ଅପରାଧ

ହୁଣ୍ଡାଇ ସେବା କେନ୍ଦ୍ରର କର୍ମଚାରୀ ନାବାଳିକାଙ୍କ ଗୁପ୍ତାଙ୍ଗରେ ଫୁଟାଇଲେ ପ୍ରେସର ଗନ୍ – Kalinga News

[ad_1]

ଲକ୍ଷ୍ମୌ: ରାଜଧାନୀ ଲକ୍ଷ୍ମୌର ହୁସେନଗଞ୍ଜ ଅଞ୍ଚଳସ୍ଥ ଉଦୟଗଞ୍ଜରେ ଅବସ୍ଥିତ ହୁଣ୍ଡାଇ ସେବା କେନ୍ଦ୍ରରୁ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ଏହି କେନ୍ଦ୍ରରେ କାମ କରୁଥିବା କର୍ମଚାରୀମାନେ ତାଙ୍କ ସହ କାମ କରୁଥିବା ଜଣେ ନାବାଳକ କର୍ମଚାରୀଙ୍କ ହାତ ଓ ଗୋଡ ବାନ୍ଧି ତାଙ୍କ ଗୁପ୍ତାଙ୍ଗରେ ଏକ ପ୍ରେସର ଗନ ଫୁଟାଇ ଦେଇଥିବା ଅଭିଯୋଗ ହୋଇଛି।

ପୀଡ଼ିତାଙ୍କ ଭାଇ ହୁସେଙ୍ଗଞ୍ଜ ପୁଲିସ ଷ୍ଟେସନରେ ଏହି ଘଟଣାକୁ ‌କେନ୍ଦ୍ର କରି ଅଭିଯୋଗ କରି କହିଛନ୍ତି, ‘ଆଦିତ୍ୟ ତ୍ରିବେଦୀ ଗତ ଦୁଇମାସ ଧରି ହୁଣ୍ଡାଇ ସେବା କେନ୍ଦ୍ରରେ କାମ କରି ଆସୁଥିଲା। ଅନେକ ଦିନ ‌ହେବ ଆଦିତ୍ୟକୁ ଅନ୍ୟ କର୍ମଚାରୀମାନେ  ଥଟ୍ଟା କରିବା ସହିତ ଅତ୍ୟାଚାର ବି କରୁଥି‌ଲେ।

ଏପ୍ରିଲ ୨୯ ତାରିଖ ସନ୍ଧ୍ୟା ୫ ରୁ ୭ ଟା ମଧ୍ୟରେ ହୁଣ୍ଡାଇ ସେବା କେନ୍ଦ୍ରର ଚାରିଜଣ ପୁରୁଷ କର୍ମଚାରୀ ଆଦିତ୍ୟର ହାତ ଏବଂ ଗୋଡ ବାନ୍ଧି ଦେଇଥିଲେ। ଏହି ସମୟରେ କର୍ମଚାରୀ ବିକାଶ ଶର୍ମା ଆଦିତ୍ୟର ଗୁପ୍ତାଙ୍ଗରେ ପ୍ରେସର ବନ୍ଧୁକ ଭର୍ତ୍ତି କରି ଏହାକୁ ଚଲାଇ ଦେଇଥିଲେ। ଏହି ଘଟଣା ପରେ ଆଦିତ୍ୟ ଚେତାଶୂନ୍ୟ ହୋଇଯାଇଥିଲା।

ଏହାପରେ ଘଟଣା ଘଟାଇଥିବା କର୍ମଚାରୀମାନେ ଧରା ପଡ଼ିଯିବା ଭୟରେ ଭାଇକୁ ସିଭିଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏଠାରେ ଡାକ୍ତରମାନେ ଇନଜେକସନ ଓ କିଛି ଔଷଧ ଦେଇ ଭାଇକୁ ଘରକୁ ପଠାଇ ଦେଇଥିଲେ। ଆଦିତ୍ୟ ଘରେ ପହଞ୍ଚି କାନ୍ଦିକାନ୍ଦି ଘଟଣା ବିଷୟରେ ଜଣାଇବା ପରେ ଆମେ ତାକୁ ଅଧିକ ଚିକିତ୍ସା ପାଇଁ କେଜିଏମୟୁକୁ ନେଇ ଯାଇଥିଲୁ।

ପରୀକ୍ଷା ପରେ କେଜିଏମୟୁ ଡାକ୍ତରମାନେ କହିଥିଲେ ଯେ ପ୍ରେସର ବନ୍ଧୁକ ଯୋଗୁଁ ଆଦିତ୍ୟର ଅନ୍ତନଳୀ ଫାଟି ଯାଇଛି।  ତେଣୁ ଏପ୍ରିଲ୍ ୩୦ରେ ଡାକ୍ତରମାନେ ଆଦିତ୍ୟର ଅସ୍ତ୍ରୋପଚାର କରିଥିଲେ, କିନ୍ତୁ ତାର ଅବସ୍ଥା ଏବେ ବି ଗୁରୁତର ରହିଛି।

ଏହି ପ୍ରସଙ୍ଗରେ ଏସିପି ହଜରତଗଞ୍ଜ କହିଛନ୍ତି ଯେ, ଏହି ମାମଲାର ଅଭିଯୋଗ ଆସିଥିବା ବେଳେ ଉଭୟ ପକ୍ଷ ମଧ୍ୟରେ ସଲାସୁତୁରା ହୋଇଯାଇଥିବା ଜଣାପଡ଼ିଛି।

 



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button