ମନୋରଞ୍ଜନ

ହସ୍ପିଟାଲ ବିଛଣାରେ ପଡ଼ି ପୁଅ ଚିନ୍ତାରେ କାନ୍ଦୁଛନ୍ତି ଭାରତୀ – Kalinga News

[ad_1]

ନୂଆଦିଲ୍ଲୀ: ହାସ୍ୟାଭିନେତ୍ରୀ ଭାରତୀ ସିଂହଙ୍କ ଖୁବଶୀଘ୍ର ଅସ୍ତ୍ରୋପଚାର ହେବ। ତିନିଦିନ ଧରି ପେଟରେ ଯନ୍ତ୍ରଣା ହେବାପରେ ଭାରତୀ ଚିକିତ୍ସା ପାଇଁ ହସ୍ପିଟାଲକୁ ଯାଇଥିଲେ। ସେଠାରେ ଡାକ୍ତର ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ଗଲ ବ୍ଲାଡରରେ ଷ୍ଟୋନ ହୋଇଥିବା କହିଥିଲେ। ଯେଉଁଥିପାଇଁ ଅସ୍ତ୍ରୋପଚାର ନିହାତି ଆବଶ୍ୟକ ବୋଲି ଡାକ୍ତର ଭାରତୀଙ୍କୁ ପରାମର୍ଶ ଦେଇଥିଲେ।

ଡାକ୍ତରଙ୍କ ଏ ରିପୋର୍ଟ ଶୁଣି ଭାରତୀ ଆଦୌ ବ୍ୟସ୍ତ ହୋଇ ନଥିଲେ। କିନ୍ତୁ ସେ ପୁଅର ଚିନ୍ତା କରି ହସ୍ପିଟାଲରେ ଭୋଭୋ ହୋଇ କାନ୍ଦିଥିଲେ। କାରଣ ପୁଅ ଗୋଲୁର ଜନ୍ମ ପରଠାରୁ ଗୋଟିଏ ବି ରାତି ତାକୁ ଏକା ଛାଡ଼ି  ସେ ରହିନାହାନ୍ତି। ଅସ୍ତ୍ରୋପଚାର ହେଲେ ନିଶ୍ଚୟ ଗୋଲୁ ଠାରୁ ତାଙ୍କୁ ଅଲଗା ରହିବାକୁ ହେବ। ଯେପର୍ଯ୍ୟନ୍ତ ଶରୀର ସୁସ୍ଥ ହେବନାହିଁ ଅସ୍ତ୍ରୋପଚାର ହୋଇଥିବ‌ା ହେତୁ ସେ ଗୋଲୁକୁ କାଖେଇ ବି ପାରିବେ ନାହିଁ।

ଏଥିସହିତ ହସ୍ପିଟାଲ ବିଛଣାରେ ଥାଇ ଭାରତୀ ଏକ ଭିଡିଓ ଜରିଆରେ କହିଛନ୍ତି, ‘ ମୋତେ ବହୁତ କଷ୍ଟ ହେଉଛି। ଯାହା ଖାଇ‌ଲେ ବାନ୍ତି ହୋଇଯାଉଛି। ତେଣୁ ତରଳ ଖାଦ୍ୟ ଖାଉଛି। ଶରୀର ସ୍ଥିର ଅବସ୍ଥାକୁ ଆସିଲେ ଡାକ୍ତର ମୋର ଅସ୍ତ୍ରୋପଚାର ଆରମ୍ଭ କରିବେ। ଏଭଳି ପରିସ୍ଥିତିରେ ହର୍ଷ ବି ମୋ ସହିତ ଅଛନ୍ତି। ଘରେ ମା’ ଓ ବାପା କାହାକୁ ବି ନପାଇ ଗୋଲୁ ବହୁତ ଖୋଜୁଛି। ମୋର ବି ତା କଥା ବହୁତ ମନେ ପଡ଼ୁଛି। ଶରୀର ଯନ୍ତ୍ରଣା ସାମ୍ନାରେ ପୁଅ ଛାଡ଼ି ରହିବାର ଯନ୍ତ୍ରଣା ବହୁତ କଷ୍ଟ ଦେଉଛି। ’



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button