ସାଂସଦ ପ୍ରଜ୍ୱଳ ରେବନ୍ନାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲକୁ ନେଇ ଚାଳକଙ୍କ ଚାଞ୍ଚଲ୍ୟକର ଦାବି – Kalinga News

[ad_1]
ନୂଆଦିଲ୍ଲୀ: କର୍ଣ୍ଣାଟକର ହାସନ ଲୋକସଭା ଆସନର ସାଂସଦ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡ଼ାଙ୍କ ନାତି ପ୍ରଜ୍ୱଳ ରେବନ୍ନାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି।

Sambad is now on WhatsApp
Join and get latest news updates delivered to you via WhatsApp
ଜେଡି(ଏସ୍)ର ପ୍ରତିଷ୍ଠାତା ଏଚ୍ଡି ଦେବେଗୌଡ଼ାଙ୍କ ପୁଅ ଓ ନାତିଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆସିବା ପରେ ଜେଡି ଦଳରୁ(ଏସ) ପ୍ରଜ୍ୱଳ ରେବନ୍ନାଙ୍କୁ ନିଲମ୍ବନ କରିବାର ନିଷ୍ପତ୍ତି ନେଇଥିଲା ବୋଲି ଦଳର ମୁଖପାତ୍ର ଏଚ୍ ଡି କୁମାରସ୍ୱାମୀ କହିଛନ୍ତି।
ଦେବେଗୌଡ଼ାଙ୍କ ନାତି ତଥା ସାଂସଦ ପ୍ରଜ୍ୱଳ ରେବନ୍ନା ଓ ପୁଅ ଏଚ୍ଡି ରେବନ୍ନାଙ୍କ ବିରୋଧରେ ତାଙ୍କ ଘରେ ସହାୟିକା ରୂପେ କାମ କରୁଥିବା ଜଣେ ମହିଳା ଯୌନ ନିର୍ଯାତନା ଅଭିଯୋଗ ଆଣିବା ପରେ ଏହି ଘଟଣା ସାମ୍ନାକୁ ଆସିଛି।
ପ୍ରଜ୍ବଳଙ୍କ ପାଖରେ ଥିବା ଏକ ପେନ୍ଡ୍ରାଇଭ୍ ମିଳିଛି। ଏଥିରେ ପ୍ରାୟ ୩ ହଜାର ମହିଳାଙ୍କର ସେକ୍ସ ଭିଡିଓ ରହିଥିବା ଜଣାପଡ଼ିଥିବା ବେଳେ ସାଂସଦଙ୍କ ଚାଳକ କାର୍ତ୍ତିକ ଦାବି କରିଛନ୍ତି କି, ମୁଁ ହିଁ ଜେଡିଏସ ନେତାଙ୍କ ସେକ୍ସ ଭିଡିଓ ଲିକ କରିଛନ୍ତି। ମୁଁ ଯେତେବେଳେ ପ୍ରଜ୍ବଳଙ୍କ ଚାଳକ ଥିଲି ସେ ନ୍ୟାୟିକ ତଦନ୍ତ ପାଇଁ ହାସନର ବିଜେପି ନେତା ଦେବରାଜେ ଗୌଡ଼ଙ୍କୁ ଅଶ୍ଳୀଳ ଭିଡିଓ ଥିବା ଏକ ପେନ୍ଡ୍ରାଇଭ୍ ଦେଇଥିଲେ। ଏହି ପେନ୍ଡ୍ରାଇଭକୁ ବିଜେପି ନେତାଙ୍କ ଛଡ଼ା ଅନ୍ୟ କାହାରିକୁ ଦେବାକୁ ସେ ମନା କରି ଦେଇଥିଲେ।’
ଏହି ଘଟଣା ସାମ୍ନାକୁ ଆସିବା ପରେ ପ୍ରଜ୍ବଳ ରେବନ୍ନା ଦେଶ ଛାଡ଼ି ପଳାଇଛନ୍ତି। ସେ ଯାଇ ଜର୍ମାନରେ ଥିବା ଜଣାପଡ଼ିଥିବା ବେଳେ ଏପ୍ରିଲ ୩୦ ତାରିଖରେ ଦଳ ତାଙ୍କୁ ନିଲମ୍ବନ କରି ଦେଇଛି।
Karthik, former driver of Prajwal Revanna, who gave the pendrive to BJP Hassan leader Devaraje Gowda to pursue a legal case, denies handing it over to anyone except the BJP leader.
“I have not given the pendrive to any Congress leader. Why would I come to BJP if I could go to… pic.twitter.com/Tkh7ag5laM
— Anusha Ravi Sood (@anusharavi10) April 30, 2024
[ad_2]