କଳାହାଣ୍ଡି ନାବାଳିକାଙ୍କୁ ବିଶାଖାପାଟଣାରେ ଗଣଦୁଷ୍କର୍ମ ମାମଲା: ୧୧ ଜଣଙ୍କୁ ଉଠାଇନେଲା ପୁଲିସ – Kalinga News
[ad_1]
ଭୁବନେଶ୍ବର: ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଓଡ଼ିଶାର ଜନୈକା ୧୭ ବର୍ଷୀୟା ନାବାଳିକା ସହ ଲୋମହର୍ଷଣକାରୀ ଗଣଦୁଷ୍କର୍ମ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ପୀଡ଼ିତାଙ୍କ ସୂଚନାକୁ ଆଧାର କରି ବିଶାଖାପାଟଣା ପୋଲିସ ୧୧ ଅଭିଯୁକ୍ତଙ୍କୁ ଗିରଫ କରିଛି। ଝାଡ଼ଖଣ୍ଡରେ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଖୋଜାଚାଲିଛି। ନାବାଳିକା ଡିସେମ୍ବର ୧୭ ଓ ୧୯ରେ ମୋଟ ୧୩ ଜଣଙ୍କ ଦ୍ୱାରା ଗଣଦୁଷ୍କର୍ମର ଶିକାର ହୋଇଥିଲେ। ପୋଲିସକୁ ପୀଡ଼ିତା ଦେଇଥିବା ସୂଚନା ଅନୁସାରେ ଡିସେମ୍ବର ୧୭ରେ ସେ ତାଙ୍କ ପ୍ରେମିକଙ୍କ ସହ ବିଶାଖାପାଟଣା ଆରକେ ବିଚକୁ ଯାଇଥିଲେ। ସେଠାରୁ ପ୍ରେମିକ ତାଙ୍କୁ ଏକ ଲଜ୍କୁ ନେଇ ତାଙ୍କ ବନ୍ଧୁଙ୍କ ସହ ମିଶି ଦୁଷ୍କର୍ମ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଘଟଣା ପରେ ମର୍ମାହତ ନାବାଳିକା ଜୀବନ ହାରିବାକୁ ପୁନର୍ବାର ଆରକେ ବେଳାଭୂମିରେ ପହଞ୍ଚିଥିଲା। ସେଠାରେ ବିଶେଷକରି ବେଳାଭୂମି ଫଟୋଗ୍ରାଫରମାନେ ତାଙ୍କୁ ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇ ତାଙ୍କୁ ଏକ ଲଜକୁ ନେଇଯାଇଥିଲେ। ଯେଉଁଠାରେ ୧୧ ଜଣ ତାଙ୍କୁ ଦୁଷ୍କର୍ମ କରିଥିଲେ। ତେବେ କୌଶଳ କ୍ରମେ ପୀଡ଼ିତା ଖସିଯିବାରେ ସଫଳ ହୋଇ ଓଡ଼ିଶାର ନିଜ ଗାଁରେ ପହଞ୍ଚିଥିଲେ। ପୀଡ଼ିତାଙ୍କ ବାପା ଡିସେମ୍ବର ୧୮ରେ ବିଶାଖାପାଟଣା ଚତୁର୍ଥ ଟାଉନ୍ ପୋଲିସ୍ ଷ୍ଟେସନରେ ଏକ ନିଖୋଜ ମାମଲା ଦାୟର କରିଥିଲେ। ଅଭିଯୋଗ ଆସିବା ପରେ ଆନ୍ଧ୍ର ପୋଲିସ ଓଡ଼ିଶାର ତାଙ୍କ ଘରୁ ପୀଡ଼ିତାଙ୍କୁ ପାଇଥିଲା। ଏହାପରେ ତଦନ୍ତ ପାଇଁ ତାଙ୍କୁ ବିଶାଖାପାଟଣାକୁ ଅଣାଯାଇଥିଲା। ପୁଲିସର ସୂଚନା ହେଲା, ପୀଡ଼ିତା ଜଣେ ସରକାରୀ କର୍ମଚାରୀଙ୍କ ଘରେ ଚାକରାଣୀ ଭାବରେ କାର୍ଯ୍ୟ କରୁଥିଲେ। ମାଲିକ ଘରଲୋକେ ଛୁଟିଦିନ ବୁଲିବାକୁ ଯାଇଥିବା ବେଳେ ନାବାଳିକା ଘରେ ଏକାକୀ ରହି ମାଲିକଙ୍କ ଗୃହପାଳିତ ପଶୁଙ୍କ ଯତ୍ନ ନେଉଥିଲା। ଏହି ଘଟଣା ପରେ ଆନ୍ଧ୍ର ପ୍ରଦେଶ ରାଜ୍ୟ ମହିଳା କମିସନ ଅଧ୍ୟକ୍ଷା ଭି. ପଦ୍ମା ବିଶାଖାପାଟଣା ପୁଲିସ କମିସନରଙ୍କ ଠାରୁ ସବିଶେଷ ତଥ୍ୟ ମାଗିଛନ୍ତି। ପୋକ୍ସୋ ଓ ଅନ୍ୟାନ୍ୟ ଦଫାରେ ପୁଲିସ ୨ଟି ମାମଲା ରୁଜୁ ସହ ଏହି ଘଟଣାକୁ ଗମ୍ଭୀର ଭାବେ ଗ୍ରହଣ କରିଛି।
[ad_2]