ଅପରାଧ

ଜେଲରେ ଥାଇ ହତ୍ୟାକାରୀ ଭିଡିଓ କରି କହୁଛି: ‘ମୁଁ ସ୍ବର୍ଗର ମଜା ନେଉଛି, ବଡ଼ମାନଙ୍କ ଆର୍ଶୀବାଦ ଅଛି’ – Kalinga News

[ad_1]

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବରେଲିରେ ପୁଲିସର ଅବହେଳାର ଏକ ଘଟଣା ସାମ୍ନାକୁ ଆସିଛି। ଠିକାଦାର ରାଜେଶ ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ବନ୍ଦୀଥିବ‌ା ହତ୍ୟାକାରୀର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଥିବା ହତ୍ୟାକାରୀର ନାମ ଆସିଫ ସେ ମେରଠରେ ବସବାସ କରେ ବୋଲି ଜଣାପଡ଼ିଛି। ଆସିଫ ଠିକାଦାର ରାଜେଶ ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ହୋଇ ବରେଲି ଜେଲରେ ବନ୍ଦୀ ଅଛି।

ଭ‌ାଇରାଲ ହୋଇଥିବା ଭିଡିଓରେ ହତ୍ୟାକାରୀ ଆସିଫ କହୁଛି, ‘ସ୍ବର୍ଗରେ ମଜା ନେଉଛି। ଖୁବଶୀଘ୍ର ବାହାରକୁ ଯିବି, ଚିନ୍ତା କରିବାର କୌଣସି କାରଣ ନାହିଁ। ବଡ଼ଲୋକଙ୍କ ଆର୍ଶୀବାଦ ମୋ ଉପରେ ଅଛି। ତେଣୁ ଭଲରେ ଓ ଖୁସିରେ ଅଛି। ସାଙ୍ଗମାନଙ୍କ କଥା କହିବାକୁ ଗଲେ ସେମାନେ ତ ସବୁ‌ବେଳେ ହୃଦୟରେ ଅଛନ୍ତି, ସେମାନଙ୍କ ପାଇଁ ଅଲଗା ସ୍ଥାନ ନଥାଏ। ମୁଁ କହିବି ଜୀବନ‌ରେ ଟଙ୍କା ସବୁକିଛି ହୋଇ ନଥାଏ। ସମ୍ପର୍କ ଜରୁରୀ ହୋଇଥାଏ। କାରଣ ସମ୍ପର୍କକୁ ଯେତେ ଟଙ୍କା ଦେଲେ ବି କିଣା ଯାଇ ପାରି ନଥାଏ। ଏଥିପାଇଁ ଆବଶ୍ୟକ ସ୍ନେହ ଓ ଶ୍ରଦ୍ଧା।’

ହତ୍ୟାକାରୀର ଭିଡିଓ ଭାଇରାଲ ହେବ‌ାପରେ ପୁଲିସ  ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ଚହଳ ପଡ଼ିଯାଇଛି। କିଏ କହୁଛି ଏହା ଜେଲ ଭିତରର ନୁହେଁ। କିଏ କହୁଛି ଏହା ହାତ୍ୟାକାରୀକୁ କୋର୍ଟକୁ ହାଜର ପାଇଁ ନେବା ସମୟର ଅଟେ। ଏସଏସପି ସୁଶୀଲ ଘୁଲେ ଏହି ଘଟଣାକୁ ଗମ୍ଭୀରତା ସହ ନେଇ ଏସପି ରାହୁଲ ଭାଟିଙ୍କୁ ଜେଲ ନିରୀକ୍ଷଣରେ ପଠାଇ ଦେଇଛନ୍ତି। ଭାଇରାଲ ଭିଡିଓକୁ କେନ୍ଦ୍ର କରି ହତ୍ୟାକାରୀ ଆସିଫକୁ ପଚରାଉଚରା ଜାରି ରଖାଯାଇଛି।

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button