ମନୋରଞ୍ଜନ

ପୁଣିଥରେ ବାପା ହେବେ ରାମଚରଣ

ସାଉଥ ଇଣ୍ଡଷ୍ଟ୍ରିର ପାୱାରଫୁଲ୍‌ କପଲ ଦମ୍ପତି ରାମ ଚରଣ ଏବଂ ଉପାସନା । ଦୁହେଁ ପୁଣି ଥରେ ଦ୍ୱିତୀୟ ଥର ପାଇଁ ପିତାମାତା ହେବାକୁ ଯାଉଛନ୍ତି। ଏହି ଦମ୍ପତି ସେମାନଙ୍କର ଦ୍ୱିତୀୟ ଗର୍ଭଧାରଣ ଘୋଷଣା କରିଛନ୍ତି। ରାମ ଚରଣ ଏବଂ ଉପାସନା ସେମାନେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ପ୍ରେଗନେନ୍ସି କନଫର୍ମ କରିଛନ୍ତି। ଉପାସନା ପ୍ରଶଂସକମାନଙ୍କୁ ବେବି ସାୱାରର ଏକ ଝଲକ ଦେଖାଇଛନ୍ତି। ଯେଉଁଥିରେ ସେ ଏବଂ ରାମ ଚରଣ ବହୁତ ଖୁସି ନଜର ଆସିଛନ୍ତି।

ନିକଟରେ ଉପାସନା ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି। ସମଗ୍ର ପରିବାର ଏକାଠି ଏବଂ ପୂଜାପାଠ କରୁଥିବାର ଦେଖାଯାଉଛି। ଏହି ଭିଡିଓ ଦେଖିବା ପରେ ରାମ ଚରଣ ଏବଂ ଉପାସନାଙ୍କ ପ୍ରଶଂସକମାନେ ବହୁତ ଖୁସି ହୋଇଛନ୍ତି। ଉପାସନା ବେବି ସାୱାର ଭିଡିଓ ସେୟାର କରି ଲେଖିଛନ୍ତି, “ଏହି ଦୀପାବଳି ଡବଲ୍ ସେଲିବ୍ରେସନ୍, ଡବଲ୍ ଲଭ୍‌ ଏବଂ ଡବଲ୍ ଆଶୀର୍ବାଦ ଥିଲା।” ଭିଡିଓରେ, ଉପାସନା ନୀଳ ରଙ୍ଗର ଶାଢ଼ି ପିନ୍ଧିଥିବା ବେଳେ ରାମ ଚରଣ କୁର୍ତ୍ତା-ପାଇଜାମାରେ ନଜର ଆସିଛନ୍ତି।

ମେଗାଷ୍ଟାର ଚରିଞ୍ଜିବୀ ଏବଂ ତାଙ୍କ ପତ୍ନୀ ସୁରେଖା ଆଉଥରେ ଜେଜେବାପା, ଜେଜେମା’ ହେବାକୁ ଯାଉଛନ୍ତି। ସେଥିପାଇଁ ପରିବାର ମଧ୍ୟରେ ଖୁସିର ମାହୋଲ। ମେଗା ଷ୍ଟାରଙ୍କ ପରିବାର ଲୋକେ କହିଛନ୍ତି ଚଳିତବର୍ଷ ଦୀପାବଳି ଆମ ପାଇଁ ଖୁବ ସ୍ପେଶାଲ ଥିଲା। କାରଣ ଭଗବାନଙ୍କ ଆଶୀର୍ବାଦ ଆମ ଉପରେ ସବୁବେଳେ ରହିଛି। ଇଣ୍ଡଷ୍ଟ୍ରିର ବହୁ ଅଭିନେତା ଏବଂ ଅଭିନେତ୍ରୀ ଏହି ଖୁସି ଖବର ଜାଣିବା ପରେ ରାମଚରଣ ଏବଂ ଉପାସନାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କିଛି ଅଭିନେତ୍ରୀ ଲେଖିଛନ୍ତି ପୁନର୍ବାର ମା’ ହେଉଥିବାରୁ ତୁମକୁ ଢେରସାରା ଅଭିନନ୍ଦନ।
ରାମଚରଣ ମଧ୍ୟ ଦ୍ବିତୀୟଥର ପିତା ହେବାକୁ ଯାଉଥିବାରୁ ବହୁତ ଖୁସି ଅଛନ୍ତି। ଆଉ ସେ ନିଜେ ସୋସିଆଲ ମିଡିଆରେ ଏହି ଖବରକୁ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି ଯେ, “ପୁଣି ଥରେ ଆମ ଜୀବନରେ ଆଉ ଏକ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି।” ଉପାସନାଙ୍କ ବେବି ସାଓ୍ବାର ସେରିମନୀରେ ସାଉଥ ଇଣ୍ଡଷ୍ଟ୍ରିର ବହୁ ଅଭିନେତା ଅଭିନେତ୍ରୀ ଯୋଗ ଦେଇଥିଲେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button