ କରିଛନ୍ତି। ମୁକ୍ତି ପ୍ରତୀକ୍ଷାରେ ଥିବା ଅନୁଭବ ମହାନ୍ତି ଓ ସୁପ୍ରିୟା ଅଭିନୀତ ‘କୁହୁଡ଼ି’ର କାହାଣୀ-ଚିତ୍ରନାଟ୍ୟ ଓ ସଂଳାପ ରଚନା ମଧ୍ୟ କରିଛନ୍ତି ମାନସ।
ଏଥିସହ ରାଷ୍ଟ୍ରୀୟ ପୁରସ୍କାରପ୍ରାପ୍ତ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ ନୂଆ ସିନେମା ‘କର୍ମ’ର ମଧ୍ୟ ସ୍କ୍ରିପ୍ଟ ଲେଖିଛନ୍ତି ସେ। ତେଣେ ଜଣାଶୁଣା ପ୍ରଯୋଜକ ବିଜୟ କନ୍ଦୋଇଙ୍କ ଏକ ନାମକରଣ ହୋଇ ନଥିବା ନୂଆ ଫିଲ୍ମର ମଧ୍ୟ ସଂଳାପ ରଚନା କରୁଛନ୍ତି ମାନସ। ଖାଲି ସିନେମା ନୁହେଁ, ଶ୍ରୀ ପଢ଼ିଆରୀ ଟେଲି-ସିନେମା ଓ ୱେବ୍ ସିରିଜ୍ ପାଇଁ ମଧ୍ୟ ସ୍କ୍ରିପ୍ଟ ପ୍ରସ୍ତୁତ କରିଛନ୍ତି। ତରଙ୍ଗରେ ପ୍ରଦର୍ଶିତ ‘ଜ୍ବାଇଁ ଆମର ଆମେରିକାନ୍’, ‘ଟୁ ଲେଟ୍’ ଏବଂ ‘୭୨ ଆୱାର୍ସ’ ଆଦି ଏଥିମଧ୍ୟରେ ରହିଛି।
କଥାକାର ଭାବରେ ‘ଜୀବନର କେତେ ରଙ୍ଗ’, ‘ଲଭ୍ ଷ୍ଟୋରି’, ‘ଯାହା ପାଇଁ ପ୍ରତୀକ୍ଷା’ ଓ ‘ଅନନ୍ୟା ସୁନ୍ଦରୀ’ ଓ ‘ଭୟ’ ଆଦି ପୁସ୍ତକ ତାଙ୍କ ସାହିତ୍ୟ ଜୀବନର ସନ୍ତକ। ଭବିଷ୍ୟତରେ ସୁଯୋଗ ମିଳିଲେ ନିର୍ଦ୍ଦେଶନା କ୍ଷେତ୍ରରେ ପାଦ ଥାପିବାକୁ ମାନସଙ୍କର ଇଚ୍ଛା। ଏ ନେଇ ସେ କହନ୍ତି, ‘‘ଯେହେତୁ ଲେଖକମାନେ ଫିଲ୍ମର କାହାଣୀ ଓ ଚରିତ୍ରମାନଙ୍କ ସହ ଓତପ୍ରୋତ ଭାବେ ଜଡ଼ିତ, ତେଣୁ ସେମାନେ ଭଲ ନିର୍ଦ୍ଦେଶକ ହୋଇପାରିବେ। ଏହାଛଡ଼ା ମୁଁ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ ସହଯୋଗୀ ଭାବେ କାମ କରିଛି। ଏଣୁ ନିର୍ଦ୍ଦେଶନା ଦେବାରେ କିଛି ସମସ୍ୟା ନାହିଁ।’’
– ଶିବଶଙ୍କର ଓଝା
[ad_2]