ରାଜନୀତି

‘ରାଜନୈତିକ ଅଭିସନ୍ଧି ରଖି ଲାଗୁ ହେଉନି ଆୟୁଷ୍ମାନ୍‌ ଯୋଜନା’ – Kalinga News

[ad_1]

ଅନୁଗୁଳ/ଢେଙ୍କାନାଳ: ଓଡ଼ିଶାବାସୀଙ୍କ ସହ ପ୍ରତାରଣା କରିଛି ବିଜେଡି। ରାଜନୈତିକ ଅଭିସନ୍ଧି ରଖି ରାଜ୍ୟ ସରକାର ‘ଆୟୁଷ୍ମାନ ଭାରତ’ ଯୋଜନାକୁ ଲାଗୁ କରିବା ପାଇଁ କୁଣ୍ଠାବୋଧ ପ୍ରକାଶ କରୁଛନ୍ତି। ରାଜ୍ୟ ସରକାର ଓ ବେସରକାରୀ ହସ୍ପିଟାଲଗୁଡ଼ିକ ମଧ୍ୟରେ ମଧୁଚନ୍ଦ୍ରିକା ଥିବା କାରଣରୁ ମିଛ ବିଲ୍ କରାଯାଇ ଲୋକଙ୍କ କଷ୍ଟ ଅର୍ଜିତ ଧନକୁ ଲୁଟ୍ କରୁଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶନିବାର ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ଆଜିର ଦିନରେ ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର ଓ ଦେବଗଡ଼ ସମେତ ଓଡ଼ିଶାରେ ପାନୀୟଜଳ ସମସ୍ୟା ଦେଖାଯାଇଛି। ପିଇବା ପାଇଁ ସ୍ୱଚ୍ଛ ପାଣି ନାହିଁ। ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ। ସ୍ଥାନୀୟ ସ୍ୱାସ୍ଥ୍ୟ କାର୍ଡ ସହ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ କାର୍ଡକୁ ମଧ୍ୟ ଚଲାଇବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ। ହେଲେ କାହିଁକି କେନ୍ଦ୍ର ସରକାରଙ୍କ ଯୋଜନାକୁ ରାଜ୍ୟ ସରକାର ଲାଗୁ କରୁନାହାନ୍ତି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ଦେଶର ଅନେକ ଅଣ ବିଜେପି ଶାସିତ ରାଜ୍ୟ ସରକାର ଏହାକୁ ଆପଣେଇଛନ୍ତି। ଏହା ଦ୍ୱାରା ରାଜ୍ୟ ବାହାରକୁ ଯାଉଥିବା ଗୁରୁତର ରୋଗୀମାନେ ସୁବିଧା ପାଇପାରିବେ ଏବଂ କେନ୍ଦ୍ର ସରକାରଙ୍କ ପ୍ରଦତ୍ତ ଟଙ୍କା ମଧ୍ୟ ପାଇପାରିବେ। ହେଲେ ରାଜ୍ୟ ସରକାରଙ୍କ ସେଥିରେ ସହମତି ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି। ‌ସେ କହିଛନ୍ତି, ହସ୍‌ପିଟାଲ ବିଲ୍‌ଡିଂ ହୋଇଗଲେ, ଚିକିତ୍ସା ହୋଇଯାଏ ନାହିଁ। ଏଥିପାଇଁ ଡାକ୍ତର ଆବଶ୍ୟକ। ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୫୦ ଭାଗରୁ କମ୍‌ ଡାକ୍ତର ରହିଛନ୍ତି। ବିଗତ ୨୫ ବର୍ଷ ଭିତରେ ସରକାର ଜିଲ୍ଲାରେ କେତେ ଡାକ୍ତର ରହିବା ଆବଶ୍ୟକ ତା’ର ପରିସଂଖ୍ୟାନ ଦେବାକୁ ସେ ଆହ୍ବାନ ଦେଇଛନ୍ତି। ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ ରିପୋର୍ଟ ଅନୁସାରେ ଓଡ଼ିଶାରେ ନବଜାତ ଶିଶୁ, ମହିଳାମାନେ ଅପପୁଷ୍ଟି ଓ ରକ୍ତହୀନତାର ଶିକାର ହେଉଛନ୍ତି। ରାଜ୍ୟର ୧୯% ଶିଶୁ ଜନ୍ମ ହେବା ବେଳେ କମ୍‌ ଓଜନର ଶିକାର ହେଉଛନ୍ତି। ସେହିପରି ରାଜ୍ୟରେ ୩୧% ପୁଷ୍ଟିହୀନ ଓ ୧୮% ଉଚ୍ଚତା ଅନୁସାରେ କମ୍‌ ଓଜନ ଏବଂ ୬୪% ଶିଶୁ ରକ୍ତହୀନତାରେ ପୀଡ଼ିତ। କିନ୍ତୁ ଏଠାରେ ସ୍ୱାସ୍ଥ୍ୟକାର୍ଡ ନେଇ ମିଛ ଡିଣ୍ଡିମ ପିଟା ଯାଉଛି।

ସେହିପରି ଜଳସେଚନରେ ଅବ୍ୟବସ୍ଥା ଦେଖାଦେଇଛି। ଏହି ନିର୍ବାଚନରେ ଲୋକମାନେ ଭୋଟ୍‌ ମାଧ୍ୟମରେ ପ୍ରଚାରଧର୍ମୀ ସରକାରକୁ ହଟାଇବେ ବୋଲି ସେ କହିଛନ୍ତି। ଶାସକ ଦଳ ପକ୍ଷରୁ ବାରମ୍ବାର ୫୫ ନମ୍ବର ଜାତୀୟ ରାଜପଥକୁ ନେଇ ପ୍ରଶ୍ନ କରାଯାଉଥିବା ବେଳେ ଏହାର ଉତ୍ତରରେ ସେ କହିଛନ୍ତି, ଜାତୀୟ ରାଜପଥର ବଡ଼ ଅଂଶ କାମ ଶେଷ ହୋଇଯାଇଛି। ପ୍ରଥମ ଥର କାର୍ଯ୍ୟ ନେଇଥିବା ଠିକାଦାର ଦେବାଳିଆ ହୋଇଯିବାରୁ ସମସ୍ୟା ହୋଇଥିଲା। ପରେ କାର୍ଯ୍ୟକୁ ଅନ୍ୟକୁ ଦିଆଯାଇ ତ୍ୱରାନ୍ୱିତ କରାଯାଇଛି। ତେବେ ଟ୍ରାଫିକ୍‌ ବ୍ୟବସ୍ଥା ଠିକ୍‌ ନଥିବାରୁ ଦୁର୍ଘଟଣା ଘଟୁଛି। କେବଳ ୫୫ ନମ୍ବର ଜାତୀୟ ରାଜପଥରରେ ଦୁର୍ଘଟଣା ଘଟୁନାହିଁ, ରାଜ୍ୟ ରାଜପଥରେ ମଧ୍ୟ ଦୁର୍ଘଟଣା ଘଟୁଛି। ରାଜ୍ୟ ସରକାର ଏବଂ ଜଙ୍ଗଲ ବିଭାଗର ଅସହଯୋଗ ଯୋଗୁଁ ଅଣ୍ଡରପାସ୍‌ ନିର୍ମାଣ ହୋଇପାରୁ ନଥିବାରୁ ଜାତୀୟ ରାଜପଥ ନିର୍ମାଣରେ ବିଳମ୍ବ ହେଉଛି।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button