ମନୋରଞ୍ଜନ

‘ସୁନା ଝିଅ’ର ପ୍ରିୟା – Kalinga News

[ad_1]

ଛୋଟ ପରଦାରେ ସେ ପ୍ରିୟା ଭାବେ ଦର୍ଶକଙ୍କ ନିକଟରେ ପରିଚିତ। ହଁ, ଇଏ ହେଉଛିନ୍ତି ଜୀ-ସାର୍ଥକରେ ପ୍ରସାରିତ ଲୋକପ୍ରିୟ ମେଗାଧାରାବାହିକ ‘ସୁନା ଝିଅ’ରେ ନାୟିକା ପ୍ରିୟା ଭୂମିକାରେ ଅଭିନୟ କରୁଥିବା ଅଙ୍କିତା ମିଶ୍ର। ଗୌରୀଶଙ୍କର ଦାସଙ୍କ ନିର୍ଦ୍ଦେଶିତ ଏହି ଧାରାବାହିକରେ ପ୍ରିୟା ଭୂମିକାରେ ଅଙ୍କିତା ଅଭିନୟ କରି ଅଳ୍ପ ଦିନରେ ଦର୍ଶକଙ୍କ ମନ ଜିଣିବାରେ ସକ୍ଷମ ହୋଇଛନ୍ତି।

ଅଙ୍କିତାଙ୍କ ପିଉସା ହେଉଛନ୍ତି ସ୍ବର୍ଗତ ନିର୍ଦ୍ଦେଶକ ଶିଶିରମୋହନ ପତି(ବୁଟୁ), ଯିଏକି ‘ପଞ୍ଚୁପାଣ୍ଡବ’ ଓ ‘ମା ପରି କିଏ ହେବ’ ଭଳି ଓଡ଼ିଆ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ। କିନ୍ତୁ ଅଙ୍କିତା ନିଜ ପ୍ରଚେଷ୍ଟାରେ ଆଜି ଟେଲିଜଗତର ଲୋକପ୍ରିୟ ନାୟିକା ହେବାରେ ସଫଳ ହୋଇଛନ୍ତି। ରିଆଲିଟି ସୋ’ ‘ରଜ କୁଇନ୍’ର ଅଡିସନ୍ ସମୟରେ ହିଁ ତାଙ୍କୁ ‘ସୁନା ଝିଅ’ର ନାୟିକା ପ୍ରିୟା ଭୂମିକା ଲାଗି ମନୋନୀତ କରାଯାଇଥିଲା ବୋଲି ସେ କହନ୍ତି। ଏଥିରେ ବହୁଦିନ ଧରି ଅଭିନୟ କରି ସେ ଖୁବ୍ ଉତ୍ସାହିତ ବୋଲି କହନ୍ତି। ବାସ୍ତବ ଜୀବନରେ ମଧ୍ୟ ସେ ଠିକ୍ ପ୍ରିୟା ଭଳି ହୋଇଯାଇଛନ୍ତି ବୋଲି ଅଙ୍କିତା ମିଶ୍ର ମତ ଦିଅନ୍ତି।

ନିର୍ଦ୍ଦେଶକ ଗୌରୀଶଙ୍କର ଦାସଙ୍କ ସହ ମୋର ବାପା-ଝିଅର ସଂପର୍କ। ସେ ହିଁ ମୋତେ ଅଭିନୟ କ୍ଷେତ୍ରରେ ବାଟ ଦେଖାଇ ଆସିଛନ୍ତି। ଏହାଛଡ଼ା, ସହ କଳାକାରମାନଙ୍କଠାରୁ ବି କାମ ଶିଖୁଛି। ବିଶେଷ କରି ‘ସୁନା ଝିଅ’ରେ ବିଷ୍ଣୁ ଭୂମିକାରେ ଅଭିନୟ କରୁଥିବା ମାନସ ମହାପାତ୍ର ବି ମୋତେ ଖୁବ୍ ସହଯୋଗ କରନ୍ତି ବୋଲି କହନ୍ତି ସେ। ଯାଜପୁରର ଝିଅ ଅଙ୍କିତା ଅଭିନୟକୁ କ୍ୟାରିୟର୍ କରିବେ। ସେ ଏବେ ଯୁକ୍ତ ତିନି ଦ୍ବିତୀୟ ବର୍ଷ(ସଂସ୍କୃତ ଅନର୍ସ)ର ଛାତ୍ରୀ। ଆଗକୁ ସିନେମାରେ ଅଭିନୟ କରିବାର ଲକ୍ଷ୍ୟ ରଖିଛନ୍ତି ସେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Check Also
Close
Back to top button