ଖେଳ ଖବର

ଏତେ କୋଟିର ମାଲିକ ଟ୍ବେଣ୍ଟି-୨୦ ବିଶ୍ବକପ୍ ଟିମରୁ ବାଦ୍ ପଡ଼ିଥିବା ରୁତୁରାଜ୍ – Kalinga News

[ad_1]

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ଓ ଆମେରିକାରେ ଜୁନ୍‌ ୨ରୁ ୨୯ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍ ଲାଗି ମଙ୍ଗଳବାର ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ହିଟ୍‌ମ୍ୟାନ୍ ରୋହିତ ଶର୍ମାଙ୍କୁ ଆଶାଜନକ ଭାବେ ଅଭିଜ୍ଞ ଓ ଯୁବ ଖେଳାଳିଙ୍କୁ ନେଇ ଗଠିତ ଦଳର ଅଧିନାୟକ ନିଯୁକ୍ତ କରାଯାଇଛି। ଏହା ସହ ଉପଅଧିନାୟକ ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା। ହେଲେ ସିଏସକେର ଅଧିନାୟକ ହୋଇ ଭଲ ପ୍ରଦର୍ଶନ କରିଥିବା ରୁତୁରାଜଙ୍କୁ ଟିମରେ ସାମିଲ କରାଯାଇ ନାହିଁ। ଏହା ଅନେକଙ୍କୁ ନିରାଶ କରିଛି।

ତେବେ ସିଏସକେ ଭଳି ଟିମର ଅଧିନାୟକ ହୋଇଥିବା ରୁତୁରାଜ କେତେ କୋଟିର ମାଲିକ ଆପଣ ଜାଣନ୍ତି କି? ୨୦୨୪ ସୁଦ୍ଧା, ଋତୁରାଜ ଗାଏକ୍ବାଡଙ୍କ ମୋଟ ସମ୍ପତ୍ତି ମୂଲ୍ୟ ହେଉଛି ୩୬ କୋଟି। କ୍ରିକେଟ୍, ଆଇପିଏଲ୍, ବିଜ୍ଞାପନ ଏବଂ ଏକାଧିକ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟରୁ ସେ କୋଟି କୋଟି ଟଙ୍କା ଆୟ କରିଥାନ୍ତି। ୨୦୧୯ରେ, ଋତୁରାଜ ଗାଏକ୍ବାଡଙ୍କୁ ଚେନ୍ନାଇ ସୁପର କିଙ୍ଗ୍ସ ୨୦ଲକ୍ଷ ଟଙ୍କାରେ କିଣିଥିଲା। ଆଇପିଏଲରେ ତାଙ୍କର ବିସ୍ଫୋରକ ପ୍ରଦର୍ଶନ ପରେ ଚେନ୍ନାଇ ସୁପର କିଙ୍ଗ୍ସ ସିଜିନ୍ ୨୦୨୧ ପାଇଁ ତାଙ୍କର ପାରିଶ୍ରମିକ ୬କୋଟି ଟଙ୍କାକୁ ବଢ଼ାଇଥିଲା। ଆଇପିଏଲର ଶେଷ ଦୁଇ ସିଜିନରେ ତାଙ୍କୁ ସମାନ ପାରିଶ୍ରମିକ ଦିଆଯାଉଥିବା ବେଳେ ଆଗକୁ ଏହା ବଢ଼ିପାରେ ବୋଲି ଆଶା କରାଯାଉଛି। ଏହା ବ୍ୟତୀତ ଘରୋଇ କ୍ରିକେଟ୍ ଖେଳି ମଧ୍ୟ ସେ ଟଙ୍କ‌ା ରୋଜଗାର କରନ୍ତି। ୨୦୨୦ ରେ ଆଇପିଏଲ୍ ଡେବ୍ୟୁ କରିବା ପରଠାରୁ ଗାଏକ୍ବାଡ ଆଜି ପର୍ଯ୍ୟନ୍ତ ତାଙ୍କ କ୍ୟାରିୟରରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ୩୬ଟି ମ୍ୟାଚ୍ ଖେଳିଛନ୍ତି।

ତେବେ ମ୍ୟାଚ୍ ଖେଳିବା ସହ ବିଭିନ୍ନ ବିଜ୍ଞାପନ ଓ ନିବେଶ କରି ଟଙ୍କା ଆୟ କରୁଛନ୍ତି ଋତୁରାଜ। ଏବେ ନୂଆ ଦାୟିତ୍ବ ସହ ତାଙ୍କର ଆୟ ବଢ଼ିବ ବୋଲି କୁହାଯାଉଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button