ମନୋରଞ୍ଜନ

ଲୋକପ୍ରିୟ ହେବା ପ‌ରେ ନେଟଫ୍ଲିକ୍ସରେ ଆସିଲା ସୋ’, ହେଲେ ଦେଖିଲେନି ଲୋକେ ! – Kalinga News

[ad_1]

ମୁମ୍ବାଇ: କପିଲ ଶର୍ମା ଭାରତର ପ୍ରସିଦ୍ଧ ତଥା ଶ୍ରେଷ୍ଠ ହାସ୍ୟ ଅଭିନେତାମାନଙ୍କ ମଧ୍ୟରୁ ଅନ୍ୟତମ। ପ୍ରଶଂସକମାନେ ବର୍ଷସାରା ‘ଦି କପିଲ ଶର୍ମା ସୋ’କୁ ଅପେକ୍ଷା କରନ୍ତି। ବର୍ଷ ବର୍ଷ ଧରି ଲୋକଙ୍କୁ ହସାଇବା ପରେ କପିଲଙ୍କ ଲୋକପ୍ରିୟତା ବଢ଼ିିଥିଲା। ଲୋକେ ପସନ୍ଦ କରୁଥିବା ଦେଖି ନେଟଫ୍ଲିକ୍ସ ନିଜ ପ୍ଲାଟଫର୍ମରେ କପିଲଙ୍କ ସୋ’ ପ୍ରସାରଣ କରିବାକୁ ଅଫର ଦେଇଥିଲା। ଏହା ପରେ ମାର୍ଚ୍ଚ ୩୦ରୁ ‘ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ ସୋ’ ଆରମ୍ଭ ହୋଇଥିଲା। ହେଲେ ଏବେ କପିଲଙ୍କ ସୋ’ ବନ୍ଦ ହେବାକୁ ଯାଉଥିବା ଜଣାପଡିଛି।

ଟିଭିରୁ ଓଟିଟିକୁ ଆସିବା ପରେ କମ ଲୋକ ସୋ’ ଦେଖୁଥିବାରୁ ଆରମ୍ଭ ହେବାର ୨ମାସ ପରେ ସୋ’ ବନ୍ଦ ହେବାକୁ ଯାଉଥିବା ଚର୍ଚ୍ଚା ହେଉଛି। ଟିଭିରେ କପିଲଙ୍କ ସୋ’ ପ୍ରସାରଣ ହେଉଥିବା ବେଳେ ଗାଁରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସମସ୍ତେ ଏହାକୁ ଦେଖୁଥିଲେ। ହେଲେ ନେଟଫ୍ଲିକ୍ସରେ ଆସିବା ପରଠୁ ଏହାର ସବସ୍କ୍ରିପସନ ନେଇନଥିବା ଲୋକେ ଏହାକୁ ଦେଖିପାରୁନାହାନ୍ତି, ଯେଉଁ କାରଣରୁ କମ ଲୋକ ଏହାକୁ ଦେଖୁଛନ୍ତି। ଏହି କାରଣ ପାଇଁ ସୋ’ ବନ୍ଦ ହେବ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏହି ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ହାସ୍ୟାଭିନେତା କିକୁ ସାରଦା। ସେ କହିଛନ୍ତି ଯେ, ସୋ’ ବନ୍ଦ ହୋଇନାହିଁ। ସୋ’ର ପ୍ରଥମ ସିଜିନ୍ ଶେଷ ହୋଇଛି। ପ୍ରଥମ ସିଜିନର ଶେଷ ସୋ’ ଆମେ ମେ’ ୧ରେ ସୁଟ୍ କରିଥିଲୁ। ପ୍ରଥମ ସିଜିନ୍ ଶେଷ ହେବା ପରେ କିଛି ମାସର ବ୍ୟବଧାନରେ ପୁଣି ଦ୍ବିତୀୟ ସିଜିନ୍ ଆରମ୍ଭ ହେବ।

 



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button