ଅପରାଧ

ମାଫିଆ ରାହୁଲର କଳା ସାମ୍ରାଜ୍ୟ ଗୁମର ଖୋଲିଲା: ‘ପୁଷ୍ପା’ ତରିକାରେ ଗଞ୍ଜେଇ ଚାଲାଣ – Kalinga News

[ad_1]

କୋଲକାତାରେ ବନାଉଥିଲା ଗାଡ଼ିର ଗୁପ୍ତ ଚାମ୍ବର

ଭୁବନେଶ୍ବର: ତେଲୁଗୁ ଫିଲ୍ମ ‘ପୁଷ୍ପା’ ଶୈଳୀରେ କରୁଥିଲା ଗଞ୍ଜେଇ ଚାଲାଣ। କେହି ଯେପରି ଟେର୍‌ ନପାଇବେ ସେଥିଲାଗି ପୁରୁଣା ଗାଡ଼ି କିଣି କୋଲକାତାରେ ଗୁପ୍ତ ଚାମ୍ବର ତିଆରି କରୁଥିଲା। ଆଉ ସେଥିରେ ବେଧଡ଼କ ଭାବେ ଗଞ୍ଜେଇ ଚାଲାଣ କରି ପୁଲିସର ନିଦ ହଜାଇଥିଲା। ତିନିଦନିଆ ରିମାଣ୍ଡ ବେଳେ ଅନ୍ତଃରାଜ୍ୟ ଗଞ୍ଜେଇ ମାଫିଆ ରାହୁଲ ସେଠୀର କଳାସାମ୍ରାଜ୍ୟର ଗୁମର ଖୋଲିଛି ସ୍ପେସାଲ କ୍ରାଇମ୍‌ ୟୁନିଟ୍‌। ରାହୁଲର ଝାଡ଼ଖଣ୍ଡ, ବିହାର, ଉତ୍ତରପ୍ରଦେଶ, ଦିଲ୍ଲୀର ସନ୍ଦିଗ୍ଧ ନିଶା ମାଫିଆଙ୍କ ସହ ସଂପର୍କ ଥିବା ପ୍ରମାଣ ଲାଗିଛି। ୩ଟି ଆକାଉଣ୍ଟରେ କେତେ ଟଙ୍କାର ଗଞ୍ଜେଇ କିଣିଛି ଓ ଚାଲାଣ କରିଛି ତାର ପ୍ରମାଣ ମଧ୍ୟ ମିଳିଛି। ଆଜି ରିମାଣ୍ଡ ଅବଧି ସରିଥିବାରୁ ତାକୁ କୋର୍ଟ ଚାଲାଣ କରାଯାଇଛି। ତଦନ୍ତରେ ସହଯୋଗ କରିବାକୁ ନାର୍କୋଟିକ୍‌ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ସମେତ ୪ ରାଜ୍ୟର ପୁଲିସ ଅଧିକାରୀଙ୍କୁ ପୁଲିସ କମିସନର ଚିଠି ଲେଖିଛନ୍ତି। ଅପରପକ୍ଷରେ ୩ ବର୍ଷ ଧରି ରାହୁଲ ନେଟଵର୍କ ଚଳାଉଥିବା ବେଳେ ପୁଲିସ କିପରି ଟେର୍‌ ପାଉନଥିଲା ତାହା ଚର୍ଚ୍ଚାର ବିଷୟ ହୋଇଛି।

କୋଲକାତାରେ ବନାଉଥିଲା ଗାଡ଼ିର ଗୁପ୍ତ ଚାମ୍ବର
୪ ରାଜ୍ୟର ନିଶା ମାଫିଆଙ୍କ ସହ ସଂପର୍କ
ଏନ୍‌ସିବିକୁ ଚିଠି ଲେଖିଲା କମିସନରେଟ୍‌ ପୁଲିସ

