ଛୁରୀ ଭୁସି ଗଳା ଚିପି କବାଡ଼ି ଖେଳାଳିଙ୍କୁ ହତ୍ୟା କଲେ କୋଚ – Kalinga News

[ad_1]
ନୂଆଦିଲ୍ଲୀ: ମହାରାଷ୍ଟ୍ରର ଠାଣେ ସହରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ କୋଚଙ୍କୁ ପୁଲିସ ମହିଳା କବାଡ଼ି ଖେଳାଳିଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଗିରଫ କରି ଯାଞ୍ଚ କରୁଛି।

Sambad is now on WhatsApp
Join and get latest news updates delivered to you via WhatsApp
ପୁଲିସ ସୂତ୍ରରୁ ପ୍ରକାଶ, କୋଚ ହତ୍ୟା କରିଥିବା ମହିଳା କବାଡ଼ି ଖେଳାଳି ଜଣକ ଅନ୍ୟ ପୁରୁଷଙ୍କ ସହିତ କଥା ହେଉଥିଲେ। କୋଚ ଏହାକୁ ବାରଣ କରୁଥିଲେ କିନ୍ତୁ ଖେଳାଳି ଜଣକ ଏହାକୁ ଅଣଦେଖା କରିଥିଲେ।
୧୭ବର୍ଷୀୟ କବାଡ଼ି ଖେଳାଳିଙ୍କ ମୃତଦେହ ମଇ ୨୪ ତାରିଖରେ ସହରର କୋଲସେତ ଅଞ୍ଚଳରୁ ଜବତ କରାଯାଇଥିଲା। ପୁଲିସ ଘଟଣାସ୍ଥଳରୁ ମୃତ ଖେଳାଳିଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେବା ସହିତ ଘଟଣାର ଯାଞ୍ଚ ଆରମ୍ଭ କରିଥିଲା।
ଯାଞ୍ଚରୁ ପୁଲିସ ସନ୍ଦେହ କରି ମହିଳାଙ୍କ କୋଚ ଗଣେଶ ଘମବୀରରାୱକୁ ଧରି ଥାନାକୁ ନେଇଥିଲା। ସେଠାରେ ଗଣେଶ ନିଜ ଦୋଷ ସ୍ବୀକାର କରି କହିଥିଲେ, ‘ମୁଁ ତାଙ୍କୁ ଅନ୍ୟ ପୁରୁଷଙ୍କ ସହିତ କଥା ହେବାକୁ ବରମ୍ବାର ମନା କରୁଥିଲି। କିନ୍ତୁ ସେ ମୋ କଥାକୁ ଅଣଦେଖା କରୁଥିଲେ। ମୁଁ ତାଙ୍କ ଘରକୁ ଯାଇଥିଲି। ସେଠାରେ ବି ସେ ମୋତେ ଲୁଚିଲୁଚି ଅନ୍ୟ ପୁରୁଷଙ୍କ ସହିତ କଥା ହେଉଥିଲେ। ମୁଁ ଏହା ଜାଣିବା ପରେ ମୋର ରାଗ ଉପରେ ନିୟନ୍ତ୍ରଣ ରହି ନଥିଲା। ଏହାପରେ ମୁଁ ଏକ ଛୁରୀ ଆଣି ତାଙ୍କୁ ଆକ୍ରମଣ କରିବା ସହିତ ଏକ ଦଉଡ଼ିରେ ଗଳା ଚିପି ହତ୍ୟା କରିଥିଲି।’
ଏହି ଘଟଣାପରେ ପୁଲିସ କୋଚ ଗଣେଶଙ୍କୁ ଗିରଫ କରିଛି।
[ad_2]