ମନୋରଞ୍ଜନ

ବଜାର ନୁହେଁ ଘରେ ପ୍ରସ୍ତୁତ କରନ୍ତୁ ମିଠା, ରଜ ସ୍ପେଶାଲରେ ବନାନ୍ତୁ ‘ସୁଜି ଗୋଲାପ ଜାମୁନ’

ଦିନକ ପରେ ରଜ। ଘରେ ହେବ ବିଭିନ୍ନ ପିଠା ଆଉ ମିଠା। କିନ୍ତୁ ଏଥର କରୋନା ଲକଡାଉନ ପାଇଁ ସବୁକିଛି ଆଗ ଭଳି ହେବ ନାହିଁ। ତଥାପି ରଜକୁ ଫିକା ନକରିବାକୁ ଆଜି ଆମେ ଆପଣଙ୍କୁ ଜଣାଇବୁ ଗୋଲାବ ଜାମୁନ ତାହା ପୁଣି ସୁଜିରେ। କରୋନାର ସଂକ୍ରମଣ ବଢ଼ୁଛି ଏହି ସମୟରେ ଆପଣ ବଜାରର ଜିନିଷ ଖାଇବା ଅନୁଚିତ। ଏଥିପାଇଁ ସବୁଠାରୁ ଭଲ ଘରେ ପ୍ରସ୍ତୁତ କରିବା। ତାହେଲେ ଆସନ୍ତୁ ଜାଣିବା ସୁଜି ଗୋଲାପ ଜାମୁନ କେମିତି କରିବେ ପ୍ରସ୍ତୁତ।

ସିରା ପାଇଁ ଆବଶ୍ୟକ ସାମଗ୍ରୀ

ଚିନି – ୨ କପ୍‌

ପାଣି – ୨ କପ୍‌

କେସର – ୧/୪ କପ୍‌

ଡାଲଚିନି ପାଉଡର – ୧/୪ କପ୍‌

ଗୁଲାବ ଜଳ – ୧ ଚାମଚ

GULABଗୋଲାବ ଜାମୁନ ପାଇଁ ଆବଶ୍ୟକ ସାମଗ୍ରୀ

ସୁଜି – ୧ କପ୍‌

ଘିଅ – ୧ ଚାମଚ

କ୍ଷୀର – ୩ କପ୍‌

ମିଲ୍କ ପାଉଡର – ୨ ଚାମଚ

ଚିନି – ୨ ଚାମଚ

ତେଲ – ଆବଶ୍ୟକ ଅନୁଯାୟୀ ଛାଣିବା ପାଇଁ

ପ୍ରସ୍ତୁତ ପ୍ରଣାଳୀ

-କଡାରେ ଏକ ଚାମଚ ଘିଅ ଗରମ କରନ୍ତୁ। ସେଥିରେ ୩ କପ୍‌ କ୍ଷୀର ମିଶାନ୍ତୁ। ଏହାପରେ ସେଥିରେ ୨ ଚାମଚ ମିଲ୍କ ପାଉଡର ଏବଂ ୨ ଚାମଚ ଚିନି ମିଶାନ୍ତୁ।
-କ୍ଷୀର ଫୁଟିବା ଯାଏଁ ଆଞ୍ଚରେ ବସାନ୍ତୁ।
– ଆଞ୍ଚ ଧୀମା କରି ସେଥିରେ ଏକ କପ୍‌ ଭଜା ହୋଇଥିବା ସୁଜି ମିଶାଇ ଚାମଚ ସାହାଯ୍ୟରେ ଚଲାନ୍ତୁ।
-ଧ୍ୟାନ ରଖନ୍ତୁ ଯେପରି ଏଥିରେ ବିଣ୍ଡା ହୋଇନଯାଏ।
-ଏହାପରେ ଏହି ମିଶ୍ରଣକୁ ଥଣ୍ଡା ହେବାକୁ ଦିଅନ୍ତୁ। ଏହାପରେ ଏହାକୁ ଅଲଗା ଏକ ପାତ୍ରରେ ରଖିଦିଅନ୍ତୁ। ଦୁଇ ମିନିଟ ପର୍ଯ୍ୟନ୍ତ ଏହି ମିଶ୍ରଣକୁ ହାତରେ ମିସ୍କ କରନ୍ତୁ। ଯେତେ ପର୍ଯ୍ୟନ୍ତ ଏହା ନରମ ନ ହୋଇଛି।
– ଛୋଟ ଛୋଟ ଗୋଲାକାର ଭଳି ବଲ୍‌ ବନାଇ ଦିଅନ୍ତୁ।
-ଏବେ ଏକ କଡାରେ ତେଲ ଗରମ କରନ୍ତୁ। ଏହାପରେ ଏହାକୁ ତେଲରେ ଛାଣନ୍ତୁ।
-ଦୁଇ ମିନିଟ ପର୍ଯ୍ୟନ୍ତ ଥଣ୍ଡା କରନ୍ତୁ। ଏହାପରେ ପ୍ରସ୍ତୁତ କରି ରଖିଥିବା ସିରାରେ ବୁଡାନ୍ତୁ।
-ସିରାରେ ଏହାକୁ ଦୁଇ ଘଣ୍ଟା ପର୍ଯ୍ୟନ୍ତ ରଖନ୍ତୁ। ଗୋଲାପ ଜାମୁନ ସିରା ପିଇଗଲା ପରେ ଏହାକୁ ଏକ ବାଉଲକୁ କାଢ଼ି ସର୍ଭ କରନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button