୩ ଦିନିଆ ରିମାଣ୍ଡରେ ଆସିବା ପରେ ଗଞ୍ଜେଇ ମାଫିଆ ରାହୁଲ ପୁଲିସ ଆଗରେ ତଥ୍ୟ ଉଗାରିଛି। ଯୁପିଆଇ ଜରିଆରେ ମାଫିଆଙ୍କ ସହ ଟଙ୍କା ଦେଣନେଣ ହୋଇଥିବା ପୁଲିସ ଖୋଳତାଡ଼ରୁ ଜାଣିପାରିଛି। କେତେ ଟଙ୍କା କାରବାର ହୋଇଛି ଜାଣିବା ପାଇଁ ଯୁପିଆଇ ଅଧିକାରୀଙ୍କୁ ତଥ୍ୟ ମାଗାଯାଇଥିବା ପୁଲିସ କହିଛି। ପଚରାଉଚରାରୁ ଜଣାପଡ଼ିଛି ଯେ ଗଞ୍ଜେଇ କାରବାରରୁ ମିଳୁଥିବା ଟଙ୍କାରେ ସେ ଦାମୀ ହୋଟେଲରେ ମଉଜ କରିବା ସହ ସୁନ୍ଦରୀ ତରୁଣୀମାନଙ୍କ ପଛରେ ଉଡ଼ାଉଥିଲା। ଗଞ୍ଜେଇ ଚାଲାଣ ବେଳେ ସୁରକ୍ଷା ଦେବା ପାଇଁ ପାଇଲଟିଂ ଗାଡ଼ି ଭଡ଼ାସୂତ୍ରରେ ଆଣୁଥିଲା। ସେହି ଗାଡ଼ି ମାଲିକଙ୍କୁ ମଧ୍ୟ ପୁଲିସ ଚିହ୍ନଟ କରିଛି। ସେମାନଙ୍କର ଏହି ଚୋରା କାରବାରରେ ସଂପୃକ୍ତି ଅଛ କି ନାହିଁ ତା’ର ଖୋଳତାଡ କରୁଛି ତଦନ୍ତକାରୀ ଟିମ୍। ରାହୁଲର ଘର ବାରିପଦାରେ ହୋଇଥିବା ବେଳେ ସେ ବାଲେଶ୍ବରରେ ରହୁଥିଲା। ମାଲକାନଗିରିର ଚିତ୍ରକୋଣ୍ଡାରୁ ଗଞ୍ଜେଇ ସଂଗ୍ରହ କରୁଥିଲା। ସ୍ଥଳପଥ ଦେଇ ଏହିସବୁ ଗଞ୍ଜେଇକୁ ସେ ବାହାର ରାଜ୍ୟକୁ ପଠାଉଥିଲା। ଚିତ୍ରକୋଣ୍ଡାର ଗଞ୍ଜେଇ ଚାହିଦା ଦିଲ୍ଲୀରେ ଅଧିକ ଥିବାରୁ ସେ ୩/୪ ହଜାରରେ କିଣି ଏହାକୁ ୧୦ରୁ ୧୫ ହଜାର ଟଙ୍କାରେ ବିକ୍ରି କରୁଥିଲା। ଏହାଛଡା ପରିବା ବୋଝେଇ ଟ୍ରକରେ ସେ ଗଞ୍ଜେଇ ଚାଲାଣ କରୁଥିବା ଜଣାପଡ଼ିଛି।

ଅନ୍ତଃରାଜ୍ୟ ସନ୍ଦିଗ୍ଧଙ୍କ ରେଭ୍‌ପାର୍ଟି, ବାର ଏବଂ ବଡ଼ ବଡ଼ ଇଭେଣ୍ଟ ସହ ରାହୁଲର ଲିଙ୍କ୍‌ ନେଇ ପୁଲିସ ତଦନ୍ତ କରୁଛି। ଦିଲ୍ଲୀ ମାଫିଆଙ୍କ ସହ ଲିଙ୍କ୍‌ ଥିବାରୁ ମୁମ୍ବାଇ ନିଶା ମାଫିଆଙ୍କ ସହ ସମ୍ପର୍କ ନେଇ ପୁଲିସ ଖୋଲତାଡ଼ ଚଳାଇଛି। ଏସବୁର ତଦନ୍ତ ପାଇଁ ସ୍ପେସାଲ ଟିମ୍ ଗଠନ କରାଯାଇ ରାଜ୍ୟ ବାହାରକୁ ପଠାଯିବ। ସୂଚନାଯୋଗ୍ୟ ଯେ ଗତ ଫେବ୍ରୁଆରି ୧୧ରେ ଚୋରା ଗଞ୍ଜେଇ ଚାଲାଣ କରୁଥିବା ରୢାକେଟର ରାଜେଶ ଦାସ, ରବି ଶଙ୍କର ଦାସ, କିଶୋର ପ୍ରସାଦ ସହଦେବ ଗିରଫ ହେବାସହ ସେମାନଙ୍କଠାରୁ ୩୦୦୦କେଜି ଗଞ୍ଜେଇ ଓ ଦାମୀ ଗାଡ଼ି ଜବତ ହୋଇଥିଲା। ଏହି ତିନିଜଣ ରାହୁଲର ଡାହାଣ ହାତ ହୋଇଥିବାରୁ ଏମାନଙ୍କୁ ଦେଖା କରିବା ପାଇଁ ଜେଲ୍‌କୁ ଆସିଥିବା ବେଳେ ରାହୁଲ ଧରାପଡ଼ି ଯାଇଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button