ମନୋରଞ୍ଜନ

ବିବାହ ପରେ ସାମ୍ନାକୁ ଆସିଲା ଆରତୀଙ୍କ ବିଦାୟୀ ଭିଡିଓ – Kalinga News

[ad_1]

ମୁମ୍ବାଇ: ଟିଭି ଅଭିନେତ୍ରୀ ଆରତୀ ସିଂ ଗତ ଗୁରୁବାର ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଦୀପକ ଚୌହାନଙ୍କ ସହ ଇସ୍କନ ମନ୍ଦିରରେ ତାଙ୍କର ବିବାହ ହୋଇଥିଲା। ଆରତୀ ଏବଂ ଦୀପକଙ୍କର ବିବାହ ବହୁତ ବଡ ଆକାରରେ ହୋଇଥିଲା ଯେଉଁଥିରେ ପରିବାରଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ଅଂଶଗ୍ରହଣ କରିଥିଲେ। ବିବାହ ପ‌ରେ ରୀତିନୀତି ଅନୁଯାୟୀ, ଆରତୀଙ୍କ ବିଦାୟୀ ହୋଇଥିଲା, ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

ଆରତୀ ନିଜ ଇନଷ୍ଟାଗ୍ରାମରେ ଏହି ଭିଡିଓ ସେୟାର କରିଥିବା ବେଳେ ଏଥିରେ ସେ ନିଜ ଭାଇ, ଭାଉଜ ଓ ପରିବାରର ଅନ୍ୟ ସଦସ୍ୟଙ୍କୁ ଧରି କାନ୍ଦୁଥିବା ଦେଖିବାକୁ ମିଳିଛି। ଭିଡିଓ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି ଯେ, ବିଦାୟ ନେବା ସବୁବେଳେ କଷ୍ଟଦାୟକ। ହେଲେ ତୁମେ ମୋତେ ସବୁଥର ଭଳି ଶକ୍ତି ଦେଇଛ।

ଏହା ପୂର୍ବରୁ ଆରତୀ, ସ୍ବାମୀ ଦୀପକ ଚୌହାନଙ୍କୁ ଥର୍ ଗାଡ଼ିରେ ବସାଇ ଶାଶୁ ଘରକୁ ଯାଇଥିବାର ଭିଡିଓ ଦେଖିବାକୁ ମିଳିଥିଲା। ସେ ନିଜେ ଗାଡ଼ି ଚଳାଉଥିବା ବେଳେ ଦୀପକ ତାଙ୍କ ପାଖରେ ବସିଥିବା ଭାଇରାଲ ଭିଡିଓରେ ଦେଖାଯାଇଥିଲା।

 



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button