ରାଜନୀତି

ସଞ୍ଜୟ ରାଉତଙ୍କ ବିରୋଧରେ ଅାପରାଧିକ ମାମଲା ରୁଜୁ – Kalinga News

[ad_1]

ମୁମ୍ବାଇ: ଉଦ୍ଧବସେନା ନେତା ସଞ୍ଜୟ ରାଉତଙ୍କ ବରୋଧରେ ବିଜେପି ନିର୍ବାଚନ କମିସନ ନିକଟରେ ଅଭିଯୋଗ କରିଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ସହ ‘ନରେନ୍ଦ୍ର ମୋଦୀଙ୍କୁ ପୋତି ଦେବୁ’ ବୋଲି ସଞ୍ଜୟ ମନ୍ତବ୍ୟ ଦେଇଥିଲେ। ଏହା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରି ବିଜେପି ଚିଠି ଲେଖିଛି। ଏହାସହ ରାଉତଙ୍କ ବିରୋଧରେ ଅାପରାଧିକ ମାମଲା ମଧ୍ୟ ରୁଜୁ କରାଯାଇଛି। ଅହମ୍ମଦନଗର ଠାରେ ଅନୁଷ୍ଠିତ ଏକ ନିର୍ବାଚନ ପ୍ରଚାର ସଭାରେ ଅଭିଭାଷଣ ଦେଇ ସଞ୍ଜୟ ରାଉତ କହିଥିଲେ, ‘ସେମାନେ ମହାରାଷ୍ଟ୍ରରେ ଔରଙ୍ଗଜେବଙ୍କୁ ପୋତି ଦେଇଥିଲେ, ଏହି ନରେନ୍ଦ୍ର ମୋଦୀ ସେମାନଙ୍କ ପାଇଁ କେତେ।’ ଏହି ମନ୍ତବ୍ୟକୁ ନେଇ ବିଜେପି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସଞ୍ଜୟ ରାଉତ ଜୀବନରେ ମାରିଦେବାକୁ ଧମକ ଦେଇଛନ୍ତି । ଏଭଳି ମନ୍ତବ୍ୟ ଦ୍ବାରା ହିଂସା ସୃଷ୍ଟି ହେବା ସମ୍ଭାବନା ରହିଛି ବୋଲି ବିଜେପି କହିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button