ରାଜନୀତି

କଂଗ୍ରେସ ଜଣେ ଆଦିବାସୀ ଓ କ୍ରୀଡ଼ାବିତଙ୍କୁ ଉପେକ୍ଷା କରିଛି: ପ୍ରବୋଧ ତିର୍କୀ – Kalinga News

[ad_1]

ସୁନ୍ଦରଗଡ଼: ଗତକାଲି ସନ୍ଧ୍ୟାରେ ବଡ଼ଗାଁ ଅଞ୍ଚଳରେ ପ୍ରଚାର କରୁଥିଲେ ତଳସରା ବିଧାନସଭା କ୍ଷେତ୍ରର କଂଗ୍ରେସ ପ୍ରାର୍ଥୀ ପ୍ରବୋଧ ତିର୍କୀ। ଠିକ୍ ଏହି ସମୟରେ ତାଙ୍କ ଟିକେଟ କଟିଥିବା ସୂଚନା ମିଳିଥିଲା। ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କଠାରୁ ଖବର ପାଇ ସେ ହତଚକିତ ହୋଇ ପଡ଼ିଥିଲେ। ତୁରନ୍ତ ପ୍ରଚାର ମଇଦାନ ଛାଡ଼ି ଘରକୁ ଚାଲି ଆସିଥିଲେ ସେ। ତାଙ୍କ ପ୍ରତିକ୍ରିୟା ନେବାକୁ ଗଣମାଧ୍ୟମ ପ୍ରତିନିଧି ତାଙ୍କ ପାଖରେ ପହଞ୍ଚିଲା ବେଳକୁ ସେ ପୂରା ଭାଙ୍ଗି ପଡ଼ିଥିବା ଦେଖା ଯାଇଥିଲା। ପ୍ରତିକ୍ରିୟ ଦେଲା ବେଳେ ପ୍ରବୋଧ ଭୋଲୋ କାନ୍ଦି ପକାଇଥିଲେ। ସିଧାସଳଖ କହିଲେ କଂଗ୍ରେସ ଜଣେ ଆଦିବାସୀ ଓ ଜଣେ କ୍ରୀଡ଼ାବିତଙ୍କୁ ଉପେକ୍ଷା କରିଛି। ଏମିତି କରିବାର ନଥିଲା ବୋଲି ସେ କହିଥିଲେ।

ପ୍ରବୋଧ ଏୟାରଇଣ୍ଡିଆ ଚାକିରି ଛାଡ଼ି ରାଜନୀତିକୁ ଆସିଥିଲେ। ଅଞ୍ଚଳରେ କଂଗ୍ରେସର ଭଲ ମାହୋଲ୍ ଥିବାରୁ ସେ କଂଗ୍ରେସରେ ଯୋଗଦାନ କଲେ। ଆଉ ଏବେ ଶେଷକୁ ଦଳ ତାଙ୍କୁ ହଟାଇ ଦେଲା। ଟିକେଟ ଘୋଷଣା ହୋଇଥିଲା, ପ୍ରଚାର ମଧ୍ୟ ଆରମ୍ଭ କରିଦେଇଥିଲେ। ତଳସରା ନିର୍ବାଚନ ମଣ୍ଡଳୀର ଚାରୋଟି ଯାକ ବ୍ଲକ ବୁଲି ସାରିଥିଲେ । ଟଙ୍କା ପଇସା ସାରି ନିର୍ବାଚନ ଲଢ଼ିବା ପାଇଁ ପୂରା ପ୍ରସ୍ତୁତ ହୋଇଥିଲେ ପୂର୍ବତନ ଆଲିମ୍ପିଆନ ହକି ଖେଳାଳି ପ୍ରବୋଧ ତିର୍କୀ। ହେଲେ ହଠାତ୍ କାଲି ଦଳ ତାଙ୍କ ଟିକେଟ କାଟି ଦେବେନ୍ଦ୍ର ଭିତିରିଆଙ୍କୁ ଟିକେଟ ଦେଇଛି, ଯାହା ଫଳରେ ଭାଙ୍ଗି ପଡ଼ିଛନ୍ତି ପ୍ରବୋଧ। ସେ କାନ୍ଦିକାନ୍ଦି କ୍ଷୋଭ ପ୍ରକାଶ କରି ଦଳର କାର୍ଯ୍ୟକୁ ନିନ୍ଦା କରିଛନ୍ତି। ଏହା ତାଙ୍କ ପାଇଁ ଓ କଂଗ୍ରେସ ଦଳ ପାଇଁ ଦୁର୍ଭାଗ୍ୟର ବିଷୟ ବୋଲି କହିଛନ୍ତି ପ୍ରବୋଧ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button