ଅପରାଧ

ଭାରତୀୟ ମାଳଦ୍ବୀପ ନାଗରିକ ହାତାହାତି, ୨ ଆହତ – Kalinga News

[ad_1]

ମାଲେ: ମାଳଦ୍ୱୀପ ନାଗରିକ ଏବଂ ଭାରତୀୟଙ୍କ ମଧ୍ୟରେ ହାତାହାତି ଘଟଣା ଘଟିଛି। ଏଥିରେ ଦୁଇ ଜଣ ଆହତ ହୋଇଛନ୍ତି। ଏହି ମାମଲାରେ ପୋଲିସ ଜଣେ ମାଳଦ୍ୱୀପ ନାଗରିକଙ୍କୁ ଅଟକ ରଖିଛି। ଗଣମାଧ୍ୟମ ରିପୋର୍ଟରେ ଏହା ପ୍ରକାଶ ପାଇଛି।

ନ୍ୟୁଜ୍ ଏଜେନ୍ସି ପିଟିଆଇ ନ୍ୟୁଜ୍ ପୋର୍ଟାଲ୍ ଆଧାଧୁ ଡଟ୍ କମ୍ ଖବର ଆଧାରରେ କହିଛି ରାଜଧାନୀ ମାଲେଠାରୁ ପ୍ରାୟ ସାତ କିଲୋମିଟର ଉତ୍ତର-ପୂର୍ବରେ ଥିବା ହୁଲହୁମଲେର ସେଣ୍ଟ୍ରାଲ ପାର୍କ ନିକଟରେ ଦୁଇ ଗୋଷ୍ଠୀ ମଧ୍ୟରେ ହାତାହାତି ସ୍ଥିତି ସୃଷ୍ଟି ହୋଇଥିଲା। ସୋମବାର ରାତି ପ୍ରାୟ ୯ ଟା ସମୟରେ ଏହି ଘଟଣା ଘଟିଥିଲା।

ନ୍ୟୁଜ୍ ପୋର୍ଟାଲ ଅନସା‌ରେ ପୋଲିସ କହିଛି ଗିରଫ ସନ୍ଦିଗ୍ଧ ମାଳଦ୍ୱୀପର। କିନ୍ତୁ ଆହତଙ୍କ ବିଷୟରେ ପୋଲିସ ରିପୋର୍ଟରେ ଉଲ୍ଲେଖ କରାଯାଇ ନାହିଁ।

ଉଭୟ ଗୁରୁତର ଆହତ ଭାରତୀୟଙ୍କୁ ହୁଲହୁମଲେ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ସେମାନଙ୍କୁ ଚିକିତ୍ସା ପରେ ଡିସଚାର୍ଜ କରାଯାଇଥିଲା। ପାର୍କ ଭିତରେ ମାଳଦ୍ୱୀପ ଏବଂ ଭାରତୀୟଙ୍କ ମଧ୍ୟରେ ସଂଘର୍ଷ ଘଟିଥିବା ପୋଲିସ କହିଛି। ପୋଲିସ ଅଧିକ ତଦନ୍ତ କରୁଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button