‘ତାରକ ମେହତା କା ଉଲଟା ଚଷମା’ର ଅଭିନେତା ଜାଣିଶୁଣି ହୋଇଯାଇଛନ୍ତି ନିଖୋଜ – Kalinga News
[ad_1]
ନୂଆଦିଲ୍ଲୀ: ‘ତାରକ ମେହତା କା ଉଲଟା ଚଷମା’ ସିରିଏଲରେ ରୋଶନ ସିଂହ ସୋଢ଼ି ଭୂମିକାରେ ଅଭିନୟ କରୁଥିବା ଗୁରୁଚରଣ ସିଂହ ଏପ୍ରିଲ ୨୨ରେ ମୁମ୍ବାଇ ଯିବେ କହି ବିମାନବନ୍ଦର ଯାଇଥିଲେ। କିନ୍ତୁ ଏହା ପରଠାରୁ ତାଙ୍କର କୌଣସି ପତ୍ତା ମିଳୁ ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ରାଜଧାନୀର ବିଭିନ୍ନ ସିସିଟିଭି ଫୁଟେଜକୁ ଆଧାର କରି ପୁଲିସ ଗୁରୁଚରଣ ସିଂହ ଦିଲ୍ଲୀରେ ଥିବାର ସନ୍ଦେହ କରି ଯାଞ୍ଚ ଆରମ୍ଭ କରିଛି। ଏହାରି ଭିତରେ ଗୁରୁଚରଣ ଦିଲ୍ଲୀର ଏକ ଏଟିଏମରୁ ପ୍ରାୟ ୭,୦୦୦ ଟଙ୍କା ବି ଉଠାଇଥିବା ଜଣାପଡ଼ିଛି।
ଏସବୁ ଘଟଣାକୁ ଦୃଷ୍ଟିରେ ରଖି ପୁଲିସ କହିଛି, ‘ଗୁରୁଚରଣ ସିଂହ ନିଜେ ହିଁ ନିଖୋଜ ହେବାର ଯୋଜନା କରିଛନ୍ତି। ଏଥିସହିତ ବ୍ୟବହାର କରୁଥିବା ଫୋନକୁ ବି ଦିଲ୍ଲୀର ପାଲମ ଅଞ୍ଚଳରେ ଛାଡ଼ି ଚାଲି ଯାଇଛନ୍ତି। ଏମିତି ହେଲେ ଯାଞ୍ଚରେ ଅସୁବିଧା ହେବ। ନିକଟରେ ଏକ ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଥିଲା ସେ ଏକ ଇ-ରିକ୍ସାରୁ ଓହ୍ଲାଇ ଅନ୍ୟ ଏକ ଇ-ରିକ୍ସାରେ ବସି ସହର ବାହାରକୁ ଚାଲି ଯାଉଛନ୍ତି। ତାଙ୍କର ହାବଭାବ ଦେଖି ଲାଗୁଛି ନିଖୋଜ ହେବା ଘଟଣା ସେ ନିଜେ ହିଁ ଯୋଜନା କରି କରିଛନ୍ତି।
ତେବେ ଗୁରୁଚରଣ ସିଂହ ନିଖୋଜ ହେବାପରେ ଖବର ଆସିଥିଲା କି ସେ ଅନେକ ଦିନ ହେବ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବେଳେ ନିକଟରେ ତାଙ୍କ ବିବାହ ହେବାର ବି ଥିଲା। ଏସବୁ ଭିତରେ ଗୁରୁଚରଣଙ୍କ ପତ୍ତା ନମିଳିବା ଘଟଣାକୁ ନେଇ ବିଭିନ୍ନ ପ୍ରକାର ପ୍ରଶ୍ନବାଚୀ ସୃଷ୍ଟି ହେଉଛି।
[ad_2]