ରାଜନୀତି

ମନ୍ମଥ ଦାଖଲକ‌ଲେ ପ୍ରାର୍ଥିପତ୍ର – Kalinga News

[ad_1]

ଖୋର୍ଦ୍ଧା: ବିଜେଡିର ସାଂସଦ ପ୍ରାର୍ଥୀ କ୍ୟାପ୍‌ଟେନ୍‌ ମନ୍ମଥ ରାଉତରାୟ ଆଜି ନିଜ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଶଗଡ଼ ଗାଡ଼ିରେ ମନ୍ମଥଙ୍କ ଶୋଭାଯାତ୍ରା ବେଶ୍ ଆକର୍ଷଣୀୟ ଥିଲା। ସ୍ଥାନୀୟ ମୁକୁନ୍ଦପ୍ରସାଦ ଅସୁରଢ଼ିପଠାରୁ ମନ୍ମଥ ତିନିଟି ବଳଦ ଯୋଚା ଯାଇଥିବା ଶଗଡ଼ଗାଡ଼ିରେ ଶୋଭାଯାତ୍ରାରେ ବାହାରିଥିଲେ। ଶୋଭାଯାତ୍ରାରେ ପାଇକ ଖେଳ ବି ବେଶ୍‌ ମନଛୁଆଁ ହୋଇଥିଲା। ଶୋଭାଯାତ୍ରାରେ ଜଟଣି ବିଧାୟକ ତଥା ମନ୍ମଥଙ୍କ ବାପା ସୁର ରାଉତରୟ ଓ ବେଗୁନିଆର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ସାହୁ ଯୋଗଦେଇଥିଲେ। ପ୍ରାର୍ଥିପତ୍ର ଦାଖଲ ବେଳେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଉପସ୍ଥିତ ଥିଲେ। ଭୁବନେଶ୍ବର ଲୋକସଭା କ୍ଷେତ୍ରର ରିଟର୍ଣ୍ଣିଂ ଅଫିସର ତଥା ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ନିକଟରେ ସେ ପ୍ରାର୍ଥିପତ୍ର ଦାଖଲ କରିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button