ଖେଳ ଖବର
ଜାତୀୟ କନିଷ୍ଠ କାନୋସ୍ପ୍ରିଣ୍ଟ: ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୬ ପଦକ – Kalinga News

[ad_1]
ଭୁବନେଶ୍ବର: ଭୋପାଳରେ ଆରମ୍ଭ ହୋଇଥିବା ଜାତୀୟ କନିଷ୍ଠ କାନୋସ୍ପ୍ରିଣ୍ଟ ପ୍ରତିଯୋଗିତାର ପ୍ରଥମ ଦିନରେ ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୬ ପଦକ ମିଳିଛି। ୧୦୦୦ ମିଟର କେ-୧ରେ ସାଗର କୁମାର, ସି-୨ରେ ଜାବେଜ୍ ଓ ବୋରିସ୍ ସିଂହ ଏବଂ ମହିଳା କେ-୪ରେ ଆଚଲ, ସୋନିଆ, ଧନମଞ୍ଜୁରି, ୱାଇ ଦେବୀଙ୍କ ଯୋଡ଼ି ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଏହାବ୍ୟତୀତ ପୁରୁଷ କେ-୪ରେ ସନ୍ତୋଷ, ଲାଚେନ୍ବା, ଦେବ ଚୌଧୁରୀ, ଡାଏମଣ୍ଡ ମୈତେଇଙ୍କ ଯୋଡ଼ି ଏବଂ ମହିଳା ସି-୧ରେ ସୋଫିଆ ଦେବୀ ରୌପ୍ୟ ପଦକ ପାଇଛନ୍ତି। ପୁରୁଷ ସି-୪ରେ ନିର୍ଭୟ, ଜାବେଜ୍, ଲାଇସରାମ ବୋରିସ୍ ସିଂହ ଓ ମୋମୋଚାଙ୍କ ଯୋଡ଼ି କାଂସ୍ୟ ପଦକ ହାସଲ କରିଛନ୍ତି। ପଦକ ବିଜେତାଙ୍କୁ ଓଡ଼ିଶା କାୟାକିଂ ଓ କାନୋଇଂ ସଂଘର ସମ୍ପାଦକ ବିପିନ ଅଭିନନ୍ଦନ ଜଣାଇଛନ୍ତି।
[ad_2]