ମନୋରଞ୍ଜନ

ବଡ଼ ପରଦାରେ ଦୀପକ-ଅର୍ଲିନ୍ ଅଙ୍କିତା ଯୋଡ଼ି – Kalinga News

[ad_1]

ଛୋଟ ପରଦାରେ ଦର୍ଶକ ଦୁହିଁଙ୍କୁ ଦେଖିସାରିଛନ୍ତି, ଏବେ ଦେଖିବେ ବଡ଼ ପରଦାରେ। ଦୀପକ ଓ ଅର୍ଲିନ୍ ଅଙ୍କିତାଙ୍କ ଯୋଡ଼ିକୁ ଓଡ଼ିଆ ଛବି ‘ହିଟଲର୍’ରେ ଦେଖିବାକୁ ମିଳିବ। ଦ୍ବିତୀୟ ଥର ଲାଗି ଓଲିଉଡ୍‌ର ଜଣାଶୁଣା ନାୟକ ଦୀପକଙ୍କ ବିପକ୍ଷରେ ନଜର ଆସିବେ ଅର୍ଲିନ। ତରଙ୍ଗ ସିନେ ପ୍ରଡକସନ୍‌ସ ଦ୍ବାରା ପ୍ରଯୋଜିତ ଓଡ଼ିଆ ଟେଲି ସିନେମା ‘ବିଛା ଗ୍ୟାଙ୍ଗ’ରେ ପ୍ରଥମ ଥର ଲାଗି ଏହି ଯୋଡ଼ିଙ୍କୁ ଦେଖିଥିଲେ ଦର୍ଶକ।

ବାପ-ପୁଅଙ୍କ କାହାଣୀକୁ ନେଇ ପ୍ରସ୍ତୁତ ‘ହିଟଲର୍’ର ନିର୍ଦ୍ଦେଶକ ହେଲେ ସୁଧାକର ବସନ୍ତ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ହରି, ଜୟଶ୍ରୀ ଓ ସୁକାନ୍ତ ପାତ୍ର ପ୍ରମୁଖ ମୁଖ୍ୟ ଭୂମିକାରେ ନଜର ଆସିବେ। ଡକ୍ଟର ପ୍ରକାଶ ଶ୍ରୀଚନ୍ଦନ ଏହାର ପ୍ରଯୋଜକ। ଦିଲୀପ ଶ୍ରୀଚନ୍ଦନ ଓ ମନୋରଞ୍ଜନ ରାଉଳ ଏହାର ସଂଳାପ ରଚନା କରିଥିବା ବେଳେ ଗୀତ ଲେଖିଛନ୍ତି ଡକ୍ଟର ନିର୍ମଳ ନାୟକ। ଏହାର ସଙ୍ଗୀତକାର ହେଲେ ଅଭିଜିତ ମଜୁମଦାର। ସିନେମାଟି ଖୁବ୍ ଶୀଘ୍ର ମୁକ୍ତିଲାଭ କରିବ ବୋଲି ନିର୍ଦ୍ଦେଶକ ସୁଧାକର ବସନ୍ତ ସୂଚନା ଦେଇଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button