ଆଇସିସି ଟେଷ୍ଟ ରାଙ୍କିଙ୍ଗ୍, ନଂ୧ ସ୍ଥାନ ହରାଇଲା ଭାରତ – Kalinga News

[ad_1]
ମୁମ୍ବାଇ: ଆଇସିସି ପକ୍ଷରୁ ଶୁକ୍ରବାର ଟେଷ୍ଟ, ଦିନିକିଆ ଓ ଟି-୨୦ ମାନ୍ୟତା ପ୍ରକାଶ ପାଇଛି । ଟେଷ୍ଟ ରାଙ୍କିଙ୍ଗ୍ ବା ମାନ୍ୟତାରେ ଭାରତ ନଂ୧ ସ୍ଥାନ ହରାଇଛି । ଗତବର୍ଷ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲରେ ଭାରତକୁ ପରାସ୍ତ କରିଥିବା ଅଷ୍ଟ୍ରେଲିଆ ଆଇସିସି ପୁରୁଷ ଟେଷ୍ଟ ଦଳ ମାନ୍ୟତାରେ ପୁଣି ଥରେ ଏକ ନମ୍ବର ସ୍ଥାନ ହାସଲ କରିଛି।

Sambad is now on WhatsApp
Join and get latest news updates delivered to you via WhatsApp
ଅଷ୍ଟ୍ରେଲିଆ ଏବେ ୧୨୪ ରେଟିଂ ପଏଣ୍ଟ ସହ ଟେବୁଲର ଶୀର୍ଷରେ ରହିଛି। ଭାରତ ୧୨୦ ରେଟିଂ ସହ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ଇଂଲଣ୍ଡ ୧୦୫ ରେଟିଂ ସହ ତୃତୀୟ ସ୍ଥାନରେ ରହିଛି। ଦକ୍ଷିଣ ଆଫ୍ରିକା ୧୦୩ ପଏଣ୍ଟ ସହ ଏହି ତାଲିକାର ଚତୁର୍ଥ ଦଳ।
ତେବେ ବାର୍ଷିକ ଅପଡେଟ୍ ପରେ ଭାରତ ଦିନିକିଆ ଓ ଟି-୨୦ ମାନ୍ୟତାର ଶୀର୍ଷରେ ରହିଛି। ଆଇସିସି ପୁରୁଷ କ୍ରିକେଟ ବିଶ୍ୱକପ୍ ଫାଇନାଲ୍ ରେ ଭାରତ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇଥିଲେ ହେଁ ସେମାନଙ୍କ ଠାରୁ ୩ରୁ ୬ ପଏଣ୍ଟ ବୃଦ୍ଧି କରି ୧୨୨ ପଏଣ୍ଟ ସହ ଟେବୁଲର ଶୀର୍ଷରେ ରହିଛି। ଶୀର୍ଷ ୧୦ରେ କୌଣସି ପରିବର୍ତ୍ତନ ହୋଇନଥିବା ବେଳେ ଆୟର୍ଲାଣ୍ଡ ଜିମ୍ବାୱେକୁ ପଛରେ ପକାଇ ୧୧ତମ ସ୍ଥାନରେ ପହଞ୍ଚିଛି।
[ad_2]