ମନୋରଞ୍ଜନ

ପାରିବାରିକ କଳହ, ସ୍ତ୍ରୀ ସହିତ ସମ୍ପର୍କ ଛିନ୍ନ ଘଟଣାକୁ ନେଇ ଟେଲିର କୃଷ୍ଣଙ୍କ ପ୍ରତିକ୍ରିୟା – Kalinga News

[ad_1]

ନୂଆଦିଲ୍ଲୀ: ମହାଭାରତରେ ‘କୃଷ୍ଣ’ ଭୂମିକାରେ ଅଭିନୟ କରିଥିବା ନୀତୀଶ ତାଙ୍କ ବୃତ୍ତିଗତ ଜୀବନକୁ ନେଇ ଯେମିକି ଚର୍ଚ୍ଚାରେ ଥାଆନ୍ତି ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ତା’ଠାରୁ ଅଧିକ ଚର୍ଚ୍ଚାର ପରିସରକୁ ଆସିଥାଆନ୍ତି।

ଦୀର୍ଘ ବର୍ଷର ବିବାହ ସମ୍ପର୍କ ଛିନ୍ନ କରି ଟେଲିଭିଜନର ଐତିହାସିକ ସିରିଏଲ ‘ମହାଭାରତ’ର ଫେମ୍ ନୀତୀଶ ଭରଦ୍ବାଜ ତାଙ୍କ ସ୍ତ୍ରୀ ଆଇଏଏସ୍ ଅଧିକାରୀ ସ୍ମିତା ଗେଟଙ୍କ ଠାରୁ  ୨୦୧୯ ମସିହାରେ ଅଲଗା ହୋଇଯାଇଥିଲେ। ସ୍ମିତା ଗେଟଙ୍କୁ ସେ ୨୦୦୯ ମସିହାରେ ବିବାହ କରିଥିଲେ। ସ୍ମିତାଙ୍କ ପୂର୍ବରୁ ନୀତୀଶ ମନୀଷା ପଟିଲାଙ୍କୁ ୧୯୯୧ ମସିହାରେ ବିବାହ କରିଥିବା ବେଳେ ଏହା ବି ବେଶୀ ଦିନ ତିଷ୍ଠି ପାରି ନଥିଲା ଶେଷରେ ମନୀଷ ଓ ନୀତୀଶଙ୍କ ୨୦୦୫ ମସିହାରେ ବିବାହ ବିଚ୍ଛେଦ ହୋଇଯାଇଥିଲା।  ତେବେ ପାରିବାରିକ କହଳ ସ୍ତ୍ରୀଙ୍କ ସମ୍ପର୍କ ଛିନ୍ନ ଆଦି ଘଟଣାକୁ ନେଇ ନେଇ ନୀତୀଶ ଅନେକ ସମୟରେ ପ୍ରତିକ୍ରିୟା ରଖି ଥାଆନ୍ତି।

ନିକଟରେ ନୀତୀଶ କହିଛନ୍ତି, ‘ମୋର ଜୀବନରେ ଅନେକ ଝଡ଼ ଉଠିଛି। ଏହି ସମସ୍ତ ଛଡ଼କୁ ମୁଁ ସାମ୍ନା କରିଛି। ତେବେ ସମସ୍ୟାର କେମିତି ସାମ୍ନା କରିବ‌ାକୁ ହେବ ଆଗକୁ କ’ଣ କରିବାକୁ ହେବ ମୋତେ ମୋ ପ୍ରଭୁ ଶ୍ରୀକୃଷ୍ଣ ହିଁ ବାଟ ଦେଖାଉଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button