ରାଜସ୍ଥାନରୁ ରାଜ୍ୟସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବରିଷ୍ଟ୍ର କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ – Kalinga News

[ad_1]
ଜୟପୁର: କଂଗ୍ରେସ ସଂସଦୀୟ ଦଳର ମୁଖ୍ୟ ସୋନିଆ ଗାନ୍ଧୀ ରାଜ୍ୟସଭା ନିର୍ବାଚନରେ ରାଜସ୍ଥାନରୁ ଦଳର ପ୍ରାର୍ଥୀ ହୋଇଛନ୍ତି। ବୁଧବାର ସେ ରାଜସ୍ଥାନରୁ ରାଜ୍ୟସଭା ପାଇଁ ନାମାଙ୍କନପତ୍ର ଦାଖଲ କରିଥିବା ସୂଚନା ମିଳିଛି।

Sambad is now on WhatsApp
Join and get latest news updates delivered to you via WhatsApp
ତାଙ୍କ ସହ ପୁଅ ରାହୁଲ ଗାନ୍ଧୀ ଏବଂ ଝିଅ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଉପସ୍ଥିତ ଅଛନ୍ତି। ସୋନିଆ ଗାନ୍ଧୀ ସକାଳେ ରାହୁଲଙ୍କ ସହ ଜୟପୁରରେ ପହଞ୍ଚିଥିଲେ। କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ ରାଜସ୍ଥାନରୁ କଂଗ୍ରେସକୁ ପ୍ରତିନିଧିତ୍ୱ କରିବେ।
୧୯୯୮ ମସିହାରୁ ୨୦୨୨ ମସିହା ମଧ୍ୟରେ ପ୍ରାୟ ୨୨ ବର୍ଷ ଧରି କଂଗ୍ରେସ ସଭାପତି ଥିବା ସୋନିଆ ଗାନ୍ଧୀ ପାଞ୍ଚ ଥର ଲୋକସଭାର ସାଂସଦ ହୋଇଛନ୍ତି। ଏହା ପ୍ରଥମ ଥର ହେବ ଯେ ସେ ରାଜ୍ୟସଭାରୁ ପ୍ରତିନିଧିତ୍ୱ କରିବେ। ପ୍ରଶ୍ନ ହେଉଛି ବର୍ତ୍ତମାନ ତାଙ୍କ ନିର୍ବାଚନ ମଣ୍ଡଳୀ ରାଏବରେଲୀ ଆସନରେ କ’ଣ ହେବ? ସୂଚନା ଅନୁଯାୟୀ, ଝିଅ ପ୍ରିୟଙ୍କା ରାଏରେଲୀରୁ ଲୋକସଭାରେ ପ୍ରବେଶ କରିପାରନ୍ତି।
राजस्थान से राज्यसभा के लिए नामांकन भरा सोनिया गांधी ने
पढ़ें पूरी ख़बर: https://t.co/fXzSMrNlAt#SoniaGandhi #Rajasthan pic.twitter.com/1SRUQ5U6Go
— NDTV India (@ndtvindia) February 14, 2024
କଂଗ୍ରେସ ରାଜ୍ୟ ସଭାପତି ଗୋବିନ୍ଦ ସିଂ ଦୋଟାସାରାଙ୍କ ବାସଭବନରେ ସୋନିଆ ଗାନ୍ଧୀଙ୍କ ନାମାଙ୍କନ ପତ୍ରରେ ସମସ୍ତ ବିଧାୟକ ଦସ୍ତଖତ କରିଥିଲେ। କଂଗ୍ରେସ ବିଧାୟକ ଘନଶ୍ୟାମ ମେହେର, ଡୁଙ୍ଗ୍ରା ରାମ ଗେଦର, ରୀତା ଚୌଧୁରୀ, ଭୀମରାଜ ଭାଟି, ଶିମଲା ନାୟକ, ଗୀତା ବାରୱାଡ, ସି ଏଲ ପ୍ରେମୀ ଆଦି ନାମାଙ୍କନ ପତ୍ରରେ ଦସ୍ତଖତ କରିଛନ୍ତି। ବରିଷ୍ଟ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ୧୯୯୯ ମସିହାରୁ କ୍ରମାଗତ ଭାବରେ ଲୋକସଭା ସଦସ୍ୟ ରହିଆସିଛନ୍ତି।
[ad_2]