ଖେଳ ଖବର

ଏସୀୟ ଯୁବ ଦୌଡ଼କୁଦ: ଜୟରାମ, ମହେନ୍ଦ୍ରଙ୍କୁ କାଂସ୍ୟ – Kalinga News

[ad_1]

ଜାତୀୟ ମାଷ୍ଟର୍ସ ଦୌଡ଼କୁଦରେ ପାର୍ବତୀଙ୍କୁ ୨ ସ୍ବର୍ଣ୍ଣ

ଭୁବନେଶ୍ବର: ଦୁବାଇରେ ଆୟୋଜିତ ୨୧ତମ ଏସୀୟ ୨୦ ବର୍ଷରୁ କମ୍‌ (ଯୁବ) ଦୌଡ଼କୁଦ ପ୍ରତିଯୋଗିତାରେ ଓଡ଼ିଶାର ଦଣ୍ଡପତି ମୃତ୍ୟୁମ ଜୟରାମ ଓ ମହେନ୍ଦ୍ର ସାନ୍ତା କାଂସ୍ୟ ପଦକ ଜିତିଛନ୍ତି। ଉଭ‌ୟ ଭାରତୀୟ ୪ଗୁଣା୧୦୦ ମିଟର ରିଲେ ଦଳରେ ରହି ଏହି ପଦକ ପାଇଛନ୍ତି। ଭାରତ ୪୦.୦୧ ସେକେଣ୍ଡରେ ରେସ୍‌ ଶେଷ କରି ପୂର୍ବ ଜାତୀୟ କୀର୍ତ୍ତିମାନ (୪୦.୫୬)କୁ ଟପିବା ସହ ତୃତୀୟ ସ୍ଥାନରେ ରହିଥିଲା। ୧୦୦ ମିଟର ବାଧା ଦୌଡ଼ରେ ଭାରତରୁ ପ୍ରତିନିଧିତ୍ବ କରୁଥିବା ସବିତା ଟପ୍ପୋ ପଦକ ଜିତି ନଥିଲେ ମଧ୍ୟ କନିଷ୍ଠ ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତା ଲାଗି ଯୋଗ୍ୟତା ଅର୍ଜନ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଏହି ୩ ଜଣ କିଟ୍‌ ଓ କିସ୍‌ରେ ଅଧ୍ୟୟନ କରୁଥିଲା ବେଳେ ଓଡ଼ିଶା ରିଲାଏନ୍ସ ଦୌଡ଼କୁଦ ଏଚ୍‌ପିସିରେ ପ୍ରଶିକ୍ଷଣ ନେଉଛନ୍ତି। ଅନ୍ୟ ଜଣେ କିଟ୍‌ ଛାତ୍ର ସିଦ୍ଧାର୍ଥ ଚୌଧୁରୀ (୧୯.୦୨ ମିଟର) ସଟ୍‌ପୁଟ୍‌ରେ କାଂସ୍ୟ ପଦକ ଜିତିଛନ୍ତି। ଏହି ସଫଳତା ଲାଗି କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଭୁବନେଶ୍ବର: ମହାରାଷ୍ଟ୍ର ରବିବାର ଶେଷ ହୋଇଥିବା ୪୩ତମ ଜାତୀୟ ମାଷ୍ଟର୍ସ ଦୌଡ଼କୁଦରେ ଓଡ଼ିଶାର ପାର୍ବତୀ ସେଠୀ ଦୁଇଟି ସ୍ବର୍ଣ୍ଣ ପଦକ ଜିତିଛନ୍ତି। ମହିଳା ଡିସ୍‌କସ୍ ଥ୍ରୋ’ରେ ୪୪.୫୫ ମିଟର ଏବଂ ସଟ୍‌ପୁଟ୍‌ରେ ୧୧.୨୫ ମିଟର ଦୂରତା ସହ ପ୍ରଥମ ସ୍ଥାନ ଅଧିକାର କରିଥିଲେ ସେ। ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ଲାଗି ପାର୍ବତୀଙ୍କୁ ଏକ ଘରୋଇ ସଂସ୍ଥା‌ ଆର୍ଥିକ ସହାୟତା ଦେଇଥିଲା। ଆଗକୁ ବିଶ୍ବ ମାଷ୍ଟର୍ସ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଲକ୍ଷ୍ୟ ରଖିଛନ୍ତି ପାର୍ବତୀ। ଏଥିଲାଗି ରାଜ୍ୟ ସରକାର ସହାୟତାର ହାତ ବଢ଼ାଇଲେ ସେ ନିଶ୍ଚିତ ଓଡ଼ିଶା ପାଇଁ ଗୌରବ ଆଣିପାରିବେ ବୋଲି କହିଛନ୍ତି ପାର୍ବତୀ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button