ଅପରାଧ
ସୁନାବେଡ଼ା ଅଭୟାରଣ୍ୟରେ ଚଢ଼ଉ: ବାଘ, ଭାଲୁ ନଖ ସହ ବଜ୍ରକାପ୍ତା କାତି ଜବତ; ୨ ଗିରଫ – Kalinga News

[ad_1]
କୋମନା: ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍ ସୁନାବେଡ଼ା ଅଭୟାରଣ୍ୟରେ ବନ୍ୟପ୍ରାଣୀ ଓ ବନବିଭାଗ ପକ୍ଷରୁ ମିଳିତ ଚଢ଼ଉ କରି ବାଘ ଓ ଭାଲୁ ନଖ ସହ ବିପୁଳ ପରିମାଣରେ ବଜ୍ରକାପ୍ତା କାତି ଜବତ କରାଯାଇଛି। ଏଥିରେ ସଂପୃକ୍ତ ୨ ଜଣ ଗିରଫ ହୋଇଛନ୍ତି। ସୂଚନାନୁସାରେ ୱାଇଲ୍ଡ ଲାଇଫ୍ ଏସିଏଫ୍ ସଂଜୀବ ବନଗୋଲାଙ୍କ ନେତୃତ୍ବରେ ଶନିବାର ସୁନାବେଡ଼ା ଅଭୟାରଣ୍ୟରେ ଥିବା ଜାମଗାଁରେ ଚଢ଼ଉ କରାଯାଇଥିଲା। ଚଢ଼ଉ ସମୟରେ ଜାମଗାଁର ପରମେଶ୍ବର ମାଝୀ (୨୬) ଓ ସୁନାବେଡ଼ାର ରଘୁ ମହାନନ୍ଦ (୬୪)ଙ୍କ ଘରୁ ୨୦୨ଟି ବଜ୍ରକାପ୍ତା କାତି, ଗୋଟିଏ କଳରାପତିଆ ବାଘ ନଖ, ଦୁଇଟି ଭାଲୁ ନଖ ଓ ଏକ ବାଇକ୍ ଜବତ କରାଯାଇଥିଲା। ବନ୍ୟପ୍ରାଣୀ ଆଇନ ଅନୁସାରେ ଏକ ମାମଲା ରୁଜୁ କରି ଦୁଇ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଏସିଏଫ ଶ୍ରୀ ବନ୍ଗୋଲା ପ୍ରକାଶ କରିଛନ୍ତି।
[ad_2]