ରାଜନୀତି

ନିଆଁ ଲଗାଇଲା ରହସ୍ୟମୟ ‘ପେନ୍‌ଡ୍ରାଇଭ୍‌’: ଚର୍ଚ୍ଚାରେ ପ୍ରଜ୍ବଳଙ୍କ ଡ୍ରାଇଭର, ବିଜେପି ନେତା – Kalinga News

[ad_1]

ବେଙ୍ଗାଲୁରୁ: କର୍ଣ୍ଣାଟକର ହାସନ ସାଂସଦ ପ୍ରଜ୍ୱଳ ରେବନ୍ନାଙ୍କୁ ନେଇ ଉଠିଥିବା ସେକ୍ସ ସ୍କାଣ୍ଡାଲ ଏବେ ରାଜ୍ୟ ଏନ୍‌ଡିଏ ମେଣ୍ଟରେ କମ୍ପନ ଆଣିଛି। ଏହି ଯୌନ କେଳେଙ୍କାରୀ ମାମଲାରେ ଦିନକୁ ଦିନ ବିବାଦ ତୀବ୍ର ହେବାରେ ଲାଗିଥିବା ବେଳେ ଜଣେ ବରିଷ୍ଠ ବିଜେପି ନେତା ଓ ତାଙ୍କ ପାଖରେ ଥିବା ରହସ୍ୟମୟ ପେନ୍‌ଡ୍ରାଇଭ୍‌କୁ ନେଇ ରାଜ୍ୟ ରାଜନୀତି‌ ଉଠୁଛି ପଡ଼ୁଛି। ଏହି ପେନ୍‌ଡ୍ରାଇଭରେ ପ୍ରାୟ ୩ ହଜାର ଭିଡିଓ ରହିଥିବା ବେଳେ ଏଥିରୁ କେତେକ ନିଜେ ପ୍ରଜ୍ୱଳ ସୁଟିଂ କରିଛନ୍ତି ବୋଲି ବିଜେପି ନେତା ଦେବରାଜେ ଗୌଡ଼ାଙ୍କ ଦାବି ମାମଲାକୁ ଆହୁରି ଜଟିଳ କରିଦେଇଛି। ଦେବରାଜ ଗୌଡ଼ା ଏହି ପେନ୍‌ଡ୍ରାଇଭକୁ ପ୍ରଜ୍ୱଳଙ୍କ ପୂର୍ବତନ ଡ୍ରାଇଭର କାର୍ତ୍ତିକ ଗୌଡ଼ାଙ୍କଠାରୁ ହାସଲ କରିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ କାର୍ତ୍ତିକ ଏବଂ ଦେବରାଜେ ବହୁ ସଂଖ୍ୟାରେ ଅଶ୍ଳୀଳ ଭିଡିଓ ଲିକ୍‌ ପାଇଁ ପରସ୍ପରକୁ ଦାୟୀ କରିଛନ୍ତି। ଦେବରାଜେ ରାଜନୈତିକ ସ୍ବାର୍ଥ ହାସଲ ପାଇଁ ଏବଂ ପ୍ରଜ୍ବଳଙ୍କ ପରିବାର ଉପରେ ପ୍ରତିଶୋଧ ନେବାପାଇଁ ଏଭଳି କରୁଥିବା କାର୍ତ୍ତିକ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଭିଡିଓ ଲିକ୍‌ ପଛରେ କାର୍ତ୍ତିକଙ୍କର ହିଁ ମୁଖ୍ୟ ଭୂମିକା ରହିଥିବା ଆଜି ଦେବରାଜେ ଗଣମାଧ୍ୟମକୁ କହିଛନ୍ତି। ସୂଚନାଯୋଗ୍ୟ ଲିକ୍‌ ହୋଇଥିବା ଭିଡିଓରେ ୩୩ ବର୍ଷୀୟ ପ୍ରଜ୍ୱଳ ଏକାଧିକ ମହିଳାଙ୍କୁ ଯୌନ ନିର୍ଯାତନା ଦେଉଥିବା ଦେଖିବାକୁ ମିଳୁଛି। ତେବେ ଏହି କେଳେଙ୍କାରୀ ସଂପର୍କରେ ବିଜେପି ବହୁତ ଆଗରୁ ଜାଣିଥିବା ନେଇ ଦଳୀୟ ନେତାଙ୍କ ବୟାନରୁ ସ୍ପଷ୍ଟ ହୋଇଯାଇଥିବାରୁ ଏହାକୁ ନେଇ ରାଜ୍ୟ ଓ କେନ୍ଦ୍ରୀୟ ନେତୃବୃନ୍ଦ କିଭଳି ଉଦାସୀନ ରହିଲେ ତାହାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।

ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ ଡି ଦେବଗୌଡ଼ାଙ୍କ ନାତି ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍ ଡି କୁମାରସ୍ୱାମୀଙ୍କ ପୁତୁରା ପ୍ରଜ୍ୱଳ ରେବନ୍ନାଙ୍କୁ ଆଜି ଜନତା ଦଳ (ସେକ୍ୟୁଲାର)ରୁ ନିଲମ୍ବିତ କରାଯିବା ସତ୍ତ୍ବେ ଏନ୍‌ଡିଏ ମେଣ୍ଟରେ ତୀବ୍ର ଅସନ୍ତୋଷ ଲାଗି ରହିଛି। ବିଜେପିର କେତେକ ନେତା ପ୍ରଜ୍ବଳ ଜର୍ମାନୀ ଫେରାର ହୋଇଯିବା ନେଇ ପ୍ରଶ୍ନ ଉଠାଇବା ସହ ଏଭଳି ସ୍ଥିତିରେ ଜେଡିଏସ୍‌ ସହ ମେଣ୍ଟ ଦଳ ପାଇଁ ଘୋର କ୍ଷତି ପହଞ୍ଚାଇବ ବୋଲି ମତ ରଖିଛନ୍ତି। ଦଳର କେନ୍ଦ୍ରୀୟ ନେତୃତ୍ବ ଏ ନେଇ ମନ୍ଥନ ଆରମ୍ଭ କରିଦେଇଥିବା କୁହାଯାଉଛି। ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିବା ଏକ ଭିଡିଓରେ କାର୍ତ୍ତିକ ଗୌଡ଼ା କହିଛନ୍ତି ଯେ ସେ ୧୫ ବର୍ଷ ଧରି ରେବନ୍ନାଙ୍କ ଡ୍ରାଇଭର ଭାବେ କାମ କରିଥିଲେ ଏବଂ ପ୍ରଜ୍ବଳଙ୍କ ଭିଡିଓଗୁଡିକୁ ବିଭିନ୍ନ ସୂତ୍ରରୁ ହାସଲ କରିବା ପରେ ବିଜେପି ନେତା ଦେବରାଜେ ଗୌଡ଼ାଙ୍କୁ ଦେଇଥିଲେ। ୨୦୨୩ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ଦେବରାଜେ ହୋଲେନାରସିପୁରା ନିର୍ବାଚନ ମଣ୍ଡଳୀରୁ ପ୍ରଜ୍ବଳଙ୍କ ପିତା ଏଚଡି ରେବନ୍ନାଙ୍କ ବିରୋଧରେ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ। କାର୍ତ୍ତିକଙ୍କୁ ରେବନ୍ନାଙ୍କ ପରିବାର ଜମିଜମା ମାମଲାରେ ନିର୍ଯାତନା ଦେବାରୁ ସେ ଏହାର ପ୍ରତିଶୋଧ ନେବାକୁ ମଉକା ଖୋଜୁଥିଲେ ଏବଂ ଦେବରାଜେଙ୍କ ସହ ଯୋଗାଯୋଗ କରିଥିଲେ। ଭିଡିଓ କ୍ଲିପ୍‌ ଥିବା ଅନେକ ଫ୍ଲାସ୍‌ ଡ୍ରାଇଭ କାର୍ତ୍ତିକଙ୍କଠାରୁ ଦେବରାଜ ହାସଲ କରିଥିଲେ। ତେବେ ଏହି ଭିଡିଓଗୁଡ଼ିକର ରେକର୍ଡିଂ ନେଇ ଅନେକ ପ୍ରଶ୍ନ ଉଠିଛି। ଦୀର୍ଘ ବର୍ଷ ଧରି ବିଭିନ୍ନ ସମୟରେ ଏହାର ରେକର୍ଡିଂ କରାଯାଇଛି ବୋଲି କାର୍ତ୍ତିକ କହିଥିବା ବେଳେ ଏହା ପଛରେ ଯୋଜନାବଦ୍ଧ ଷଡ଼୍‌ଯନ୍ତ୍ର ରହିଛି ବୋଲି ପ୍ରଜ୍ବଳଙ୍କ ପରିବାର ଦାବି କରିଛନ୍ତି। କେତେକ ଅଶ୍ଳୀଳ ଭିଡିଓ ରାଜ୍ୟ କଂଗ୍ରେସର କିଛି ନେତାଙ୍କ ଦ୍ବାରା ପ୍ରସାରିତ ହୋଇଥିବା ଅଭିଯୋଗ ହୋଇଥିବା ବେଳେ କାର୍ତ୍ତିକ କଂଗ୍ରେସ ସହ ମଧ୍ୟ ଯୋଗାଯୋଗରେ ଥିବା ଦାବି କରାଯାଇଛି।

ଚଳିତ ବର୍ଷ ପ୍ରାରମ୍ଭରେ ରାଜ୍ୟ ବିଜେପି ମୁଖ୍ୟ ବିୱାଇ ବିଜୟେନ୍ଦ୍ରଙ୍କୁ ଏକ ଚିଠି ଲେଖି ଦେବରାଜେ ପ୍ରଜ୍ବଳଙ୍କୁ ହାସନ ଲୋକସଭା ଟିକେଟ୍ ନଦେବାକୁ ଅନୁରୋଧ କରିଥିଲେ। ସେ ହାସନ ସାଂସଦଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିବା ସହ ଦଳ ପାଇଁ ଏହା ବଡ଼ ସଙ୍କଟ ଆଣି ବୋଲି ଚେତାବନୀ ଦେଇଥିଲେ। କଂଗ୍ରେସ ନେତାଙ୍କ ପାଖରେ ମଧ୍ୟ ସେକ୍ସ ସ୍କାଣ୍ଡାଲ ପେନ୍‌ଡ୍ରାଇଭ ରହିଥିବା ସେ ଦାବି କରିଥିଲେ। କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍ ଡି କୁମାରସ୍ୱାମୀ ଅଭିଯୋଗ କରିଛନ୍ତି ଯେ ୫ ବର୍ଷ ତଳେ ରାଜନୈତିକ ବିରୋଧୀମାନେ ତାଙ୍କ ପରିବାର ବିରୋଧରେ ଷଡ଼୍‌ଯନ୍ତ୍ର ଆରମ୍ଭ କରିଥିଲେ ଏବଂ ଜଣେ ମହିଳାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଏଥିପାଇଁ ବ୍ୟବହାର କରିଥିଲେ। ଏବେ ନିର୍ବାଚନ ସମୟରେ ସେମାନେ ପେନ୍‌ ଡ୍ରାଇଭ୍‌ ଦ୍ବାରା ଚାଂଚଲ୍ୟ ସୃଷ୍ଟି କରି ଫାଇଦା ଉଠାଉଛନ୍ତି ବୋଲି ସେ କହିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button