ରାଜନୀତି

‘ଶିକ୍ଷକ ଚାକିରି ଦୁର୍ନୀତି ବିଷୟରେ ଟିଏମ୍‌ସି ୨୦୨୧ ବିଧାନସଭା ନିର୍ବାଚନ ପୂର୍ବରୁ ଜାଣିଥିଲା’ – Kalinga News

[ad_1]

କୋଲକାତା:  ଚାକିରି ଦୁର୍ନୀତି ମାମଲାରେ ପଶ୍ଚିମବଙ୍ଗ ସ୍କୁଲ ସେବା ଆୟୋଗ (ଡବ୍ଲୁବିଏସ୍‌ସିସି) ଦ୍ୱାରା ଗଠିତ ସ୍କୁଲ ଶିକ୍ଷକମାନଙ୍କ ପାଇଁ ସୋମବାର କଲିକତା ହାଇକୋର୍ଟ ୨୦୧୬ ନିଯୁକ୍ତି ପ୍ୟାନେଲକୁ ବାତିଲ କରି ଦେଇଛନ୍ତି। ଫଳରେ ପ୍ରାୟ ୨୬,୦୦୦ ଚାକିରି ଅବ‌ୈଧ ହୋଇଛି।

ଏବେ ଏ ସଂପର୍କରେ ନିଜର ମତ ରଖିଛନ୍ତି ଟିଏମସିର ପଶ୍ଚିମବଙ୍ଗର ସାଧାରଣ ସମ୍ପାଦକ ପଦରୁ ହଟି ଯାଇଥିବା କୁନାଲ ଘୋଷ। ତାଙ୍କୁ ପଦରୁ କାଢ଼ି ଦିଆଯିବା ପରେ ସେ କହିଛନ୍ତି କି ଚାକିରି ଦୁର୍ନୀତି ସଂପର୍କରେ ପଶ୍ଚିମବଙ୍ଗ ସରକାର ୨୦୨୧ ବିଧାନସଭା ନିର୍ବାଚନ ପୂର୍ବରୁ ଅବଗତ ଥିଲେ।

ଟିଏମସି ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ ନିକଟତମ ବ୍ୟକ୍ତି କୁନାଲ ଘୋଷଙ୍କ ଏଭଳି ବୟାନ ଲୋକସଭା ନିର୍ବାଚନ ମଧ୍ୟରେ ଆସିଛି, କାରଣ ଏବେ ପରିସ୍ଥିତିରେ ଏହି ଦୁର୍ନୀତି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ପରିଣତ ହୋଇଛି।

ବୁଧବାର ଦିନ ବିଜେପି ଲୋକସଭା ପ୍ରାର୍ଥୀଙ୍କ ସହ ଏକ ମଞ୍ଚ ସେୟାର କରିବା ପରେ ଦଳ ତାଙ୍କୁ ପଦରୁ ହଟାଇଛି। ତାପରେ ଏକ ସାକ୍ଷାତକାରରେ ସେ କହିଛନ୍ତି, “ବିଦ୍ୟାଳୟ ଶିକ୍ଷା ବିଭାଗରେ ଚାକିରି ବଦଳରେ ବ୍ୟାପକ ଦୁର୍ନୀତି ଘଟୁଥିବା ଦଳ ଭଲ ଭାବରେ ଜାଣିଥିଲା। ୨୦୨୧ ବିଧାନସଭା ନିର୍ବାଚନ ପୂର୍ବରୁ ଦଳ ଏହା ଜାଣିଥିଲା।”

ଶିକ୍ଷକମାନଙ୍କ ଚାକିରିକୁ ନେଇ ଶୁଣାଣି ସମୟରେ ଜଷ୍ଟିସ ଦେବଙ୍ଗସୁ ବାସାକ ଏବଂ ଏମ.ଡି ଶବର ରଶିଦିଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠରେ କୁହାଯାଇଛି ଯେ ବେଆଇନ ଭାବେ ନିଯୁକ୍ତି ପାଇଥିବା ସ୍କୁଲ ଶିକ୍ଷକମାନେ ସେମାନଙ୍କର ଦରମା ଚାରି ସପ୍ତାହ ମଧ୍ୟରେ ଫେରସ୍ତ କରିବେ। ଶିକ୍ଷକମାନଙ୍କଠାରୁ ଟଙ୍କା ସଂଗ୍ରହ କରିବା ପାଇଁ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଦାୟିତ୍ବ ଦିଆଯାଇଛି।

ବାତିଲ ହୋଇଥିବା ନିଯୁକ୍ତି ପ୍ୟାନେଲରେ ପଶ୍ଚିମବଙ୍ଗର ୨୦୧୬ ମସିହାରେ ହୋଇଥିବା ଡବ୍ଲୁବିଏସ୍‌ସିସି ପ୍ରବେଶିକା ପରୀକ୍ଷା ମାଧ୍ୟମରେ ନିଯୁକ୍ତ ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀ ଅନ୍ତର୍ଭୁକ୍ତ।

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button