ମନୋରଞ୍ଜନ

ଅନୁଷ୍କାଙ୍କ ଏହି ଅଭ୍ୟାସକୁ ପସନ୍ଦ କରନ୍ତି ନାହିଁ ବିରାଟ – Kalinga News

[ad_1]

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବେ ଦ୍ବିତୀୟ ଥର ଗର୍ଭବତୀ ଥିବା ଖବରକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଅନୁଷ୍କାଙ୍କ ଗର୍ଭବତୀ ଥିବା ଖବର ଭାଇରାଲ ହେବାରେ ଲାଗିଥିଲେ ବି ଅଭିନେତ୍ରୀ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଉପରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । ତେବେ ଅନୁଷ୍କା, କ୍ରିକେଟର ବିରାଟ କୋହଲିଙ୍କୁ ବିବାହ କରିବା ପରେ ଦୁହିଁଙ୍କ ସମ୍ପର୍କ ଅନେକଙ୍କ ପାଇଁ ପ୍ରେରଣା ପାଲଟିଛି । ଦୁହେଁ ଯେଉଁଭଳି ଭାବେ ଜୀବନରେ ଆସୁଥିବା ସଂଘର୍ଷର ସାମ୍ନା କରୁଛନ୍ତି, ତାକୁ ନେଇ ଅନେକ ସମୟରେ ସେମାନଙ୍କୁ ପ୍ରଶଂସା ମଧ୍ୟ କରାଯାଇଛି।

ତେବେ ବିରାଟ ଅନେକ ସମୟରେ ଅନୁଷ୍କାଙ୍କ ପ୍ରଶଂସା କରୁଥିବା ବେଳେ ଅନୁଷ୍କା ନିଜ ସମ୍ପର୍କ ବିଷୟରେ ମିଡିଆ ଆଗରେ ବି‌ଶେଷ କିଛି କହୁନଥିବା ଦେଖିବାକୁ ମିଳେ । ତେବେ ସବୁବେଳେ ଅନୁଷ୍କାଙ୍କ ପ୍ରଶଂସା କରୁଥିବା ବିରାଟ ଏକ ସାକ୍ଷାତକାରରେ ନାପସନ୍ଦ କରୁଥିବା କଥା ବି କହିଛନ୍ତି। ଅନୁଷ୍କାଙ୍କ କେଉଁ କାମକୁ ଘୃଣା କରନ୍ତି ବୋଲି ପଚରାଯିବା ପରେ ବିରାଟ କହିଥିଲେ, ଘୃଣା କଲା ଭଳି କିଛି ଜିନିଷ ନାହିଁ । ହେଲେ ତାଙ୍କର ଗୋଟାଏ ଜିନିଷ ମୁଁ ପସନ୍ଦ କରେ ନାହିଁ, ତାହା ହେଉଛି ବିଳମ୍ବରେ ପହଞ୍ଚିବାର ଅଭ୍ୟାସ । ସେ ସବୁବେଳେ ଧାର୍ଯ୍ୟ ସମୟଠାରୁ ୫-୭ମିିନିଟ୍ ବିଳମ୍ବ କରନ୍ତି ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button