ମନୋରଞ୍ଜନ

ବିବାହର ୧୧ବର୍ଷ ପରେ ବାପା ହୋଇଥିବା ଅଭିନେତା ବଖାଣିଲେ ନିଜର ଅନୁଭୂତି – Kalinga News

[ad_1]

ନୂଆଦିଲ୍ଲୀ: ‘ଇମଲି’ ଅଭିନେତା କରଣ ବୋହରା ‘ମେ ହୁଁ ସାଥ ତେରେ’ ସୋ’ ଜରିଆରେ ଛୋଟପରଦାରେ ପ୍ରବେଶ କରିଥିଲେ। ଏହି ସୋ’ରେ ତାଙ୍କ ଭୂମିକାର ନାମ ଥିଲା ଆର୍ଯମନ।

ନିକଟରେ କରଣ ଏକ ସାକ୍ଷାତକାରରେ ବାପା ହେବାର ଯାତ୍ରା କିପରି ଥିଲା ତାହାକୁ ସମସ୍ତଙ୍କ ସହିତ ଖୋଲାଖୋଲି ଭାବେ ଆଲୋଚନା କରିଥିଲେ।

କରଣ ବିବାହର ୧୧ବର୍ଷ ପରେ ଗତବର୍ଷ ଯାଆଁଳା ସନ୍ତାନର ବାପା ହୋଇଥିଲେ। ବାପା ହେବାପରେ ତାଙ୍କର ଅନୁଭୂତି କିପରି ରହିଛି ତାହାକୁ ବଖାଣି ସେ କହିଛନ୍ତି, ‘ବାପା ହେବାପରେ ମୋତେ ମୋ ଭୂମିକାରେ ଅଭିନୟ କରିବା ପାଇଁ ଖୁବ ସହଜ ହୋଇଯାଇଥିଲା। କାରଣ ମୋ ଭୂମିକା ବି ଏକ ବାପାର ଥିଲା। ମୋ ଛୁଅ ଏବେ ୧୦ମାସର ହୋଇଛି। ମୁଁ ଅନେକ ଚେଷ୍ଟାପରେ ତାର ଡାଇପର କେମିତି ବଦଳାଯାଏଁ ତାହାକୁ ଶିଖି ଯାଇଛି।

ବାପା ହେବାପରେ ମୋ ଭିତରେ ଧୌର୍ଯ୍ୟ ଧରିବା ଶକ୍ତି ବଢ଼ିଛି। ଯାହାକି ପୂର୍ବରୁ ନଥିଲା। ଅନେକ ପରିସ୍ଥିତିରେ ମୁଁ ବିଚଳିତ ହୋଇଯାଇଥ‌ାଏ କିନ୍ତୁ ଏବେ ଶାନ୍ତ ରହିବା ଶିଖିଯାଇଛି।  ଯେପର୍ଯ୍ୟନ୍ତ ଛୁଆ ‌ଶୋଇ ନଥାଏ ମୋ ଆଖିକୁ ବି ନିଦ ଆସି ନଥାଏ। ତାକୁ ଶୋଇ ଦେଲା ପ‌ରେ ଯାଇ ମୁଁ ଶାନ୍ତିରେ ଶୋଇଥାଏ। ବାପା ହେବା ପରେ ସ୍ତ୍ରୀ ପ୍ରତି ବି ମୋର ସମ୍ମାନ ବଢ଼ି ଯାଇଛି। ମୁଁ ସ୍ତ୍ରୀକୁ ବି ଚେଷ୍ଟା କରିଥାଏ କିଛି ସମୟ ବିଶ୍ରାମ ଦେବା ପାଇଁ। କାରଣ ଛୋଟ ଛୁୂଆ ପାଇଁ ସେ ବି ରାତ୍ରି ଅନିଦ୍ରା ରହୁଛି।’



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button