ଅପରାଧ

ଲଘୁ ଖଣିଜ ମାଫିଆଙ୍କୁ ସୁହାଉଛି ଟାଣଖରା: ଦିନବେଳା ଖନନ, ରାତିରେ ଚାଲା – Kalinga News

[ad_1]

ଜଟଣୀ: ସମ୍ପ୍ରତି ଲଘୁ ଖଣିଜ ମାଫିଆମାନଙ୍କୁ ପାଗ ବେଶ୍ ସୁହାଉଛି। ଦିନବେଳା ନିଛାଟିଆ ସମୟରେ ଖଣିରେ ଚାଲୁଛି ଜେସିବି ଓ ପାୱାର୍‌ ଟିଲର୍‌। ରାତିରେ ଟ୍ରାକ୍ଟର, ଟ୍ରକ୍‌ ଓ ହାଇୱାରେ ହେଉଛି ଚାଲାଣ। ଏପ୍ରିଲ ମାସ ଆରମ୍ଭରୁ ଜଟଣୀ ତହିସିଲ ଅଧୀନ ବିଭିନ୍ନ ଅଞ୍ଚଳର ଚୋରା ଖଣିରେ ମାଫିଆମାନେ ଏମିତି ନୂଆ ତରିକା ଆ‌ପଣେଇଥିବା ଦେଖିବାକୁ ମିଳିଛି। ଉଦୁଉଦିଆ ଖରାବେଳେ ଖନନ କାମ ଚାଲୁଥିବା ବେଳେ ରାତିରେ ସୁରୁଖୁରୁରେ ଚାଲାଣ କରାଯାଉଛି। ଏବେ:: ପୂର୍ବାହ୍ଣ ୧୧ଟା ବାଜିବା ବେଳକୁ ରାସ୍ତାଘାଟ ନିଛାଟିଆ ହୋଇଯାଉଛି। ମୁଣ୍ଡଫଟା ଖରାକୁ ଡରି କେହି ବାହାରକୁ ବାହାରୁନାହାନ୍ତି। ଏତିକିବେଳେ ଚୋରା ଖଣିରେ ଚାଲୁଛି ଜେସିବି ଓ ପାୱାର୍‌ ଟିଲର୍‌।

ଅପରାହ୍ଣ ପ୍ରାୟ ୩ଟା ସୁଦ୍ଧା ହଜାର ହଜାର ମାଙ୍କଡ଼ା ପଥର ଓ ଟ୍ରିପ୍‌ ଟ୍ରିପ୍‌ ମୋରମ୍‌ ଖୋଳାସରୁଛି। ତେଣୁ ଖଣି ଖନନର ସୋରଶବଦ କାହା କାନରେ ପଡ଼ୁନାହିଁ। ଏମିତିରେ ତ ମାଫିଆମାନେ ସ୍ଥାନୀୟ କିଛି ଲୋକଙ୍କୁ ହାତଗୁଞ୍ଜା ଦେଇ ବଶ କରିରଖିଛନ୍ତି। ସେମାନେ ମାଫିଆମାନଙ୍କ ରକ୍ଷାକବଚ ସାଜିଛନ୍ତି। ସେମିତି ରାତି ୧୧ଟା ପରେ ଆରମ୍ଭ ହୋଇଯାଉଛି ଚାଲାଣ। ରାତି ୪ଟା ପର୍ଯ୍ୟନ୍ତ ଟ୍ରାକ୍ଟର, ଟ୍ରକ୍‌ ଓ ହାଇୱା ଖଣିରୁ ପଥର ଓ ମୋରମ୍‌ ବୋହି ନେଉଛନ୍ତି। ଜଗିବାକୁ କେହି ନାହିଁ। ଲଘୁ ଖଣିଜ ବିଭାଗ ଅଧୀନକୁ ଜଗାରଖା ଦାୟିତ୍ବ ଆସିବା ପରଠୁ ତହସିଲ୍‌ ଓ ପୁଲିସ ପ୍ରଶାସନ ବହୁ ପରିମାଣରେ ଉଦାସୀନ ହୋଇପଡ଼ିଥିବା ନେଇ ଅଭିଯୋଗ ହେଉଛି। ଏମିତିକି ଖଣି ମାଫିଆମାନଙ୍କ ସହ କିଛି ଅସାଧୁ କର୍ମଚାରୀ ହାତ ମିଳାଇଥିବା ଅଭିଯୋଗ ହେଉଛି। ସେମାନଙ୍କ ସୂଚନା ଆଧାରରେ ଚାଲିଛି ଖନନ ଓ ଚାଲାଣ। ଜଟଣୀ ତହସିଲ ଅଧୀନ ରଥୀପୁର, ନିରଞ୍ଜନପୁର, କନ୍ତିଆ, କୁସୁମାଟି, ପାଣିଓରା, ଅରୁଗୁଳ, ପିତାପଲ୍ଲୀ, ତିରିମଲ୍ଲ, ଗୋପୀନାଥପୁର, ବୁଢ଼ାପଡ଼ା ଆଦି ଅଞ୍ଚଳରେ ଏମିତି ବେଧଡ଼କ ଖଣି ଖୋଳା ଚାଲିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button