ଅପରାଧ

ସର୍ପ ଦଂଶନରେ ମୃତ ଯୁବକଙ୍କୁ ଗଙ୍ଗା ନଦୀରେ ଓଲଟା ଟଙ୍ଗା ଯାଇଥିଲା – Kalinga News

[ad_1]

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବୁଲନ୍ଦସହରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ସର୍ପ ଦଂଶନ ହେତୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଥିଲା। ଏହି ଯୁବକଙ୍କୁ ଜୀବିତ କରିବା ପାଇଁ ଲୋକମାନେ ଘଣ୍ଟାଘଣ୍ଟା ଧରି ଗଙ୍ଗାନଦୀରେ ଓଲଟା ଝୁଲାଇ ରଖିଥିବା ଘଟଣା ସାମ୍ନାକୁ ଆସିଛି। ସୋସିଆଲ ମିଡିଆରେ ଏହି ଲୋମଟାଙ୍କୁରା ଘଟଣାର ଭିଡିଓ ଭାଇରାଲ ହେବାରେ ଲାଗିଛି।

ସୂଚନାଯୋଗ୍ୟ,ଗତ ଏପ୍ରିଲ ୨୬ ତାରିଖରେ ୨୦ବର୍ଷୀୟ ମୋହିତଙ୍କ ସର୍ପ ଦଂଶନ ହେତୁ ମୃତ୍ୟୁ ହୋଇଯାଇଥିଲା। ଏହାପରେ ମୋହିତଙ୍କ ପରିବାରକୁ କେହି ଜଣେ କହିଥିଲେ, ଗଙ୍ଗ‌ାରେ ଶରୀରକୁ ଓଲଟା ଝୁଲାଇ ରଖିଲେ ମୃତ ଲୋକ ଜୀବିତ ହୋଇଯାଇଆନ୍ତି।

ଏଭଳି ଅନ୍ଧବିଶ୍ବାସ କଥାକୁ ପରିବାରଲୋକ ବିଶ୍ବାସ କରି ମୋହିତଙ୍କ ମୃତଦେହକୁ ଗଙ୍ଗା ନଦୀ କୂଳକୁ ନେଇ ଏକ ଦୌଡ଼ି ସାହାଯ୍ୟରେ ଓଲଟା ଟାଙ୍ଗି ଦେଇଥିଲେ। ଘଣ୍ଟାଘଣ୍ଟା ଧରି ମୋହିତଙ୍କ ମୃତଦେହ ଓଲଟା ଝୁଲି ରହିବା ସତ୍ତ୍ବେ କୌଣସି ପ୍ରତିକ୍ରିୟା ନମିଳିବାରୁ ଶେଷରେ ବାଧ୍ୟ ହୋଇ ମୋହିତଙ୍କ ପରିବାରଲୋକ ଗଙ୍ଗାଘାଟରେ ପୁଅର ଅନ୍ତିମ ସଂସ୍କାର କରି ଘରକୁ ଫେରି ଆସିଥିଲେ।

ତେ‌ବେ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଯିବାପରେ ଲୋକେ ତୀବ୍ର ସମାଲୋଚନା କରିଛନ୍ତି। ଏଥିସହିତ ଏଭଳି ଘଟଣାରେ ସାମିଲ ଥିବା ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁଲିସ‌କୁ ଅନୁରୋଧ କରିଛନ୍ତି। କାରଣ ଆଗାମୀ ଦିନରେ ଏମିତି ଘଟଣା ଯେମିତି ଦ୍ବିତୀୟଥର ନଘଟୁ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button